ଜେଇଇ-ନିଟ ପରୀକ୍ଷା: ରାଜ୍ୟବ୍ୟାପୀ ଲକଡାଉନ୍ ଓ ଶଟଡାଉନ୍ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଆଜି ଅନଲକ୍ -୪ ଗାଇଡଲାଇନ୍ ଜାରି କରି ରାଜ୍ୟରେ ଲକଡାଉନ୍ କରିବା ଉପରେ ଅଙ୍କୁଶ ଲଗାଇଥିବାବେଳେ ଓଡ଼ିଶା ସରକାର ଜେଇଇ-ନିଟ୍ ପରୀକ୍ଷା ପାଇଁ ରାଜ୍ୟବ୍ୟାପୀ ଲକଡାଉନ୍ ଓ ଶଟଡାଉନ୍ ଉପରେ କଟକଣା ଜାରି କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଜାରି କରିଥିବା ନିର୍ଦ୍ଦେଶାନାମା ଅନୁସାରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ତାରିଖ ଓ ସେପ୍ଟେମ୍ବର ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଲକଡାଉନ୍ କିମ୍ବା […]

dm

Hemant Lenka
  • Published: Saturday, 29 August 2020
  • , Updated: 29 August 2020, 09:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଆଜି ଅନଲକ୍ -୪ ଗାଇଡଲାଇନ୍ ଜାରି କରି ରାଜ୍ୟରେ ଲକଡାଉନ୍ କରିବା ଉପରେ ଅଙ୍କୁଶ ଲଗାଇଥିବାବେଳେ ଓଡ଼ିଶା ସରକାର ଜେଇଇ-ନିଟ୍ ପରୀକ୍ଷା ପାଇଁ ରାଜ୍ୟବ୍ୟାପୀ ଲକଡାଉନ୍ ଓ ଶଟଡାଉନ୍ ଉପରେ କଟକଣା ଜାରି କରିଛନ୍ତି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଜାରି କରିଥିବା ନିର୍ଦ୍ଦେଶାନାମା ଅନୁସାରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ତାରିଖ ଓ ସେପ୍ଟେମ୍ବର ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଲକଡାଉନ୍ କିମ୍ବା ଶଟଡାଉନ୍ ଲାଗୁ ହେବ ନାର୍ହି। ଜେଇଇ-ନିଟ୍ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ସମେତ ପରୀକ୍ଷା କର୍ମୀଚାରୀମାନଙ୍କ ଯାତାୟତ ସୁବିଧା ତଥା ପରୀକ୍ଷା ପରିଚାଳନାକୁ ସହଜ କରିବା ନିମନ୍ତେ ଏପରି ନିଷ୍ପତ୍ତି ନିଆଯାଇଛି।

ତେବେ କୋଭିଡ-୧୯ ପ୍ରୋଟୋକଲ ଅନୁସାରେ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା, ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା ଭଳି କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ୭ଟି ସହର ଯଥା- ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁରରେ ଶଟଡାଉନ ଏବଂ ଲକଡାଉନ ନିୟମ କୋହଳ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ।

ଏହି ସବୁ ସହରରେ ଜେଇଇ ଓ ନିଟ୍‌ର ପରୀକ୍ଷା କେନ୍ଦ୍ର ରହିଛି। ରାଜ୍ୟ ସରକାରଙ୍କର ସଂଶୋଧିତ ନିର୍ଦ୍ଦେଶନାମା ଯୋଗୁ ଆସନ୍ତାକାଲି ରାଜ୍ୟରେ ଶଟଡାଉନ ଜନିତ ଦୋକାନ ବଜାର ବନ୍ଦ ରହିବ ନାହିଁ।

Related story