କାଲିଠାରୁ ଚାଲିବ ‘ମୋ ବସ୍’ , ଜାଣନ୍ତୁ କେଉଁମାନେ ଯାଇପାରିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ଭିତରେ ଆସିଲା ବସ୍‌ ଯାତ୍ରାକୁ ଗ୍ରୀନ୍‌ ସିଗନାଲ। ମେ ୨୫ରୁ ଭୁବନେଶ୍ୱର ଓ କଟକରେ ୭ଟି ରୁଟ୍‌ରେ ମୋ ବସ୍‌ ଚଳାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଠାରୁ ଗଡ଼ିବ ମୋ ବସ୍। ଭୁବନେଶ୍ୱର, କଟକରେ ୭ଟି ରୁଟ୍‌ରେ ଚାଲିବ ମୋ ବସ୍। ୭ଟି ରୁଟ୍‌ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବ। ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର ରୁଟ୍‌ରେ ବସ୍ ଚାଲିବ। To start with we will operate non- AC […]

7689

Tapas Behera
  • Published: Monday, 25 May 2020
  • , Updated: 25 May 2020, 06:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ଭିତରେ ଆସିଲା ବସ୍‌ ଯାତ୍ରାକୁ ଗ୍ରୀନ୍‌ ସିଗନାଲ। ମେ ୨୫ରୁ ଭୁବନେଶ୍ୱର ଓ କଟକରେ ୭ଟି ରୁଟ୍‌ରେ ମୋ ବସ୍‌ ଚଳାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଠାରୁ ଗଡ଼ିବ ମୋ ବସ୍। ଭୁବନେଶ୍ୱର, କଟକରେ ୭ଟି ରୁଟ୍‌ରେ ଚାଲିବ ମୋ ବସ୍। ୭ଟି ରୁଟ୍‌ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବ। ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର ରୁଟ୍‌ରେ ବସ୍ ଚାଲିବ।

https://twitter.com/CRUT_BBSR/status/1264898547146612738?s=20

ମାଷ୍ଟରକ୍ୟାଣ୍ଟିନ-ସିଡିଏ, ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧାରେ ଚାଲିବ। ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ, ଡୁମୁଡୁମା-ମଞ୍ଚେଶ୍ୱର ଚାଲିବ। ମାଷ୍ଟରକ୍ୟାଣ୍ଟିନରୁ ଏମ୍ସ ମଧ୍ୟରେ ବି ଚଳାଚଳ କରିବ ମୋ ବସ୍। କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ବସ୍‌ରେ ଯାତାୟତ କରିପାରିବେ। ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ମାସ୍କ ପିନ୍ଧି ନ ଥିବା ଯାତ୍ରୀମାନଙ୍କୁ ଉଠାଯିବ ନାହିଁ। ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ବସ୍‌ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Related story