‘ସହଯୋଗ କରନ୍ତୁ; କରୋନା ହାରିବ, ଆମେ ଜିତିବା’

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ ମହାମାରୀ ‘କରୋନା’ ଭୟଙ୍କର ରୂପ ଧାରଣ କରୁଛି। ପ୍ରତିଦିନ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏପରି ସ୍ଥିତିରେ ଭୟ ନକରି ସହଯୋଗ କରିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କଲାଙ୍ଗେ। ଜିଲ୍ଲାବାସୀ ସହଯୋଗ ଗଲେ ‘କରୋନା’ ନିଶ୍ଚିତ ହାରିବ, ଆମେ ନିଶ୍ଚିତ ଜିତିବା ବୋଲି ଜିଲ୍ଲାପାଳ କହିଛନ୍ତି। ସେ କହିଛନ୍ତି-“ଗଞ୍ଜାମ ଜିଲ୍ଲାରେ ଅଧିକ ସ୍କ୍ରିନିଂ କରାଯାଉଛି। ସେଥିପାଇଁ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏବେ ଗ୍ରାମାଞ୍ଚଳରେ ସ୍କ୍ରିନିଂ ଚାଲିଛି। […]

ganjam

Manoranjan Sial
  • Published: Friday, 24 July 2020
  • , Updated: 24 July 2020, 06:21 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ ମହାମାରୀ ‘କରୋନା’ ଭୟଙ୍କର ରୂପ ଧାରଣ କରୁଛି। ପ୍ରତିଦିନ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏପରି ସ୍ଥିତିରେ ଭୟ ନକରି ସହଯୋଗ କରିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କଲାଙ୍ଗେ। ଜିଲ୍ଲାବାସୀ ସହଯୋଗ ଗଲେ ‘କରୋନା’ ନିଶ୍ଚିତ ହାରିବ, ଆମେ ନିଶ୍ଚିତ ଜିତିବା ବୋଲି ଜିଲ୍ଲାପାଳ କହିଛନ୍ତି।

ସେ କହିଛନ୍ତି-“ଗଞ୍ଜାମ ଜିଲ୍ଲାରେ ଅଧିକ ସ୍କ୍ରିନିଂ କରାଯାଉଛି। ସେଥିପାଇଁ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏବେ ଗ୍ରାମାଞ୍ଚଳରେ ସ୍କ୍ରିନିଂ ଚାଲିଛି। ଆକ୍ରାନ୍ତଙ୍କୁ ଖୋଜି ଖୋଜି ବାହାର କରୁଛୁ। ୨୦୦ ଡାକ୍ତରୀ ଟିମ୍‌ ଏବେ ବୁଲି ବୁଲି ସ୍କ୍ରିନିଂ କରୁଛନ୍ତି। ଏହା ମଧ୍ୟରେ ଜିଲ୍ଲାର ୩୦ଟି ଗାଁ ରେଡ୍‌ରୁ ଗ୍ରୀନ ଜୋନକୁ ଆସି ପାରିଛି। ଗଞ୍ଜାମ ଜିଲ୍ଲାର ୮୩ ପ୍ରତିଶତ ଗାଁ ଏବେ ‘କରୋନା’ ମୁକ୍ତ ହୋଇସାରିଲାଣି। ତେଣୁ ବଢୁଥିବା ସଂଖ୍ୟାକୁ ନେଇ ଚିନ୍ତା କରନ୍ତୁ ନାହିଁ। ମୋର ଆଶା, ସପ୍ତାହକ ମଧ୍ୟରେ ସବୁ ଆକ୍ରାନ୍ତଙ୍କୁ ଚିହ୍ନଟ କରିଦେବୁ। ଆକ୍ରାନ୍ତଙ୍କ ପାଇଁ ମେଡିକାଲରେ ଆମର ବେଡ୍‌ର ଅଭାବ ନାହିଁ।”

ସେ ଆହୁରି କହିଛନ୍ତି-“ବ୍ରହ୍ମପୁର ମେଡିକାଲରେ ୩ ଜଣ ରୋଗୀଙ୍କୁ ପ୍ଲାଜମା ଦିଆଯାଇଛି। ସମସ୍ତ ୩ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ହେଉଛି। ଔଷଧ, ଆମ୍ବୁଲାନ୍ସ ଓ ଭେଣ୍ଟିଲେଟର ସବୁ ପର୍ଯ୍ୟପ୍ତ ରହିଛି। କିଛି ଅସୁବିଧା ନାହିଁ। ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ରୋଗୀଙ୍କୁ ଚିକିତ୍ସା ଦେବାକୁ କିଛି ସମସ୍ୟା ନାହିଁ। ଆମ ପାଖରେ ଚିକିତ୍ସା ପାଇଁ ସବୁ ପ୍ରକାର ଭିତ୍ତିଭୂମି ରହିଛି। ୧୨୦ ଦିନ ହେଲା କୋଭିଡ୍‌ ଯୋଦ୍ଧାମାନେ ନିରନ୍ତର କାମ କରୁଛନ୍ତି। ଦିନରାତି ଏକ କରି ସେମାନେ ନିରନ୍ତର କାମ କରୁଛନ୍ତି। କୋଭିଡ୍‌ ଯୋଦ୍ଧା ଦରମା ପାଇଁ ନୁହେଁ, ସେବା ଉଦ୍ଦେଶ୍ୟରେ କାମ କରୁଛନ୍ତି। କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ନିଜ ଲକ୍ଷଣ ଲୁଚାନ୍ତୁନି ଓ ନିୟମ ମାନନ୍ତୁ। ସବୁ କରୋନା ସୁସ୍ଥ ବ୍ୟକ୍ତିଙ୍କୁ ଅନୁରୋଧ, ପ୍ଲାଜମା ଦାନ କରୁନ୍ତୁ। ସହଯୋଗ କରନ୍ତୁ; କରୋନା ନିଶ୍ଚିତ ହାରିବ, ଆମେ ନିଶ୍ଚିତ ଜିତିବା। ଆମ ପରିଶ୍ରମ ଓ ଉଦ୍ୟମର ଫଳ ନିଶ୍ଚିତ ଭାବେ ୧୫ ଦିନ ଭିତରେ ଦେଖିବା।”

Related story