ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍-୧୯ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୟୁନିଟ୍-୪ ଓ ବାପୁଜୀ ନଗରରେ ଥିବା ଆମିଷ ମାର୍କେଟର ସିଲ୍ ଅବଧିକୁ ଜୁଲାଇ ୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ଶନିବାର ବିଏମସି ପକ୍ଷରୁ ବିଧିବଦ୍ଧ ନୋଟିସ୍ ଜାରି ହୋଇଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏହି ବନ୍ଦ ନୋଟିସ୍ ଦିଆଯାଇଛି।
କୋଭିଡ୍ ଗାଇଡଲାଇନକୁ ଉଲ୍ଲଂଘନ କରିବା ଅଭିଯୋଗରେ ଜୁନ୍ ୧୮ତାରିଖରେ ଏହି ଦୁଇ ଆମିଷ ମାର୍କେଟକୁ ଜୁନ୍ ୨୫ତାରିଖ ପର୍ଯ୍ୟନ୍ତ ସିଲ୍ କରାଯାଇଥିଲା । ତେବେ ପୁଣି ସଂକ୍ରମଣ ଆଶଙ୍କାରେ ଏହି ସିଲ୍ ଅବଧିକୁ ଜୁଲାଇ ୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅବଶ୍ୟ ବାପୁଜୀ ନଗରରେ ଥିବା ମେଡିସିନ୍ ଦୋକାନ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଦୋକାନଗୁଡ଼ିକ ଖୋଲା ରହୁଛି।
ସୂଚନାଯୋଗ୍ୟ, ଶନିବାର ଆସିଥିବା ରିପୋର୍ଟ ଅନୁଯାୟୀ ରାଜଧାନୀ ଭୁବନେଶ୍ୱରରେ ୩୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଏଠାରେ ଏବେ ଆକ୍ଟିଭ୍ କେସ୍ ସଂଖ୍ୟା ୧୪୮୪ ରହିଛି।
Update on newly detected #COVID19 cases in the last
24 hrs under the BMC area on 26th June (till 9am). pic.twitter.com/iPMU89VNpQ— BMC (@bmcbbsr) June 26, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।