- Videos
- Odisha
- ପୁଣି ଦମ୍ଭ ଦେଖାଇଲେ ଦାମ, କହିଲେ- କାମ ଅନୁସାରେ ବିଧାୟକଙ୍କୁ ଦରମା ମିଳୁ
ପୁଣି ଦମ୍ଭ ଦେଖାଇଲେ ଦାମ, କହିଲେ- କାମ ଅନୁସାରେ ବିଧାୟକଙ୍କୁ ଦରମା ମିଳୁ
- Published: Wednesday, 18 April 2018
- , Updated: 18 April 2018, 10:53 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଦମ୍ଭ ଦେଖାଇଲେ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ। ଆଜି ବିଧାନସଭାରେ ପୂର୍ବତନ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ଦାମ ରାଉତ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ବାରମ୍ୱାର ବିଧାନସଭା ଅଚଳାବସ୍ଥାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ଦାମ। କହିଥିଲେ-“କାମ ନାହିଁ ତ ଦରମା ନାହିଁ। ବିଧାୟକମାନଙ୍କୁ କାମ ଅନୁସାରେ ଭତ୍ତା ମିଳୁ। ଅଧିବେଶନ ବେଳେ ଯେତିକି ସମୟ ଗୃହ ଚାଲୁଛି,ସଦସ୍ୟମାନଙ୍କୁ ସେହି ଅନୁପାତରେ ଭତ୍ତା ମିଳୁ। କମ୍ କାମ କରି ପୂରା ଭତ୍ତା ମିଳିବା ବ୍ୟବସ୍ଥା ବନ୍ଦ ହେଉ।”</p>
<p>ଦାମଙ୍କ କଥାକୁ ସ୍ୱାଗତ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି-“ନୋ ୱାର୍କ ନୋ ପେ। ଯେତେ ଦିନ ବିଧାନସଭା ଚାଲିବ ସେହି ହିସାବରେ ଦରମା ମିଳୁ। ମୁଁ ଏପରି ପ୍ରସ୍ତାବକୁ ସ୍ୱାଗତ କରୁଛି।”</p>
<p>ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଦାମଙ୍କ ନୋ ୱାକିଂ ନୋ ପେ ବ୍ୟବସ୍ଥା ଲାଗୁ ଦାବିକୁ ସମର୍ଥନ କରିଛନ୍ତି। ଏପରି ପ୍ରସ୍ତାବ ଆସିଲେ ବିଜେପି ସମର୍ଥନ କରିବ।</p>