ଓଡ଼ିଶାରେ ଆଉ ହେବନି ପ୍ଲାଜମା ଥେରାପି : ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମିତ ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଗତବର୍ଷ ବହୁଳ ଭାବେ ‘ପ୍ଲାଜମା ଥେରାପି ’କାର୍ଯ୍ୟକାରୀ ହୋଇଥିବା ବେଳେ ଏଣିକି ଆଉ ଏହି ଥେରାପିରେ ଚିକିତ୍ସା କରାଯିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରିବା ଅବସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିଲା। […]

plasma

plasma

Ordigital Desk
  • Published: Tuesday, 18 May 2021
  • Updated: 18 May 2021, 09:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମିତ ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଗତବର୍ଷ ବହୁଳ ଭାବେ ‘ପ୍ଲାଜମା ଥେରାପି ’କାର୍ଯ୍ୟକାରୀ ହୋଇଥିବା ବେଳେ ଏଣିକି ଆଉ ଏହି ଥେରାପିରେ ଚିକିତ୍ସା କରାଯିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରିବା ଅବସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ମଧ୍ୟ ରାଜ୍ୟରେ ଆଉ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା କରାଯିବ ନାହିଁ ବୋଲି ସୂଚନା ଦେଇଥିଲେ। ଏବେ ସମଗ୍ର ଦେଶରେ କୋଭିଡ୍ ସଂକ୍ରମଣ ହାର କମିବାରେ ଲାଗିଛି। ଓଡ଼ିଶାରେ ସଂକ୍ରମଣ ହାର ମେ’ ୧୩ତାରିଖରେ ସର୍ବାଧିକ ଥିଲା ଓ ତା’ପରଠୁ ଏହା କମିବାରେ ଲାଗିଛି। ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟରେ କୋଭିଡ୍ ଟେଷ୍ଟ ପରିମାଣକୁ ଦୈନିକ ୭୦ହଜାରକୁ ବୃଦ୍ଧି କରାଯିବ। ଗତ ସପ୍ତାହରେ ରାଜ୍ୟରେ କରୋନା ସଂକ୍ରମିତ ହାର ୨୧ ପ୍ରତିଶତ ଥିବାବେଳେ ଏହା ୧୮ ପ୍ରତିଶତକୁ ହ୍ରାସ ପାଇଛି। ଏବେ ମୃତ୍ୟୁହାର ୦.୪୦ରୁ ୦.୩୭%କୁ କମିଛି । ଗତ ୧୫ଦିନର ମୃତ୍ୟୁହାରକୁ ଦେଖିଲେ ଓଡ଼ିଶାରେ ମୃତ୍ୟୁହାର ସର୍ବନିମ୍ନ ୦.୧୬% ରହିଛି । ରାଜ୍ୟରେ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଛି ଓ ଏବେ ଆଉ ୩୬୮ଟି ବେଡ୍ ବୃଦ୍ଧି କରାଯିବ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ଗତବର୍ଷ ପ୍ଲାଜମା ଥେରାପି ଉପରେ ଗୁରୁତ୍ୱ ଦେଇ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କୁ ପ୍ଲାଜମା ଦାନ ପାଇଁ ଅନୁରୋଧ କରୁଥିଲେ । ଏପରିକି ମନ୍ତ୍ରୀମାନଙ୍କୁ ମଧ୍ୟ ଏଥିପାଇଁ ଜିଲ୍ଲା ଦାୟିତ୍ୱ ବଣ୍ଟନ କରାଯାଇଥିଲା । କୋଭିଡରୁ ସୁସ୍ଥ ହୋଇଥିବା ରାଜ୍ୟ ପୁଲିସ କର୍ମଚାରୀମାନଙ୍କ ବ୍ୟାପକ ପରିମାଣରେ ପ୍ଲାଜମା ସଂଗ୍ରହ କରାଯାଇଥିଲା । ଚଳିତବର୍ଷ କରୋନାର ଦ୍ୱିତୀୟ ଲହରରେ ପ୍ଲାଜମା ବ୍ୟାଙ୍କଗୁଡ଼ିକୁ ସରକାର ସକ୍ରିୟ କରିଥିଲେ ମଧ୍ୟ ଏହି ଥେରାପି ବିଶେଷ ଫଳପ୍ରଦ ହୋଇପାରିନି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ସମସ୍ତ ୬ଟି ପ୍ଲାଜମା ବ୍ୟାଙ୍କରେ ଏବେ ପ୍ରାୟ ୭୫୦ରୁ ୮୦୦ ୟୁନିଟ୍ ପ୍ଲାଜମା ରହିଛି । ସର୍ବାଧିକ କଟକ ପ୍ଲାଜମା ବ୍ୟାଙ୍କରେ ୩୪୧ ୟୁନିଟ୍‌, କୋରାପୁଟରେ ୧୪୧ ୟୁନିଟ୍‌, ଭୁବନେଶ୍ୱରରେ ୧୧୫ ୟୁନିଟ୍ ରହିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଇଣ୍ଡିଆନ ମେଡିକାଲ ରିସର୍ଚ୍ଚ କାଉନସିଲ୍ (ଆଇସିଏମଆର) ଏବେ ବୟସ୍କ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ପାଇଁ ସଂଶୋଧିତ ଗାଇଡଲାଇନ୍ ଜାରି କରି ପ୍ଲାଜମା ଥେରାପିକୁ ବାଦ୍ ଦେଇଛନ୍ତି। ଗୁରୁତର କୋଭିଡ୍ ରୋଗୀଙ୍କୁ ସୁସ୍ଥ କରାଇବାରେ ପ୍ଲାଜମା ଥେରାପି ବିଶେଷ ପ୍ରଭାବୀ ହେଉନାହିଁ ବୋଲି ଏକ୍ସପର୍ଟ ଗ୍ରୁପ୍ ମତ ଦେବାପରେ ଆଇସିଏମଆର ଏହାକୁ ଗୁୁରୁତର ସହ ବିଚାରକୁ ନେଇ ସଂଶୋଧିତ ଗାଇଡଲାଇନ୍ ପଠାଇଥିଲା । ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରି କୋଭିଡ-୧୯ ଚିକିତ୍ସା ପଦ୍ଧତିରୁ ପ୍ଲାଜମା ଥେରାପିକୁ ବାଦ୍ ଦେଇଛନ୍ତି ତଥା ଏନେଇ ରାଜ୍ୟ ସରକାରମାନଙ୍କୁ ମଧ୍ୟ ଅବଗତ କରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story