ବିନା ଫାୟାର ଲାଇସେନ୍ସରେ ଚାଲିଥିଲା ସନ୍ ହସ୍ପିଟାଲ୍‌

କଟକ (ଓଡ଼ିଶା ରିପୋର୍ଟର): କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ‘ସନ୍ ହସ୍ପିଟାଲ୍‌’ରେ ଆଜି ଭୟଙ୍କର ନିଆଁ ଲାଗିଥିବା ବେଳେ ତଦନ୍ତରୁ ଏହାର ଫାୟାର ଲାଇସେନ୍ସ ନ ଥିବା ଜଣାଯାଇଛି। ବିନା ଫାୟାର ଲାଇସେନ୍ସରେ ହସ୍ପିଟାଲ ଚାଲିଥିବା ନେଇ ଖୋଦ ଚିଫ୍ ଫାୟାର ଅଫିସର ସୂଚନା ଦେଇଛନ୍ତି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଏପରି ତ୍ରୁଟି ଯୋଗୁ ରୋଗୀଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ଅଭିଯୋଗ ହୋଇଛି। ଏନେଇ ଚିଫ୍‌ ଫାୟାର ଅଫିସର […]

sun

sun

Niharika Rout
  • Published: Monday, 01 February 2021
  • Updated: 01 February 2021, 02:55 PM IST

କଟକ (ଓଡ଼ିଶା ରିପୋର୍ଟର): କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ‘ସନ୍ ହସ୍ପିଟାଲ୍‌’ରେ ଆଜି ଭୟଙ୍କର ନିଆଁ ଲାଗିଥିବା ବେଳେ ତଦନ୍ତରୁ ଏହାର ଫାୟାର ଲାଇସେନ୍ସ ନ ଥିବା ଜଣାଯାଇଛି। ବିନା ଫାୟାର ଲାଇସେନ୍ସରେ ହସ୍ପିଟାଲ ଚାଲିଥିବା ନେଇ ଖୋଦ ଚିଫ୍ ଫାୟାର ଅଫିସର ସୂଚନା ଦେଇଛନ୍ତି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଏପରି ତ୍ରୁଟି ଯୋଗୁ ରୋଗୀଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ଅଭିଯୋଗ ହୋଇଛି।

ଏନେଇ ଚିଫ୍‌ ଫାୟାର ଅଫିସର କହିଛନ୍ତି, ଫାୟାର ଲାଇସେନ୍ସ ନ ଥାଇ ହସ୍ପିଟାଲ ଚାଲିଥିଲା। ପୂର୍ବରୁ ମକ୍ ଡ୍ରିଲ ଜରିଆରେ ସତର୍କ କରାଯିବା ସତ୍ତ୍ୱେ ହସ୍ପିଟାଲ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରି ନ ଥିଲେ।  ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ସହଜ ହେଲା।

ସୂଚନାଯୋଗ୍ୟ, ଆଜି ମଧ୍ୟାହ୍ନ ସମୟରେ ବିଜୁ ପଟ୍ଟନାୟକ ଛକସ୍ଥିତ ‘ସନ୍ ହସ୍ପଟାଲ୍‌’ରେ ଭୟଙ୍କର ନିଆଁ ଲାଗି ଚାରିଆଡ଼େ ଧୂଆଁ ଖେଳି ଯାଇଥିଲା। ପୂରା ଉପର ମହଲାରେ ନିଆଁ  ଲାଗିଥିବା ବେଳେ ଘଟଣା ସ୍ଥଳରେ ୭ ଅଗ୍ନିଶମ ଗାଡ଼ି ଓ ୫୦ କର୍ମଚାରୀ ପହଞ୍ଚି ବହୁ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ହସ୍ପିଟାଲ୍‌ରେ ଥିବା ଗୁରୁତର ରୋଗୀଙ୍କୁ ଏସ୍‌ସିବି ସମେତ ଅନ୍ୟ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଘଟଣାସ୍ଥଳରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ,  କମିଶନର, ଡିସିପି, ବିଧାୟକ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ନିଆଁ ଲିଭା ସରିଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ୧୧ ରୋଗୀଙ୍କୁ ଏସ୍‌ସିବି ସମେତ ଅନ୍ୟ  ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ ବାହିନୀ ତଦନ୍ତ କରି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ।

ଏନେଇ କଟକ ବିଧାୟକ ମହମ୍ମଦ ମୁକିମ କହିଛନ୍ତି, ସନ୍‌ ନର୍ସିଂହୋମ କଟକର ବହୁ ପୁରୁଣା ନର୍ସିଂହୋମ। ଏହା ଉପରେ କିଚେନ, ଟ୍ରେନିଂ ସେଣ୍ଟର ଥିବା ବେଳେ ସେଠାରୁ ନିଆଁ ବ୍ୟାପିଥିବା ଅନୁମାନ କରାଯାଉଛି। ସମସ୍ତଙ୍କ ସହଯୋଗରେ ରୋଗୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବାରୁ କେହି ଏଥିରେ ଆହତ ହୋଇ ନାହାନ୍ତି। ତେଣୁ ଯେକୌଣସି ନର୍ସିଂହୋମକୁ ଲାଇସେନ୍ସ ଦେବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ଭାବେ ସମସ୍ତ ଭିତ୍ତିଭୂମିର  ତଦନ୍ତ କରିବା ଆବଶ୍ୟକ।

ସୂଚନାଯୋଗ୍ୟ, ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ ଭାବେ ତଦାରଖ କରାଯାଉ ନ ଥିବାରୁ ବାରମ୍ବାର ଏପରି ଅଘଟଣ ଘଟୁଥିବା ଅଭିଯୋଗ ହେଉଛି। କରୋନା ସମୟରେ  ଜଗତପୁରସ୍ଥିତ ସଦଗୁରୁ ହସ୍ପିଟାଲରେ ନିଆଁ ଲାଗିଥିବା ବେଳେ ବହୁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଘଟଣାର ତଦନ୍ତ କରି ହସ୍ପିଟାଲକୁ କ୍ଲିନ୍‌ ଚିଟ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos