ବିଜେପୁର ବ୍ୟାଟେଲ୍ ପାଇଁ ନାମାଙ୍କନ ଭରିଲେ ତିନି ଦଳର ଯୋଦ୍ଧା

ବରଗଡ଼(ଓଡ଼ିଶା ରିପୋର୍ଟର):ମୈଦାନକୁ ଓହ୍ଲାଇଲେ ତିନି ଦଳର ଯୋଦ୍ଧା। ଏଥର ଚାଲିବ ଘମାଘୋଟ୍ କ୍ୟାମ୍ପେନ। ବିଜେପୁର ବ୍ୟାଟେଲ୍ ପାଇଁ ଆଜି ପଦ୍ମପୁରରେ ବିଜେଡି, ବିଜେପି ଓ କଂଗ୍ରେସ୍  ପ୍ରାର୍ଥୀଙ୍କ ସମେତ ମୋଟ୍ ୭ ଜଣ ନାମାଙ୍କନ ପତ୍ର ଭରିଛନ୍ତି ବିଜେଡି, ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ବିଜେପି ପାଦେ ଆଗକୁ ଯାଇ ସାଧାରଣ ସଭା କରି ରାଜ୍ୟ ସରକାରଙ୍କୁ ଜୋରଦାର୍ ଟାର୍ଗେଟ କରିଥିଲା । ଏସବୁ ଭିତରେ ଉପନିର୍ବାଚନ ପାଇଁ ବିଜେପୁର ମାହୋଲ ବେଶ୍ […]

43we

Tapas Behera
  • Published: Monday, 30 September 2019
  • , Updated: 30 September 2019, 07:25 PM IST

ବରଗଡ଼(ଓଡ଼ିଶା ରିପୋର୍ଟର):ମୈଦାନକୁ ଓହ୍ଲାଇଲେ ତିନି ଦଳର ଯୋଦ୍ଧା। ଏଥର ଚାଲିବ ଘମାଘୋଟ୍ କ୍ୟାମ୍ପେନ। ବିଜେପୁର ବ୍ୟାଟେଲ୍ ପାଇଁ ଆଜି ପଦ୍ମପୁରରେ ବିଜେଡି, ବିଜେପି ଓ କଂଗ୍ରେସ୍  ପ୍ରାର୍ଥୀଙ୍କ ସମେତ ମୋଟ୍ ୭ ଜଣ ନାମାଙ୍କନ ପତ୍ର ଭରିଛନ୍ତି ବିଜେଡି, ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ବିଜେପି ପାଦେ ଆଗକୁ ଯାଇ ସାଧାରଣ ସଭା କରି ରାଜ୍ୟ ସରକାରଙ୍କୁ ଜୋରଦାର୍ ଟାର୍ଗେଟ କରିଥିଲା । ଏସବୁ ଭିତରେ ଉପନିର୍ବାଚନ ପାଇଁ ବିଜେପୁର ମାହୋଲ ବେଶ୍ ସରଗରମ ହୋଇଛି।

କଂଗ୍ରେସ, ବିଜେଡି, ବିଜେପି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶେଷଦିନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତିନି ଦଳର ପ୍ରାର୍ଥୀ ବିଜେଡିରୁ ରୀତା ସାହୁ, ବିଜେପିରୁ ସନତ ଗଡତିଆ ଓ କଂଗ୍ରେସରୁ ଦିଲୀପ ପଣ୍ଡା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତା’ ପୂର୍ବରୁ ବିଜେଡି ଓ ବିଜେପି ନିଜ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ।

ବିଜେଡି ପ୍ରାର୍ଥୀ ରୀତା ସାହୁ ମନ୍ତ୍ରୀ, ବିଧାୟକ, ନେତା ଓ କର୍ମୀଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ପତ୍ର ଭରିଥିଲେ । ସେପଟେ ବିଜେପି ପ୍ରଥମେ ସଭା ପରେ ବିରାଟ ପଟୁଆର ସହ ଶୋଭାଯାତ୍ରା କରିଥିଲା। ଦଳୀୟ ପ୍ରାର୍ଥୀ ସନତ ଗଡତିଆଙ୍କ ସହିତ  ଥିଲେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତା। କଂଗ୍ରେସ କିନ୍ତୁ ନିରାଡମ୍ବର ଭାବେ ନାମାଙ୍କନପତ୍ର ଦାଖଲ କରିଥିଲା। ବରିଷ୍ଠ କଂଗ୍ରେସ ନେତା ଓ କର୍ମୀଙ୍କ ଗହଣରେ ଯାଇ ଦିଲୀପ ପଣ୍ଡା ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଉପନିର୍ବାଚନରେ ବିଜେଡି ଓ ବିଜେପିର ପୁରୁଣା ମୁହଁ ଓ କଂଗ୍ରେସର ନୂଆ ଚେହେରା ଭିତରେ ଲଢେଇ ହେବ।

ଏପଟେ ସାଧାରଣ ନିର୍ବାଚନ ପରେ ବିଜେପି-ବିଜେଡି ମଧ୍ୟରେ ମଧୁର ସଂପର୍କ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା। ତେଣୁ ଏ ନିର୍ବାଚନ  ଫ୍ରେଣ୍ଡସିପ୍ ମ୍ୟାଚ୍ ଭଳି ହେବ ନା ଲଢେଇ ଜୋରାଦାର ହେବ ତାକୁ ନେଇ କଲ୍ପନାଜଳ୍ପନା ଲାଗି ରହିଥିଲା । ବିଜେପି କିନ୍ତୁ ଆଜି ଆକ୍ରମଣାତ୍ମକ ମୁଡ୍‌ରେ ଥିଲା। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ହୋଇଥିବା ସଭାରେ ବିଜେଡି ସରକାର ଉପରେ ବର୍ଷିଥିଲା ବିଜେପି। ସିଧା ନିଶାନା କରିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ।  ରାସ୍ତାଘାଟ, ଜଳସେଚନ ଆଦି ପ୍ରସଙ୍ଗରେ ବିଜେଡି ସରକାର ଫେଲ୍ ମାରିବା ସହ ବିକାଶ ହୋଇନଥିବା କହି ଟାର୍ଗେଟ କରିଛି ବିଜେପି।  ତାସହିତ ବିଜେପୁର ଆସନ ମୁଖ୍ୟମନ୍ତ୍ରୀ ଛାଡ଼ିବାକୁ ମଧ୍ୟ ପ୍ରମୁଖ ଇସ୍ୟୁ କରିଛି ଦଳ। ସେପଟେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିଛି ବିଜେଡି। ଫୋକସ୍ କରିଛି ବିକାଶର ସ୍ୱପ୍ନକୁ। ତେବେ ପ୍ରାୟ ଦେଢ ବର୍ଷରେ ତୃତୀୟ ଥର ନିର୍ବାଚନକୁ ବିଜେପୁର ବାସୀ କିଭଳି ଗ୍ରହଣ କରୁଛନ୍ତି ତା’ଉପରେ ରହିଛି ନଜର।

Related story