ରାସ୍ତା ନାହିଁ: ରେଳ ଧାରଣା ଟପିଲେ ଗାଁ

<p>ରାୟଗଡ଼ା (ଓଡ଼ିଶା ରିପୋର୍ଟର): ବିପଦ ସାଜିଛି ରେଳ ଧାରଣା। ନା ଅଛି ଲେଭଲ କ୍ରସିଂ ନା କୌଣସି ସତର୍କସୂଚନା। କେତେବେଳେ କଣ ଯେ ଅଘଟଣ ଘଟିବ କେହିହେବ ନାହିଁ। କିନ୍ତୁ ୧୮ଟି ଗାଁ ଲୋକଙ୍କ ପାଇଁ ଏହା ଏକମାତ୍ର ରାସ୍ତା ହୋଇଥିବାରୁ ଲୋକେ ଯାଆସ କରୁଥିବା ଅଭିଯୋଗ ହୋଇଛି। ଏପରି ବିପଦପୂର୍ଣ୍ଣ ଭାବେ ଯାତ୍ରା କରୁଛନ୍ତି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅଞ୍ଚଳର ଲୋକେ। ଏହି ରେଳ ଧାରଣା ଉପରେ ଲେଭଲ କ୍ରସିଂ ବା ସବୱେ ନିର୍ମାଣ କରିବାକୁ ପ୍ରଶାସନ ପାଖରେ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ନିୟମଗିରି ପାହାଡରେ ଥିବା ପ୍ରାୟ ୧୮ଟି ଆଦିବାସୀ ଗାଁକୁ ଯିବା ପାଇଁ ଏହା ଏକମାତ୍ର ରାସ୍ତା ହୋଇଥିବା ବେଳେ ରେଳବାଇ ପକ୍ଷରୁ ଚଳାଚଳ ଏଠି ନିଷିଦ୍ଧ ଥିବାରୁ ଗମନାଗମନ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି।</p> <p>ଏତିକିରେ ସମସ୍ୟା ସରିନି। ରେଳଧାରଣା ଯୋଗୁ ଗାଁ ଲୋକେ ପାଇପାରୁ ନାହାନ୍ତି ଆମ୍ବୁଲାନ୍ସ ସେବା। ସେପଟେ ଗତ ଜାନୁୟାରୀ ମାସରେ ରେଳଧାରଣା ଉପରେ ସ୍କର୍ପିଓ ଗାଡି ଫସିଯିବାରୁ ଲୋକେ ଦିଲ୍ଲୀ-ବିଶାଖାପାଟଣା ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍&zwnj;କୁ ଅଟକାଇବାକୁ ପଡିଥିଲା। ସମସ୍ୟା ଯେତିକି, ତାଠୁ ବିପଦ ଅଧିକ ଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଜିଲାପାଳ କହିଛନ୍ତି ସେଇ ସ୍ଥାନରେ ସବେୱେ ନିର୍ମାଣ ପାଇଁ ଯୋଜନା ଚାଲିଛି।</p>

Ordigital Desk
  • Published: Saturday, 03 February 2018
  • Updated: 03 February 2018, 05:49 PM IST

Sports

Latest News

<p>ରାୟଗଡ଼ା (ଓଡ଼ିଶା ରିପୋର୍ଟର): ବିପଦ ସାଜିଛି ରେଳ ଧାରଣା। ନା ଅଛି ଲେଭଲ କ୍ରସିଂ ନା କୌଣସି ସତର୍କସୂଚନା। କେତେବେଳେ କଣ ଯେ ଅଘଟଣ ଘଟିବ କେହିହେବ ନାହିଁ। କିନ୍ତୁ ୧୮ଟି ଗାଁ ଲୋକଙ୍କ ପାଇଁ ଏହା ଏକମାତ୍ର ରାସ୍ତା ହୋଇଥିବାରୁ ଲୋକେ ଯାଆସ କରୁଥିବା ଅଭିଯୋଗ ହୋଇଛି। ଏପରି ବିପଦପୂର୍ଣ୍ଣ ଭାବେ ଯାତ୍ରା କରୁଛନ୍ତି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅଞ୍ଚଳର ଲୋକେ। ଏହି ରେଳ ଧାରଣା ଉପରେ ଲେଭଲ କ୍ରସିଂ ବା ସବୱେ ନିର୍ମାଣ କରିବାକୁ ପ୍ରଶାସନ ପାଖରେ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ନିୟମଗିରି ପାହାଡରେ ଥିବା ପ୍ରାୟ ୧୮ଟି ଆଦିବାସୀ ଗାଁକୁ ଯିବା ପାଇଁ ଏହା ଏକମାତ୍ର ରାସ୍ତା ହୋଇଥିବା ବେଳେ ରେଳବାଇ ପକ୍ଷରୁ ଚଳାଚଳ ଏଠି ନିଷିଦ୍ଧ ଥିବାରୁ ଗମନାଗମନ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି।</p><p>ଏତିକିରେ ସମସ୍ୟା ସରିନି। ରେଳଧାରଣା ଯୋଗୁ ଗାଁ ଲୋକେ ପାଇପାରୁ ନାହାନ୍ତି ଆମ୍ବୁଲାନ୍ସ ସେବା। ସେପଟେ ଗତ ଜାନୁୟାରୀ ମାସରେ ରେଳଧାରଣା ଉପରେ ସ୍କର୍ପିଓ ଗାଡି ଫସିଯିବାରୁ ଲୋକେ ଦିଲ୍ଲୀ-ବିଶାଖାପାଟଣା ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍&zwnj;କୁ ଅଟକାଇବାକୁ ପଡିଥିଲା। ସମସ୍ୟା ଯେତିକି, ତାଠୁ ବିପଦ ଅଧିକ ଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଜିଲାପାଳ କହିଛନ୍ତି ସେଇ ସ୍ଥାନରେ ସବେୱେ ନିର୍ମାଣ ପାଇଁ ଯୋଜନା ଚାଲିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos