ଭୁବନେଶ୍ୱରରେ ଏବେ ହେବନି କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୬ଦିନ ଧରି ୨୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଏହି ସଂଖ୍ୟା ୨୯୭ରେ ପହଞ୍ଚିଛି। ସେଥିରୁ ୧୭୪ଜଣ କ୍ୱାରେଣ୍ଟାଇନରେ ଓ ୧୨୩ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି।ଏପଟେ ଆଜି ରାଜଧାନୀ ଭୁବନେଶ୍ୱରରୁ ୨୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ଭଳି ପରିସ୍ଥିତି ସୃଷ୍ଟି ହୋଇନି ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ସ୍ପଷ୍ଟ କରିଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଆଜି କଳାହାଣ୍ଡିରେ ସର୍ବାଧିକ ୫୭ଜଣ […]

Bhubaneswar

Bhubaneswar

Ordigital Desk
  • Published: Wednesday, 31 March 2021
  • Updated: 31 March 2021, 09:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୬ଦିନ ଧରି ୨୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଏହି ସଂଖ୍ୟା ୨୯୭ରେ ପହଞ୍ଚିଛି। ସେଥିରୁ ୧୭୪ଜଣ କ୍ୱାରେଣ୍ଟାଇନରେ ଓ ୧୨୩ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି।ଏପଟେ ଆଜି ରାଜଧାନୀ ଭୁବନେଶ୍ୱରରୁ ୨୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ଭଳି ପରିସ୍ଥିତି ସୃଷ୍ଟି ହୋଇନି ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ସ୍ପଷ୍ଟ କରିଛି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଆଜି କଳାହାଣ୍ଡିରେ ସର୍ବାଧିକ ୫୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ରେ ୩୮, ଖୋର୍ଦ୍ଧାରେ ୩୩, ନୂଆପଡ଼ାରେ ୩୧, ବରଗଡ଼ରେ ୧୮, ସମ୍ବଲପୁର ଓ କଟକରେ ୧୭ଜଣ ଲେଖାଏଁ ଏବଂ କେନ୍ଦୁଝରରେ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହି ସଂଖ୍ୟା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୦ହଜାର ୯୧୭କୁ ବୃଦ୍ଧି ପାଇଛି। ଏଥିରୁ ୩ଲକ୍ଷ ୩୬ହଜାର ୯୩୦ଜଣ ସୁସ୍ଥ ହୋଇଥିବାବେଳେ ଏବେ ୨୦୧୩ଜଣ ଆକ୍ଟିଭ ରହିଛନ୍ତି।

ଅନ୍ୟପକ୍ଷରେ ବିଏମସି ପକ୍ଷରୁ କୁହାଯାଇଛି ଯେ, ରାଜଧାନୀ ଭୁବନେଶ୍ୱରରେ ଆଜି ମୋଟ ୨୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିରେ ୨ଜଣ କ୍ୱାରେଣ୍ଟାଇନ ଓ ଅନ୍ୟ ୨୭ଜଣ ସ୍ଥାନୀୟ ସଂକ୍ରମିତ। ଆସନ୍ତା କାଲିଠୁ ଭୁବନେଶ୍ୱରର ୨୪ଟି ସରକାରୀ ଓ ୩୧ଟି ଘରୋଇ ହସ୍ପିଟାଲରେ କୋଭିଡ୍ ଟିକାକରଣ କରାଯିବ।

ସରକାରୀ ହସ୍ପିଟାଲରେ ଦିନକୁ ୨୦୦ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ୬ଟି ବର୍ଗର ପ୍ରାୟ ୨୦ହଜାରରୁ ଅଧିକ ଲୋକଙ୍କ ଚିଠା ପ୍ରସ୍ତୁତ ହୋଇଛି । ବିଏମସିର ୩ଟି ଜୋନର ଜେଡିସିମାନେ ଏନେଇ ତାଲିକା ପ୍ରସ୍ତୁତ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ କେହି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ଓ ଭୁବନେଶ୍ୱରରେ କଣ୍ଟେନମେଣ୍ଟ ଜୋନ୍ ଭଳି ପରିସ୍ଥିତି ଏବେ ହୋଇନାହିଁ ବୋଲି ବିଏମସି କହିଛି।

ସେପଟେ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପିକା କରୋନା ସଂକ୍ରମିତ ଅଛନ୍ତି। ସେ ପଜେଟିଭ୍ ଚିହ୍ନଟ ହେବାପରେ ପ୍ରଶାସନିକ ବିଲିଡିଂକୁ ସାନିଟାଇଜ କରାଯାଇଛି। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ଓ ସେମାନଙ୍କର ଆସନ୍ତାକାଲି ଟେଷ୍ଟ କରାଯିବ। ଆବଶ୍ୟକ ପଡ଼ିଲେ ଅନ୍ୟ ଅନ୍ତେବାସୀଙ୍କ ଟେଷ୍ଟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ଦିନରେ ୨୭ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ଚିନ୍ତାଜନକ ବିଷୟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos