ଓଡ଼ିଶାରେ କେବେ ପଙ୍ଗପାଳ ଆକ୍ରମଣ ହୋଇନି: କୃଷିମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କେବେ ପଙ୍ଗପାଳ ଆକ୍ରମଣ ହୋଇନି ଓ ଚଳିତବର୍ଷ ଯେପରି ନହେବ ସେଥିପାଇଁ ପ୍ରାର୍ଥନା କରିବା ତଥା ସତର୍କ ରହିବା ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଏହାସହିତ ଖରିଫ ଚାଷର ଗୁରୁତ୍ୱକୁ ଦୃଷ୍ଟିରେ ରଖି କୃଷି ଅଧିକାରୀ ଓ କର୍ମଚାରୀମାନଙ୍କୁ ସଦର ମହକୁମା ଛାଡ଼ି ନଯିବା ପାଇଁ ସେ ନିର୍ଦ୍ଦେଶ ଦେବା ସହ ପ୍ରତି ପଞ୍ଚାୟତରେ ହ୍ୱାଟସଅପ୍ ଗ୍ରୁପ୍ ଗଠନ କରି ଏଥିରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରି ସୁବିଧାରେ ସାର […]

arun-2--1

Manoranjan Sial
  • Published: Wednesday, 27 May 2020
  • , Updated: 27 May 2020, 06:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କେବେ ପଙ୍ଗପାଳ ଆକ୍ରମଣ ହୋଇନି ଓ ଚଳିତବର୍ଷ ଯେପରି ନହେବ ସେଥିପାଇଁ ପ୍ରାର୍ଥନା କରିବା ତଥା ସତର୍କ ରହିବା ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଏହାସହିତ ଖରିଫ ଚାଷର ଗୁରୁତ୍ୱକୁ ଦୃଷ୍ଟିରେ ରଖି କୃଷି ଅଧିକାରୀ ଓ କର୍ମଚାରୀମାନଙ୍କୁ ସଦର ମହକୁମା ଛାଡ଼ି ନଯିବା ପାଇଁ ସେ ନିର୍ଦ୍ଦେଶ ଦେବା ସହ ପ୍ରତି ପଞ୍ଚାୟତରେ ହ୍ୱାଟସଅପ୍ ଗ୍ରୁପ୍ ଗଠନ କରି ଏଥିରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରି ସୁବିଧାରେ ସାର ଓ ବିହନ ଯୋଗାଇବାକୁ ପରାମର୍ଶ ଦେଇଛନ୍ତି।

ଆଜି ପୂର୍ବାହ୍ନରେ କୃଷି ଭବନରେ ବରିଷ୍ଠ ଅଧିକାରୀମାନଙ୍କ ସହ ବିହନ ଓ ସାର ଯୋଗାଣ ସମେତ ପଙ୍ଗପାଳ ଆକ୍ରମଣ ଆଶଙ୍କା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସାହୁ ବିଚାର ବିମର୍ଶ କରିଥିଲେ। ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ ପୂର୍ବ ଆଫ୍ରିକାରୁ ପଙ୍ଗପାଳ ଦଳ ଆସିଛନ୍ତି। ସେହି ଦଳ ଏବେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପହଂଚିଛନ୍ତି। ଏହି ପଙ୍ଗପାଳ ଦଳ ଓଡ଼ିଶା ଆସିବା ନେଇ ଆଶଙ୍କା କରାଯାଉଛି। ତେବେ ଓଡ଼ିଶାରେ କେବେ ପଙ୍ଗପାଳ ଆକ୍ରମଣ ହୋଇନାହିଁ। ଚାଷୀମାନେ ଭୟ କରନ୍ତୁ ନାହିଁ। ଫସଲ ରକ୍ଷା ପାଇଁ ଓୟୁଏଟି ପରାମର୍ଶ ମାନନ୍ତୁ। ପ୍ରତିରୋଧ ପାଇଁ କୃଷି ବିଭାଗ ଓ ଓୟୁଏଟି ପଦକ୍ଷେପ ନେଉଛନ୍ତି। ଚାଷୀମାନେ ସତର୍କ ରହିବାକୁ ମନ୍ତ୍ରୀ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି।

ସେହିପରି ଖରିଫ ଚାଷକୁ ପ୍ରାଥମିକତା ପ୍ରଦାନ କରି କୃଷି କାର୍ଯ୍ୟକୁ ଆଗେଇ ନେବା ପାଇଁ ସେ କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜୁନ୍ ୧ରୁ ୧୦ତାରିଖ ମଧ୍ୟରେ ସମସ୍ତ ନୋଡାଲ ଅଧିକାରୀ ସେମାନଙ୍କ ଦାୟିତ୍ୱରେ ଥିବା ଜିଲ୍ଲା ପରିଦର୍ଶନ କରି ତୃଣମୂଳସ୍ତରରେ ଚାଷ କାର୍ଯ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।

ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ନୋଡାଲ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସୋସିଆଲ ମିଡିଆର ବହୁଳ ଉପଯୋଗ କରି ଚାଷୀମାନଙ୍କୁ ସିଧାସଳଖ ସୂଚନା ପ୍ରଦାନ ଓ ପରାମର୍ଶ ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି।

Related story