‘ଏଣିକି ମାସ୍କ ନାହିଁ ତ ପେଟ୍ରୋଲ ନାହିଁ’

ଭୁବନେଶ୍ୱର (ଓଡିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବାକୁ ପ୍ରାଥମିକତା ଦିଆଯାଉଛି।  ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ  ବାଧ୍ୟତାମୂଳକ କରାଯାଇଛି। ଏପରିକି ମାସ୍କ ନ ପିନ୍ଧିଲେ ଜୋରିମାନା ଆଦାୟ କରିବାକୁ ମଧ୍ୟ କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ସମର୍ଥନ କରିଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ। ମାସ୍କ ପିନ୍ଧା ନିୟମକୁ କଡାକଡ଼ି ଲାଗୁ କରିଛି ସଂଘ।  ଏଣିକି ମାସ୍କ ନ ପିନ୍ଧିଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳିବନି […]

petrol

Tapaswini Nayak
  • Published: Friday, 10 April 2020
  • , Updated: 10 April 2020, 12:16 PM IST

ଭୁବନେଶ୍ୱର (ଓଡିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବାକୁ ପ୍ରାଥମିକତା ଦିଆଯାଉଛି।  ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ  ବାଧ୍ୟତାମୂଳକ କରାଯାଇଛି। ଏପରିକି ମାସ୍କ ନ ପିନ୍ଧିଲେ ଜୋରିମାନା ଆଦାୟ କରିବାକୁ ମଧ୍ୟ କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ସରକାରଙ୍କ ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ସମର୍ଥନ କରିଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ। ମାସ୍କ ପିନ୍ଧା ନିୟମକୁ କଡାକଡ଼ି ଲାଗୁ କରିଛି ସଂଘ।  ଏଣିକି ମାସ୍କ ନ ପିନ୍ଧିଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳିବନି ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ପେଟ୍ରୋଲ୍ ପମ୍ପ କର୍ମଚାରୀ ଓ ଗ୍ରାହକମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏପରି  ନିଷ୍ପତ୍ତି ନିଆଯାଇଥିବା ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି ।

 

Related story