‘କରୋନା’ ପାଇଁ ଘର ଛାଡ଼ିବାକୁ ଭଡ଼ାଟିଆଙ୍କୁ ନିର୍ଦ୍ଦେଶ ଦିଆଯାଇନି: ସିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ କଟକ-ଭୁବନେଶ୍ୱରରେ ଘର ଛାଡ଼ିବାକୁ କାହାକୁ ନିର୍ଦ୍ଦେଶ ଦିଆଯାଇ ନାହିଁ। କେତେକ ଲୋକଙ୍କ ଏ ସଂକ୍ରାନ୍ତ ଟ୍ୱିଟର ରି-ଟ୍ୱିଟ୍‌ କରି ସ୍ପଷ୍ଟ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ପୁଲିସ କମିଶନରଙ୍କ ନାଁ ନେଇ ଘର ଛାଡ଼ିବାକୁ ନୋଟିସ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହୋଇପାରିବ ସେ କଥା ବିଚାର କରାଯାଉଛି ବୋଲି କମିଶନର ଶ୍ରୀ ଷଡଙ୍ଗୀ ଭଡ଼ାଟିଆଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାରୁ ପ୍ରକାଶ, କରୋନା ପାଇଁ କେତେକ ଘର ମାଲିକ […]

sudhansu-1..

sudhansu-1..

Manoranjan Sial
  • Published: Wednesday, 18 March 2020
  • Updated: 18 March 2020, 10:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ କଟକ-ଭୁବନେଶ୍ୱରରେ ଘର ଛାଡ଼ିବାକୁ କାହାକୁ ନିର୍ଦ୍ଦେଶ ଦିଆଯାଇ ନାହିଁ। କେତେକ ଲୋକଙ୍କ ଏ ସଂକ୍ରାନ୍ତ ଟ୍ୱିଟର ରି-ଟ୍ୱିଟ୍‌ କରି ସ୍ପଷ୍ଟ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ପୁଲିସ କମିଶନରଙ୍କ ନାଁ ନେଇ ଘର ଛାଡ଼ିବାକୁ ନୋଟିସ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହୋଇପାରିବ ସେ କଥା ବିଚାର କରାଯାଉଛି ବୋଲି କମିଶନର ଶ୍ରୀ ଷଡଙ୍ଗୀ ଭଡ଼ାଟିଆଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାରୁ ପ୍ରକାଶ, କରୋନା ପାଇଁ କେତେକ ଘର ମାଲିକ ପୁଲିସ କମିଶନରଙ୍କ ନାଁ ନେଇ ଘର ଛାଡ଼ିବାକୁ ଭଡ଼ାଟିଆଙ୍କୁ ନୋଟିସ କରିଥିଲେ। ଯାହାକୁ ନେଇ ଭଡ଼ାଟିଆମାନେ ଅଡୁଆରେ ପଡ଼ି ଯାଇଥିଲେ। ଏ ସଂପର୍କରେ କିଛି ଭଡ଼ାଟିଆ ପୁଲିସ କମିଶନରଙ୍କୁ ଟ୍ୱିଟ୍‌ କରିଥିଲେ। ଯାହାର ଉତ୍ତର ଦେଇ ପୁଲିସ କିମ୍ୱା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନୋଟିସ ଜାରି କରାଯାଇନଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos