ଏଣିକି ଆଉ କରୋନା ଆକ୍ରାନ୍ତଙ୍କ ଘରେ ଝୁଲିବନି ପୋଷ୍ଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଆଉ କରୋନା ଆକ୍ରାନ୍ତଙ୍କ ଘରେ ଲଗାଯିବନି ପୋଷ୍ଟର। ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବାରୁ ପୋଷ୍ଟର ପାଇଁ ମନାକଲେ ଶାସନ ସଚିବ। କ୍ରମାଗତ ଭାବେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିଚାଲିଛି। ଏଭଳି ସ୍ଥିତିରେ ଆକ୍ରାନ୍ତଙ୍କ ଘର ଆଗରେ ଆଉ ପୋଷ୍ଟର ଆବଶ୍ୟକ ନାହିଁ ବୋଲି କୁହାଯାଇଛି। ସୂଚନାରୁ ପ୍ରକାଶ, ମହାମାରୀ କରୋନାରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ଘରେ […]

651

651

Tapas Behera
  • Published: Wednesday, 02 December 2020
  • Updated: 02 December 2020, 06:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଆଉ କରୋନା ଆକ୍ରାନ୍ତଙ୍କ ଘରେ ଲଗାଯିବନି ପୋଷ୍ଟର। ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବାରୁ ପୋଷ୍ଟର ପାଇଁ ମନାକଲେ ଶାସନ ସଚିବ। କ୍ରମାଗତ ଭାବେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିଚାଲିଛି। ଏଭଳି ସ୍ଥିତିରେ ଆକ୍ରାନ୍ତଙ୍କ ଘର ଆଗରେ ଆଉ ପୋଷ୍ଟର ଆବଶ୍ୟକ ନାହିଁ ବୋଲି କୁହାଯାଇଛି।

ସୂଚନାରୁ ପ୍ରକାଶ, ମହାମାରୀ କରୋନାରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ଘରେ ଲାଗୁଥିଲା ନୋଟିସ। ଏହାଦ୍ୱାରା କେଉଁ ଗାଁରେ ବା ସାହିରେ କିଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତାହା ସହଜରେ ଜଣାପଡ଼ି ଯାଉଥିଲା। ଏହା ଦ୍ୱାରା ସାହି-ଭାଇ ସତର୍କ ହୋଇ ଯାଉଥିଲେ। ଏବେ କରୋନା କୋପ କମିଥିବାରୁ ଆଉ ପୋଷ୍ଟର ନଲଗାଇବାକୁ ସ୍ୱାସ୍ଥ୍ୟ ବିଭାଗ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos