‘ରାଜଧାନୀରେ ୧୮ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ଯଥେଷ୍ଟ ଟିକା ନାହିଁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ ରହିଛି। ଆଜି ଏହାକୁ ସ୍ୱୀକାର କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ। ସେ କହିଛନ୍ତି, ଆମ ପାଖରେ ଯଥେଷ୍ଟ ଟିକା ନାହିଁ। ଯେଉଁମାନେ ମେ’ ୩ ରେ ପ୍ରଥମ ଡୋଜ ଟିକା ନେଇଥିଲେ। ତାହାର ଅବଧି ଜୁନ ୧୩ ତାରିଖ ରହୁଥିବାରୁ ତାର ଯଥେଷ୍ଟ ପୂର୍ବରୁ ଟିକା ଆସିବ। ସେମାନଙ୍କୁ ଏହି ଟିକା ଦିଆଯିବ। ସେହିପରି ୪୫ରୁ ଅଧିକ […]

vaccine

Ranjit Kumar Jena
  • Published: Thursday, 03 June 2021
  • , Updated: 03 June 2021, 06:48 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ ରହିଛି। ଆଜି ଏହାକୁ ସ୍ୱୀକାର କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ। ସେ କହିଛନ୍ତି, ଆମ ପାଖରେ ଯଥେଷ୍ଟ ଟିକା ନାହିଁ। ଯେଉଁମାନେ ମେ’ ୩ ରେ ପ୍ରଥମ ଡୋଜ ଟିକା ନେଇଥିଲେ। ତାହାର ଅବଧି ଜୁନ ୧୩ ତାରିଖ ରହୁଥିବାରୁ ତାର ଯଥେଷ୍ଟ ପୂର୍ବରୁ ଟିକା ଆସିବ। ସେମାନଙ୍କୁ ଏହି ଟିକା ଦିଆଯିବ।

ସେହିପରି ୪୫ରୁ ଅଧିକ ବର୍ଷ ବର୍ଗର ଲୋକଙ୍କ ପାଇଁ ଟୀକା ର ଅଭାବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସଞ୍ଜୟ ସିଂ। ସେହିପରି ବିଏଏମସି ଅଞ୍ଚଳରେ ପଜିଟିଭ୍ ସଂଖ୍ୟା ହ୍ରାସ ପାଉଥିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର।

ସେ କହିଛନ୍ତି, ଆସନ୍ତା ୧୦ ଦିନ ଭିତରେ ପଜିଟିଭିଟି ରେଟ୍ କମିବ। ଭୁବନେଶ୍ୱରରେ ହାଟ ବଜାରରେ ଗହଳି କମୁନି। ପୁଲିସ ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରୁଛି। ଯଦି ଅଧିକ ଅମାନିଆ ହୁଅନ୍ତି, ତେବେ ବିଏମସି ଆଗକୁ ଅଧିକ କଠୋର ହେବ ବୋଲି ଚେତାଇ ଦେଇଛନ୍ତି ସଞ୍ଜୟ ସିଂ।

ଏଥିସହିତ ଫେକ୍ ଆରଟିପିସିଆର୍ ରିପୋର୍ଟ ବନାଉଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁଲିସ କମିଶନରଙ୍କୁ ସେ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯୪୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୮୯୧ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ ଆଉ ୪୨ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୩୫ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୬୯, ମୟୂରଭଞ୍ଜରୁ ୫୮୩, ଢେଙ୍କାନାଳରୁ ୫୧୦, ଯାଜପୁରରୁ ୪୯୩ ଓ ପୁରୀ ଜିଲ୍ଲାରୁ ୪୩୮ ଜଣ ଚିହ୍ନଟ ହୋଇଛନ୍ତି।

Related story