‘ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ପାଇଁ ଲାଗୁ ହେବନି ପାସ୍‌ କଟକଣା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ପାଇଁ ଲାଗୁ ହେବନି ପାସ୍‌ କଟକଣା। ନିଜ ପରିଚୟପତ୍ର ଦେଖାଇ ହସ୍ପିଟାଲ ଯାଇପାରିବେ ସ୍ୱାସ୍ଥ୍ୟ କର୍ମଚାରୀ। ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି କଟକଣା କୋହଳ ପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଅଭୟ। ଏନେଇ ସବୁ ଜିଲ୍ଲାର ଏସ୍‌ପି ଓ ଡିସିପିମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ବୋଲି ଡିଜି ଚିଠି କରିଛନ୍ତି। […]

medical

medical

Manoranjan Sial
  • Published: Tuesday, 24 March 2020
  • Updated: 24 March 2020, 06:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ପାଇଁ ଲାଗୁ ହେବନି ପାସ୍‌ କଟକଣା। ନିଜ ପରିଚୟପତ୍ର ଦେଖାଇ ହସ୍ପିଟାଲ ଯାଇପାରିବେ ସ୍ୱାସ୍ଥ୍ୟ କର୍ମଚାରୀ। ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି କଟକଣା କୋହଳ ପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଅଭୟ। ଏନେଇ ସବୁ ଜିଲ୍ଲାର ଏସ୍‌ପି ଓ ଡିସିପିମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ବୋଲି ଡିଜି ଚିଠି କରିଛନ୍ତି।

ରାଜ୍ୟରେ ଏଯାଏ ମୋଟ ୧୧୦ଟି ସାମ୍ପଲ ଟେଷ୍ଟ କରାଯାଇଛି। ୧୧୦ ସାମ୍ପଲରୁ ପୂର୍ବୋକ୍ତ ସେହି ୨ଟି ପଜିଟିଭ ମିଳିଛି। ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୫୭ ଜଣଙ୍କ ଭିତରୁ ୪୫ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ୧୦୪ ହେଲପ ଲାଇନ ଜରିଆରେ ୩୮୬୧ ଜଣ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୦୦ ଜଣଙ୍କ ଠାରେ କିଛି କିଛି ଲକ୍ଷଣ ଦେଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos