ଦୁର୍ନୀତିରେ ସମ୍ପୃକ୍ତ ଥାଇ ବି ୨୫୫ଜଣ କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗ ଥିବା ୨୫୫ଜଣ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଶୂନ। ତେବେ ଦୁର୍ନୀତି ନିବାରଣ ଆଇନ ଅନୁସାରେ ଏହି କର୍ମଚାରୀମାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ପକ୍ଷରୁ ମକଦ୍ଦମା ରୁଜୁ ହୋଇଛି। ସେମାନଙ୍କ ବିଭାଗକୁ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ତା’ ସତ୍ତ୍ୱେ ବିଭାଗଗୁଡ଼ିକ ନିଜର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଉନଥିବା ଜଣାପଡ଼ିଛି। ଯାହା ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶାସନର ଅସଲ ଚିତ୍ର ପଦାରେ […]

scam

Ordigital Desk
  • Published: Monday, 18 July 2022
  • , Updated: 19 July 2022, 01:19 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗ ଥିବା ୨୫୫ଜଣ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଶୂନ। ତେବେ ଦୁର୍ନୀତି ନିବାରଣ ଆଇନ ଅନୁସାରେ ଏହି କର୍ମଚାରୀମାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ପକ୍ଷରୁ ମକଦ୍ଦମା ରୁଜୁ ହୋଇଛି। ସେମାନଙ୍କ ବିଭାଗକୁ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ତା’ ସତ୍ତ୍ୱେ ବିଭାଗଗୁଡ଼ିକ ନିଜର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଉନଥିବା ଜଣାପଡ଼ିଛି। ଯାହା ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶାସନର ଅସଲ ଚିତ୍ର ପଦାରେ ପକାଇଛି। ଦୁର୍ନୀତିକୁ ନେଇ ‘ଜିରୋ ଟଲେରାନ୍ସ’ କଥା କହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗ ଥିବା ୨୫୫ଜଣ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା କହିଥିଲେ। ଯାହା ପରେ ବୁଦ୍ଧିଜୀବୀ ମହଲରେ ଏହି ଆଲୋଚନା ମୁଣ୍ଡ ଟେକିଛି।
ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଭିଜିଲାନ୍ସ ମକଦ୍ଦମାରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ପୃକ୍ତ କର୍ମଚାରୀଙ୍କ ଅଫିସକୁ ସୁପାରିଶ କରାଯାଇଥାଏ । ଉକ୍ତ ସୁପାରିଶ ଆଧାରରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଭିଜିଲାନ୍ସ ବିଭାଗକୁ ଅବଗତ କରାଯାଇଥାଏ । ତେବେ ୨୦୧୯ରୁ ୨୦୨୨ ମସିହା ମଧ୍ୟରେ ଭିଜିଲାନ୍ସ ବିଭାଗ ଦ୍ୱାରା ୪୬୬ଜଣ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନଙ୍କ ବିଭାଗ ଓ ଅଫିସକୁ ସୁପାରିଶ କରାଯାଇଛି । ସେଥିରୁ ମାତ୍ର ୨୧୧ଜଣ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅବଶିଷ୍ଟ ୨୫୫ଜଣଙ୍କ ବାବଦରେ ସେମାନଙ୍କ ବିଭାଗ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେ ବାବଦରେ ସୂଚନା ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତେବେ ପ୍ରଶ୍ନ ଉଠୁଛି, ଭିଜିଲାନ୍ସ ପକ୍ଷରୁ କର୍ମଚାରୀ ବା ଅଫିସରଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନରେ ମାମଲା ରୁଜୁ କରାଯାଉଥିବାବେଳେ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତଙ୍କୁ କିଏ କାହିଁକି ସୁରକ୍ଷା ଦେଉଛି? କାହିଁକି ସେମାନଙ୍କ ବିଭାଗ ଦ୍ୱାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ? ଦୁର୍ନୀତିର ପ୍ରମାଣ ପାଇବା ପରେ ଯଦି ଭିଜିଲାନ୍ସ ଚଢ଼ଉ କରୁଛି ଅବା ମାମଲା ରୁଜୁ କରୁଛି ତା’ହେଲେ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ କର୍ମଚାରୀ କାର୍ଯ୍ୟ କରୁଥିବା ବିଭାଗ କାହିଁକି ସେଭଳି କର୍ମଚାରୀଙ୍କୁ ଘଂଟ ଘୋଡ଼ାଇ ରଖିଛି ? ସମ୍ପୃକ୍ତ ବିଭାଗର ମୁଖ୍ୟଙ୍କ ବିରୁଦ୍ଧରେ ଏନେଇ କାର୍ଯ୍ୟାନୁଷ୍ଠାନ ନେବାରେ ସରକାରରେ କ’ଣ ସମସ୍ୟା ରହିଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Related story