ଲୁଟ୍‌, ଛିନତାଇ ପାଇଁ ଯିବାକୁ ପଡ଼ିବନି ଥାନା, ଏଣିକି ଇ-ଏଫଆଇଆର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟର ବିଭିନ୍ନ ଅଂଚଳରେ ଲୁଟ୍‌, ଛିନତାଇ ଆଦି ଘଟଣା ବୃଦ୍ଧି ପାଉଥିବାବେଳେ ଏ ସମ୍ପର୍କରେ ଅଭିଯୋଗ ପାଇଁ ପ୍ରଭାବିତ ଲୋକଙ୍କୁ ଆଉ ଥାନାକୁ ଯିବାକୁ ପଡ଼ିବ ନାହିଁ। ମୋବାଇଲ ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍ ମାଧ୍ୟମରେ ଏହି ଅଭିଯୋଗକୁ ଭର୍ଚୁଆଲ ପୁଲିସ୍ ଷ୍ଟେସନରେ ଇ-ଏଫଆଇଆର ରୁଜୁ କରାଯାଇପାରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନୂଆ ଇ-ଏଫଆଇଆର ବ୍ୟବସ୍ଥାକୁ ଲୋକାର୍ପିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ, ସାର୍ବଜନୀନ ସ୍ଥାନରୁ ଚୋରି ଅବା ଲୁଟ୍ ହେଲେ […]

jajpur-loot

jajpur-loot

Ordigital Desk
  • Published: Saturday, 26 June 2021
  • Updated: 27 June 2021, 07:21 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟର ବିଭିନ୍ନ ଅଂଚଳରେ ଲୁଟ୍‌, ଛିନତାଇ ଆଦି ଘଟଣା ବୃଦ୍ଧି ପାଉଥିବାବେଳେ ଏ ସମ୍ପର୍କରେ ଅଭିଯୋଗ ପାଇଁ ପ୍ରଭାବିତ ଲୋକଙ୍କୁ ଆଉ ଥାନାକୁ ଯିବାକୁ ପଡ଼ିବ ନାହିଁ। ମୋବାଇଲ ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍ ମାଧ୍ୟମରେ ଏହି ଅଭିଯୋଗକୁ ଭର୍ଚୁଆଲ ପୁଲିସ୍ ଷ୍ଟେସନରେ ଇ-ଏଫଆଇଆର ରୁଜୁ କରାଯାଇପାରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନୂଆ ଇ-ଏଫଆଇଆର ବ୍ୟବସ୍ଥାକୁ ଲୋକାର୍ପିତ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ, ସାର୍ବଜନୀନ ସ୍ଥାନରୁ ଚୋରି ଅବା ଲୁଟ୍ ହେଲେ ‘ଫାଇଭ-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଇ-ଏଫଆଇଆର ଦାଖଲ କରିହେବ। ଏଥିପାଇଁ ଆଜି ଇ-ଏଫଆଇଆରର ସମ୍ପ୍ରସାରିତ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ଯାହାଫଳରେ ରାସ୍ତାଘାଟ,ବଜାର ଭଳି ସର୍ବସାଧାରଣ ସ୍ଥାନରୁ ଯଦି ଚେନ୍ , ଲାପଟପ୍‌, ମୋବାଇଲ ଫୋନ୍ ଆଦି ଚୋରି ହୋଇଯାଏ ଅବା ଲୁଟ୍ ହୁଏ ତା’ହେଲେ ସମ୍ପୃକ୍ତ ପ୍ରଭାବିତ ବ୍ୟକ୍ତିଙ୍କୁ ଥାନାକୁ ଯାଇ ଏଫଆଇଆର ଦାଖଲ କରିବାର ଆବଶ୍ୟକତା ନାହିଁ। ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ କାର୍ଯ୍ୟାଳୟରେ ଥିବା ଭର୍ଚୁଆଲ ପୁଲିସ ଷ୍ଟେସନରେ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ଅନଲାଇନ୍ ମାଧ୍ୟମରେ ଏହି ଏଫଆଇଆର ରୁଜୁ କରିହେବ। ଅଭିଯୋଗକାରୀଙ୍କୁ ମଧ୍ୟ ନିଜର ଅଭିଯୋଗ ଉପରେ ତଦନ୍ତର ସ୍ଥିତି ସମ୍ପର୍କରେ ଏସଏମଏସ୍ ମାଧ୍ୟମରେ ଅବଗତ କରାଯିବ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଏହି ବ୍ୟବସ୍ଥାକୁ ଉଦଘାଟନ କରିବା ସହ ରାଜ୍ୟ ପୁଲିସ ବାହିନୀରେ ନବନିଯୁକ୍ତ ୩୯ଜଣ କ୍ରୀଡ଼ାବିତଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଥିଲେ । ଏହି କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ୩୦ଜଣ ମହିଳା ଓ ୯ଜଣ ପୁରୁଷ ଅଛନ୍ତି। ପୂର୍ବରୁ ରାଜ୍ୟ ପୁଲିସରେ ୬ଟି ପର୍ଯ୍ୟାୟରେ ମୋଟ ୯୬ଜଣ କ୍ରୀଡ଼ାବିତଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ମିଳିଛି। ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟ ସରକାର ଏକ ହଜାର କୋଟି ଟଙ୍କା ନିବେଶ କରିଛନ୍ତି। ରାଜ୍ୟ ସରକାର ୨୦୨୩ ବିଶ୍ୱ କପ୍ ହକି ମ୍ୟାଚକୁ ଦୃଷ୍ଟିରେ ରଖି ରାଉରକେଲାରେ ଦେଶର ସର୍ବବୃହତ୍ ହକି ଷ୍ଟାଡ଼ିୟମ ନିର୍ମାଣ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ପୁଲିସ ବାହିନୀରେ ନବନିଯୁକ୍ତ କ୍ରୀଡ଼ାବିତଙ୍କୁ ନିଜ କ୍ୟାରିୟରରେ ଭଲ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି। ସେମାନେ ନିଜର ପ୍ରଦର୍ଶନ ମାଧ୍ୟମରେ ରାଜ୍ୟ ତଥା ଦେଶର ନାଁ ରଖିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା, ପୁଲିସ ଡିଜି ଅଭୟ, ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story