୧ ତାରିଖରୁ ପୁରୀରୁ ଗଡ଼ିବନି ଟ୍ରେନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଗକୁ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଆସୁଥିବା ବେଳେ ପୁରୀକୁ ପ୍ରତି ବର୍ଷ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ ଆସିଥାନ୍ତି। ହେଲେ କରୋନା ପରି ମହାମାରୀ ଯୋଗୁ ଗତ ୨ ମାସରୁ ଊର୍ଦ୍ଧ୍ୱ ହେବ ସମଗ୍ର ଦେଶରେ ଲକ୍‌ଡାଉନ୍‌ କଟକଣା ଜାରି ରହିଛି। ଏପରି ସ୍ଥିତିରେ ଗତ କିଛି ଦିନ ହେବ ବସ୍‌, ଟ୍ରେନ୍‌ ଓ ବିମାନ ଚଳାଚଳ ସ୍ୱାଭାବିକ ହୋଇଛି। ହେଲେ ଆସନ୍ତା ୧ ତାରିଖରୁ ପୁରୀକୁ ଟ୍ରେନ୍ ଚଳାଚଳ କରିବା ନାହିଁ ‌। […]

puri-1

Niharika Rout
  • Published: Saturday, 30 May 2020
  • , Updated: 30 May 2020, 01:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଗକୁ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଆସୁଥିବା ବେଳେ ପୁରୀକୁ ପ୍ରତି ବର୍ଷ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ ଆସିଥାନ୍ତି। ହେଲେ କରୋନା ପରି ମହାମାରୀ ଯୋଗୁ ଗତ ୨ ମାସରୁ ଊର୍ଦ୍ଧ୍ୱ ହେବ ସମଗ୍ର ଦେଶରେ ଲକ୍‌ଡାଉନ୍‌ କଟକଣା ଜାରି ରହିଛି। ଏପରି ସ୍ଥିତିରେ ଗତ କିଛି ଦିନ ହେବ ବସ୍‌, ଟ୍ରେନ୍‌ ଓ ବିମାନ ଚଳାଚଳ ସ୍ୱାଭାବିକ ହୋଇଛି। ହେଲେ ଆସନ୍ତା ୧ ତାରିଖରୁ ପୁରୀକୁ ଟ୍ରେନ୍ ଚଳାଚଳ କରିବା ନାହିଁ ‌। ପୁରୀରୁ ବାହାରିବାକୁ ଥିବା ସମସ୍ତ ଟ୍ରେନ୍‌ ଭୁବନେଶ୍ୱରରୁ ଛାଡ଼ିବ। ଏ ନେଇ ରେଲୱେ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏହାର କାରଣ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇ ନାହିଁ।

ଆସନ୍ତା ୧ ତାରିଖରୁ ପୁରୀରୁ ଗଡ଼ିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ ଭୁବନେଶ୍ୱରରୁ ଯିବ । ସିଆଲଦା-ପୁରୀ ଦୂରନ୍ତ ଏକ୍ସପ୍ରେସ କ୍ଷେତ୍ରରେ ବି ସମାନ ବ୍ୟବସ୍ଥା ଲାଗୁ ହେବ। ପୁରୀକୁ ଟ୍ରେନ ଚଳାଚଳ ବନ୍ଦ କରିବାକୁ ରେଲୱେ ପକ୍ଷରୁ ନିଷ୍ପତ୍ତି  ନିଆଯାଇଥିବା ବେଳେ ପରବର୍ତ୍ତୀ  ଆଦେଶ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି । ତେବେ କାହିଁକି ପୁରୀକୁ ଟ୍ରେନ କଟକଣା ଲାଗୁ କରାଯାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ସମ୍ଭବତଃ ସ୍ନାନଯାତ୍ରା ଦୃଷ୍ଟିରୁ କଟକଣା କରାଯାଇଥିବା ଅନୁମାନ  କରାଯାଉଛି।

Related story