ଆଜି ଛାଡ଼ଖାଇ, ମଙ୍ଗଳବାର ଯୋଗୁ ବେପାର ମାନ୍ଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଛାଡ଼ଖାଇ। ଧର୍ମ ମାସ  କାର୍ତ୍ତିକ ପାଇଁ ପୂରାପୂରି ମାସ ସାରା  ନିରାମିଷ ଭୋଜନ ଖାଇବା ପରେ ଏହି ଦିନକୁ ବେଶ୍‌ ଆଗ୍ରହର ସହ ଅପେକ୍ଷା କରିଥାନ୍ତି ଲୋକେ। ପାଟିର ଅରୁଚିକୁ ଛଡ଼ାଇବା ସହ ମନ ପସନ୍ଦର ଆମିଷ ନେଇ ପରିବାର ଲୋକଙ୍କ ସହ ଖାଇବାର ମଜା ମଧ୍ୟ ନିଆରା। ହେଲେ ଏଥର ଛାଡ଼ଖାଇ ମଙ୍ଗଳବାର ପଡ଼ୁଥିବାରୁ ପାଣି ଫୋଟକା ପରି ମିଳାଇ ଯାଇଛି ସବୁ ମଜା । ଅପେକ୍ଷା ଆସନ୍ତା କାଲିକୁ। ମଙ୍ଗଳବାରରେ […]

chadkhai

Tapaswini Nayak
  • Published: Tuesday, 01 December 2020
  • , Updated: 01 December 2020, 09:40 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଛାଡ଼ଖାଇ। ଧର୍ମ ମାସ  କାର୍ତ୍ତିକ ପାଇଁ ପୂରାପୂରି ମାସ ସାରା  ନିରାମିଷ ଭୋଜନ ଖାଇବା ପରେ ଏହି ଦିନକୁ ବେଶ୍‌ ଆଗ୍ରହର ସହ ଅପେକ୍ଷା କରିଥାନ୍ତି ଲୋକେ। ପାଟିର ଅରୁଚିକୁ ଛଡ଼ାଇବା ସହ ମନ ପସନ୍ଦର ଆମିଷ ନେଇ ପରିବାର ଲୋକଙ୍କ ସହ ଖାଇବାର ମଜା ମଧ୍ୟ ନିଆରା।

ହେଲେ ଏଥର ଛାଡ଼ଖାଇ ମଙ୍ଗଳବାର ପଡ଼ୁଥିବାରୁ ପାଣି ଫୋଟକା ପରି ମିଳାଇ ଯାଇଛି ସବୁ ମଜା । ଅପେକ୍ଷା ଆସନ୍ତା କାଲିକୁ। ମଙ୍ଗଳବାରରେ ଛାଡଖାଇ ପଡିଥିବାରୁ ମାଛ ମାର୍କେଟରେ ବିଶେଷ ଭିଡ଼ ଜମିନାହିଁ।

ବେପାରୀମାନେ ମଧ୍ୟ ଆଜି ହାତ ଟେକି ବସିଥିବା ବେଳେ ଆସନ୍ତାକାଲି ଭିଡ଼ ଜମିବ ବୋଲି ଆଶା ରଖିଛନ୍ତି। ବହୁ ବ୍ୟବସାୟୀ ଆଜି ମଧ୍ୟ ପସରା ମେଲାଇ ଭଳିକି ଭଳି ମାଛ ସହ  କଙ୍କଡା, ଚିଙ୍ଗୁଡି ସଜାଡ଼ଇ ରଖିଛନ୍ତି। ହେଲେ ଆଶା ଅନୁଯାୟୀ ଗରାଖ ଆସୁ ନ ଥିବାରୁ ସେମାନେ ମନ ଊଣା କରିଥିବା ବେଳେ କାଲି ଭଲ ବେପାର ଜମିବ ବୋଲି ମଧ୍ୟ କହୁଛନ୍ତି।

Related story