‘ବିଧାନସଭା ଶୀତକାଳୀନ ଅଧିବେଶନରେ ରହିବନି ପ୍ରଶ୍ନକାଳ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନରେ ରହିବନି ପ୍ରଶ୍ନକାଳ। ବିଧାନସଭା ସର୍ବଦଳୀୟ ବୈଠକ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି। ଏପରି ନିଷ୍ପତ୍ତିକୁ ବିରୋଧୀ ବିଜେପି ଓ କଂଗ୍ରେସ ବିରୋଧ କରିଛନ୍ତି। କେରାନା ପାଇଁ ଚଳିତ ବିଧାନସଭାରେ ତାରକା ପ୍ରଶ୍ନ ରହିବ ନାହିଁ। ଆବଶ୍ୟକୀୟ କାଗଜପତ୍ର ବିଧାୟକଙ୍କ ଘରକୁ ଡାକ ଯୋଗେ ପଠାଯିବ। କୋଭିଡ୍‌ ସ୍ଥିତିକୁ ଦେଖି ବିଧାୟକଙ୍କ ବସିବା ସ୍ଥାନ ନିରୂପଣ ହେବ। ବରିଷ୍ଠ […]

Manoranjan Sial
  • Published: Wednesday, 18 November 2020
  • Updated: 18 November 2020, 04:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନରେ ରହିବନି ପ୍ରଶ୍ନକାଳ। ବିଧାନସଭା ସର୍ବଦଳୀୟ ବୈଠକ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି। ଏପରି ନିଷ୍ପତ୍ତିକୁ ବିରୋଧୀ ବିଜେପି ଓ କଂଗ୍ରେସ ବିରୋଧ କରିଛନ୍ତି।

କେରାନା ପାଇଁ ଚଳିତ ବିଧାନସଭାରେ ତାରକା ପ୍ରଶ୍ନ ରହିବ ନାହିଁ। ଆବଶ୍ୟକୀୟ କାଗଜପତ୍ର ବିଧାୟକଙ୍କ ଘରକୁ ଡାକ ଯୋଗେ ପଠାଯିବ। କୋଭିଡ୍‌ ସ୍ଥିତିକୁ ଦେଖି ବିଧାୟକଙ୍କ ବସିବା ସ୍ଥାନ ନିରୂପଣ ହେବ। ବରିଷ୍ଠ ବିଧାୟକମାନେ ଚାହିଁଲେ ଭିଡିଓ କନଫରେନ୍ସିଂ ଯୋଗେ ଭାଗ ନେଇପାରିବେ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ସେହିଦିନ ଅତିରିକ୍ତ ବଜେଟ ଉପସ୍ଥାପନ ହେବ। ନଭେମ୍ବର ୨୯ରେ ବିଧାନସଭାରେ ବଜେଟ ପାରିତ ହେବ। ପ୍ରତିଦିନ ୨ଟି ପର୍ଯ୍ୟାୟରେ ସାଢ଼େ ୪ ଘଣ୍ଟା ଚାଲିବ ଗୃହକାର୍ଯ୍ୟ।   ଦିନ ସାଢ଼େ ୧୦ଟାରୁ ୧ଟା ଓ ଅପରାହ୍ଣ ୩ଟାରୁ ୫ଟା, ଯାଏଁ ଗୃହକାର୍ଯ୍ୟ ଚାଲିବ। ସମ୍ପୂର୍ଣ୍ଣ ଅଧିବେଶନ କୋଭିଡ ଗାଇଡ୍‌ଲାଇନ ଭିତରେ ଚାଲିବ ବୋଲି ବାଚସ୍ପତି କହିଛନ୍ତି।

ସେପଟେ ପ୍ରଶ୍ନକାଳ ବାତିଲକୁ ବିରୋଧ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ସେ କହିଛନ୍ତି, ଗୃହ କାର୍ଯ୍ୟ ସାଢ଼ ୪ ଘଂଟାରୁ ୫ ଘଂଟା ଚାଲିଥିଲେ କିଛି ଅସୁବିଧା ହୋଇନଥାନ୍ତା। ସୀମା ବିବାଦ, ବିଜୁଳି ଦର, ଚାଷୀଙ୍କୁ ପ୍ରସଙ୍ଗ କରିବ ବିଜେପି। କାଲି ଏନେଇ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି।

ସେପେଟ କଂଗ୍ରେସ ମଧ୍ୟ ପ୍ରଶ୍ନକାଳ ବାତିଲକୁ ବିରୋଧ କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏଥର ଧାନ କିଣାରେ ଅବ୍ୟବସ୍ଥା ଗୃହରେ ମୁଖ୍ୟ ପ୍ରସଙ୍ଗ ରହିବ। ବେକାରୀ ସମସ୍ୟା, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗକୁ ମଧ୍ୟ ଦଳ ଉଠାଇବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos