ଠିକ୍‌ ସମୟରେ ଡାକ୍ତର ଗାଏବ: ଡାକ୍ତରଖାନା ବାହାରେ ମୃତ ଶିଶୁକୁ ଜନ୍ମ ଦେଲେ ମହିଳା

Ordigital Desk
  • Published: Thursday, 02 November 2017
  • , Updated: 02 November 2017, 06:52 PM IST
<p>ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନିୟମିତ ଡାକ୍ତରଖାନା ଆସି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ। ହେଲେ ଯେତେବେଳେ ପିଲାକୁ ଜନ୍ମ ଦେବାର ସମୟ ଆସିଲା ଡାକ୍ତରଙ୍କ ଦେଖା ଦର୍ଶନ ମିଳିଲାନି। ଏପରି ସ୍ଥିତିରେ ଡାକ୍ତରଖାନା ବାହାରେ ଏକ ଶୁଶୁକନ୍ୟାକୁ ଜନ୍ମ ଦେଲେ ପ୍ରସୂତୀ। ହେଲେ ସେତେବେଳକୁ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ଚିକିତ୍ସା ଅଭାବରୁ ଶିଶୁଟି ମୃତ ଜନ୍ମ ହୋଇଥିଲା। ଏପରି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ।</p> <p>ଅଭିଯୋଗ ଅନୁସାରେ, ଗତକାଲି ଧୋର୍ଲାମଣ୍ଡା ଗାଁର ଦିବ୍ୟା ମହାନନ୍ଦ ନିଜ ସ୍ୱାମୀଙ୍କ ସହ ନିୟମିତ ଗର୍ଭ ପରୀକ୍ଷା ପାଇଁ ଆସିଥିଲେ। ହେଲେ ଡ଼ାକ୍ତରଖାନାରେ ଡ଼ାକ୍ତର ନ ଥିବାରୁ କୋମନା ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ଫାର୍ମାସିଷ୍ଟ କହିଥିଲେ। ଏହାର କିଛି ସମୟ ପରେ ବିଦ୍ୟା ଡ଼ାକ୍ତରଖାନା ବାହାରେ ଏକ ମୃତ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।</p> <p>ଦିବ୍ୟା ୮ ମାସର ଗର୍ଭବତୀ ଥିଲେ ବୋଲି ଜଣାପଡ଼ିଛି। ଏନେଇ ସିଡିଏମ୍&zwnj;ଓଙ୍କୁ ଯୋଗାଯୋଗ କରାଯିବାରେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତା&rsquo;ର ତଦନ୍ତ କରାଯିବ ବୋଲି କହିଛନ୍ତି।</p>

Related story