ନକ୍ସଲଙ୍କ ଭୟରେ ଭୋଟ୍‌ ଦେବାକୁ ଆସିଲେନି ଭୋଟର

ମାଲକାନଗିରି (ଜିତେନ୍ଦ୍ର ବେଉରା): ରାଜ୍ୟରେ ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି।  ତେବେ ମତଦାନ ପ୍ରକ୍ରିୟା ଆରମ୍ଭରୁ ବିଭିନ୍ନ ସମସ୍ୟା ଦେଖାଦେଇଛି। ମାଲକାନଗିରି ଜିଲ୍ଲାରେ ଦୁଇଟି ବୁଥକୁ କେହି ଭୋଟ୍‌ ଦେବାକୁ ଯାଇ ନଥିବା ସୂଚନା ମିଳିଛି। ଜିଲ୍ଲାର ମାଥିଲି ବ୍ଲକର ତେମୁରୁପାଲିର ୬ ନମ୍ବର ଓ ୮ ନମ୍ବର ବୁଥ୍‌କୁ କେହି ଭୋଟ ଦେବାକୁ ଯାଇନାହାନ୍ତି। ନକ୍ସଲଙ୍କ […]

mal...........

mal...........

Tapaswini Nayak
  • Published: Thursday, 11 April 2019
  • Updated: 11 April 2019, 02:59 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ରାଜ୍ୟରେ ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି।  ତେବେ ମତଦାନ ପ୍ରକ୍ରିୟା ଆରମ୍ଭରୁ ବିଭିନ୍ନ ସମସ୍ୟା ଦେଖାଦେଇଛି।

ମାଲକାନଗିରି ଜିଲ୍ଲାରେ ଦୁଇଟି ବୁଥକୁ କେହି ଭୋଟ୍‌ ଦେବାକୁ ଯାଇ ନଥିବା ସୂଚନା ମିଳିଛି। ଜିଲ୍ଲାର ମାଥିଲି ବ୍ଲକର ତେମୁରୁପାଲିର ୬ ନମ୍ବର ଓ ୮ ନମ୍ବର ବୁଥ୍‌କୁ କେହି ଭୋଟ ଦେବାକୁ ଯାଇନାହାନ୍ତି। ନକ୍ସଲଙ୍କ ଭୟରେ କେହି ଭୋଟ୍ ଦେବାକୁ ଯାଇନଥିବା ସୂଚନା ମିଳିଛି।

କିଛି ସ୍ଥାନରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିଲା ବେଳେ କିଛି ସ୍ଥାନରେ ଅଚଳ ଇଭିଏମ୍‌କୁ ସଜାଡ଼ିବାରେ ବିଳମ୍ବ ହେବାରୁ ଲୋକେ ଭୋଟ୍ ନ ଦେଇ ଫେରି ଯାଇଛନ୍ତି। ଆଉ କିଛି ସ୍ଥାନରେ ଲୋକଙ୍କ ଦାବି ପୂରଣ ହୋଇ ନଥିବାରୁ ସେମାନେ ଭୋଟ୍ ବର୍ଜନ କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos