ନୂଆ କାରଖାନା ପାଇଁ ହଜାରେ ଦିନ କୋହଳ ହେବ ନିୟମ, ୨୦ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧ୍ୟାଦେଶ ମାଧ୍ୟମରେ କାରଖାନା ଆଇନ-୧୯୪୮ର ସଂଶୋଧନକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ସଂଶୋଧିତ ନିୟମ ଅନୁସାରେ ଜନସ୍ୱାର୍ଥ ନିମନ୍ତେ ଆବଶ୍ୟକ ମନେହେଲେ ଏହି ସଂଶୋଧନର ହଜାରେ ଦିନ ମଧ୍ୟରେ ଯେଉଁ ନୂଆ ସ୍ଥାପିତ କାରଖାନାଗୁଡ଼ିକରେ ଉତ୍ପାଦନ ଆରମ୍ଭ ହେବ, ସେହି କାରଖାନାକୁ ହଜାରେ ଦିନ ପର୍ଯ୍ୟନ୍ତ କାରଖାନା ଆଇନର ଅନେକ ଧାରାରୁ ରିହାତି ମିଳିବ। ଏହାସହିତ ମୋଟ ୨୦ଟି ପ୍ରସ୍ତାବକୁ ଆଜି କ୍ୟାବିନେଟ ଅନୁମୋଦନ କରିଛନ୍ତି। ମୁଖ୍ୟ ସଚିବ ଅସିତ୍ କୁମାର […]

facre

facre

Manoranjan Sial
  • Published: Wednesday, 12 August 2020
  • Updated: 12 August 2020, 10:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧ୍ୟାଦେଶ ମାଧ୍ୟମରେ କାରଖାନା ଆଇନ-୧୯୪୮ର ସଂଶୋଧନକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ସଂଶୋଧିତ ନିୟମ ଅନୁସାରେ ଜନସ୍ୱାର୍ଥ ନିମନ୍ତେ ଆବଶ୍ୟକ ମନେହେଲେ ଏହି ସଂଶୋଧନର ହଜାରେ ଦିନ ମଧ୍ୟରେ ଯେଉଁ ନୂଆ ସ୍ଥାପିତ କାରଖାନାଗୁଡ଼ିକରେ ଉତ୍ପାଦନ ଆରମ୍ଭ ହେବ, ସେହି କାରଖାନାକୁ ହଜାରେ ଦିନ ପର୍ଯ୍ୟନ୍ତ କାରଖାନା ଆଇନର ଅନେକ ଧାରାରୁ ରିହାତି ମିଳିବ। ଏହାସହିତ ମୋଟ ୨୦ଟି ପ୍ରସ୍ତାବକୁ ଆଜି କ୍ୟାବିନେଟ ଅନୁମୋଦନ କରିଛନ୍ତି।

ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଅଧ୍ୟାଦେଶ ମାଧ୍ୟମରେ କାରଖାନା ଆଇନ-୧୯୪୮ର କେତେକ ଧାରାରେ ସଂଶୋଧନ ନିମନ୍ତେ ଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଗତ ମେ’ ୨୯ତାରିଖରେ ଅନୁମୋଦନ କରିଥିଲେ। ଏହି ଅଧ୍ୟାଦେଶ ପ୍ରଣୟନ ପାଇଁ ରାଷ୍ଟ୍ରପତିଙ୍କଠୁ ରାଜ୍ୟପାଳ ପରାମର୍ଶ ଲୋଡ଼ିଥିଲେ। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟଠୁ ମିଳିଥିବା ପରାମର୍ଶ ଓ ଅତିରିକ୍ତ ପ୍ରସ୍ତାବକୁ ଧ୍ୟାନରେ ରଖି ଏକ ଅଧ୍ୟାଦେଶ ମାଧ୍ୟମରେ କାରଖାନା ଆଇନ-୧୯୪୮ର ସଂଶୋଧନ ନିମନ୍ତେ ସାନି ପ୍ରସ୍ତାବ ଆଜି ରାଜ୍ୟ କ୍ୟାବିନେଟରେ ଉପସ୍ଥାପନ କରାଯାଇଥିଲା। ଯାହାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ସଂଶୋଧନ ଅନୁସାରେ ଯେଉଁ କାରଖାନାଗୁଡ଼ିକରେ ବିଦ୍ୟୁତ ଶକ୍ତି ପ୍ରୟୋଗ ବିଶିଷ୍ଟ କାର୍ଯ୍ୟରେ ୨୦ରୁ କମ୍ ଓ ବିଦ୍ୟୁତବିହୀନ ଶିଳ୍ପ କାର୍ଯ୍ୟରେ ୪୦ରୁ କମ୍ ଶ୍ରମିକ ନିୟୋଜିତ ଥିବେ ସେମାନେ ସରକାରୀ ଦେୟ ନକ୍ସା ମଞ୍ଜୁରୀ, ସନନ୍ଦ ନବୀକରଣ ଓ ନିୟମିତ ପରୀକ୍ଷଣରୁ ମୁକ୍ତ ହେବେ। ତା’ଛଡ଼ା ଅର୍ଜିତ ଛୁଟି ଉପଲବ୍ଧ ସୀମା ୨୪୦ରୁ ୧୮୦ ପାରିଶ୍ରମିକ ଦିବସକୁ ହ୍ରାସ, ସନ୍ଧ୍ୟା ୭ଟା ପରେ ସହମତି ଭିତ୍ତିରେ ମହିଳା ଶ୍ରମିକଙ୍କ ନିୟୋଜନ ଆଦି ପ୍ରସ୍ତାବ ସାମିଲ ଅଛି। ଏହି ସଂଶୋଧନ ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ, ନିଯୁକ୍ତି ସୃଷ୍ଟି ଓ କରୋନା ମହାମାରୀ କବଳିତ ଏମଏସଏମଇକୁ କ୍ରିୟାଶୀଳ କରିବାରେ ସହାୟକ ହେବ।

ସେହିପରି ଓଡ଼ିଶା ବେସାମରିକ ସେବା(ସାକ୍ଷାତକାର କିମ୍ବା ମୌଖିକ ପରୀକ୍ଷା) ନିୟମାବଳୀ-୨୦୨୦ର ପ୍ରଣୟନକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି। ତେବେ ଏଣିକି ଉଭୟ ରାଜ୍ୟ ଓ ଜିଲ୍ଲା କ୍ୟାଡ଼ରର ବିଭିନ୍ନ ଗ୍ରୁଫ-ସି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ସରଳ, ତ୍ୱରାନ୍ୱିତ ଓ ସ୍ୱଚ୍ଛ କରିବା ନିମନ୍ତେ ସରକାର ସମସ୍ତ ନିଯୁକ୍ତି ନିୟମାବଳୀରୁ ସାକ୍ଷାତକାର/ମୌଖିକ ପରୀକ୍ଷା ବ୍ୟବସ୍ଥାକୁ ପରିହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେହିପରି ଓଡ଼ିଶା ମ୍ୟୁନିସିପାଲ ଆକ୍ଟ-୧୯୫୦ ଓ ଓଡ଼ିଶା କର୍ପୋରେସନ୍ ଆକ୍ଟରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାଫଳରେ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଟ୍ରେଡ୍ ଲାଇସେନ୍ସ ପାଇଁ ଯେଉଁଦିନ ଆବେଦନ କରିବେ ସେମାନଙ୍କୁ ସେହିଦିନ ପ୍ରୋଭିଜିନାଲ ଟ୍ରେଡ୍ ଲାଇସେନ୍ସ ମିଳିବ। ଏହାପରେ ଅନ୍ୟାନ୍ୟ ଦସ୍ତାବିଜ ଦାଖଲ କରି ଚୂଡ଼ାନ୍ତ ଲାଇସେନ୍ସ ୫ବର୍ଷ ପାଇଁ ନେଇପାରିବେ। ପୂର୍ବରୁ ଏହା ବର୍ଷକ ପାଇଁ ଦିଆଯାଉଥିଲା।ସେହିପରି ସହରରେ ଥିବା ବସ୍ତିଗୁଡ଼ିକର ବିକାଶ ପାଇଁ ପୌରନିଗମ ଓ ପୌର ସଂସ୍ଥାଗୁଡ଼ିକ ନିଜର ବଜେଟରେ ନିଶ୍ଚିତ ଭାବେ ୨୫ପ୍ରତିଶତ ଅର୍ଥ ଆବଣ୍ଟନ କରିବାକୁ ବାଧ୍ୟ ହେବେ।

ରାଜ୍ୟ ଶିଳ୍ପନୀତି ୨୦୦୭ ଓ ୨୦୧୫ରେ କାର୍ଯ୍ୟକାରୀ ମାର୍ଗଦର୍ଶିକା ଅନୁସାରେ ଯୋଗ୍ୟ ଶିଳ୍ପ ସଂସ୍ଥାଗୁଡ଼ିକୁ ଆର୍ଥିକ ପ୍ରୋତ୍ସାହନ ଉପଲବ୍ଧ କରାଯିବ। ଫଳରେ ଏମଏସଏମଇ ଓ ବୃହତ ଶିଳ୍ପ ସଂସ୍ଥାକୁ ସମ୍ପ୍ରସାରଣ, ଆଧୁନିକୀକରଣ ଓ ବିବିଧତାକରଣ ଦ୍ୱାରା ଉପକୃତ ହେବା ସହିତ ରାଜ୍ୟରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଗ୍ରୀଡକୋକୁ ୨୦୧୯-୨୦ ଆର୍ଥିକ ବର୍ଷରେ ଋଣ ପାଇଁ ଦିଆଯାଇଥିବା ୧୫୦୦କୋଟି ଟଙ୍କାର ସରକାରୀ ଗ୍ୟାରେଣ୍ଟିକୁ ଆଜି କ୍ୟାବିନେଟ ଅନୁମୋଦନ କରିଛନ୍ତି। ଗ୍ରୀଡକୋ ଇତିମଧ୍ୟରେ ୩୬୦୮ କୋଟି ଟଙ୍କା ଋଣ ପରିଶୋଧ କରିଛି ଓ ସେହି ପରିମାଣର ସରକାରୀ ଗ୍ୟାରେଣ୍ଟି ସର୍ମପଣ କରିଛି। ସେହିପରି ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିକୁ ସୁଦୃଢ଼ୀକରଣ ନିମନ୍ତେ ‘ନିର୍ମଳ’ ସଂଶୋଧିତ ଯୋଜନାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏଥିରେ ମୋଟ ୧୯୯୮.୧୫କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରୁ ରାଜ୍ୟ ସରକାର ୧୮୭୪.୨୭ କୋଟି ଓ ଏନଆରଏଚଏମରୁ ୧୨୩.୮୮କୋଟି ଟଙ୍କା ବ୍ୟୟ ହେବ। ଏଥିରେ ସରକାରୀ ହସ୍ପିଟାଲ, ମେଡିକାଲ କଲେଜ ଓ ଆୟୁଷ କଲେଜଗୁଡ଼ିକର ସୌନ୍ଦର୍ଯ୍ୟକରଣ କରାଯିବ।

ସେହିପରି ଠିକା ଶ୍ରମିକ(ନିୟନ୍ତ୍ରଣ ଓ ନିଷେଧ) ଆଇନ-୧୯୭୦ର ସଂଶୋଧନ, ଓଡ଼ିଶା ରାଜସ୍ୱ ସେବା ନିୟମାବଳୀ-୨୦୧୧ ସଂଶୋଧନ, କୋର୍ଟ ଫି ଅଧିନିୟମ-୧୮୭୦ ଅଧ୍ୟାଦେଶକୁ ଅନୁମୋଦନ ସମେତ ମୋଟ ୨୦ଟି ଏଜେଣ୍ଡାକୁ କ୍ୟାବିନେଟ ଅନୁମୋଦନ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story