ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାଁ ବଦଳିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ରାଜ୍ୟ ପରିଷଦ ବୈଠକରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ନାଁରେ ନାମିତ କରିବା ନିମନ୍ତେ ପ୍ରସ୍ତାବ ପାରିତ ହେବାର ୪୮ଘଣ୍ଟା ନପୁରୁଣୁ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରି ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ-୧୯୮୯ର ଧାରା ୩୧(୧)ରେ ମିଳିଥିବା କ୍ଷମତା ଆଧାରରେ ରାଜ୍ୟ ସରକାର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାଁକୁ ମହାରାଜା […]

8nb

8nb

Tapas Behera
  • Published: Wednesday, 23 December 2020
  • Updated: 23 December 2020, 10:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ରାଜ୍ୟ ପରିଷଦ ବୈଠକରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ନାଁରେ ନାମିତ କରିବା ନିମନ୍ତେ ପ୍ରସ୍ତାବ ପାରିତ ହେବାର ୪୮ଘଣ୍ଟା ନପୁରୁଣୁ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରି ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ-୧୯୮୯ର ଧାରା ୩୧(୧)ରେ ମିଳିଥିବା କ୍ଷମତା ଆଧାରରେ ରାଜ୍ୟ ସରକାର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାଁକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୁନଃ ନାମିତ କରିଛନ୍ତି। ବିଜ୍ଞପ୍ତି ଜାରି ହେବାଦିନଠୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ୧୯୯୮ ମସିହା ଜୁଲାଇ ୧୩ତାରିଖରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇଥିଲା।
ସୂଚନାଯୋଗ୍ୟ, ବିଜେଡି ରାଜ୍ୟ ପରିଷଦ ବୈଠକରେ ମୟୂରଭଞ୍ଜ ଜିଲ୍ଲାର ବିଜେଡି ଶାଖା ପକ୍ଷରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାଁରେ ନାମିତ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ଯାହାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତଦିନ ଗ୍ରହଣ କରିଥିଲେ। ତେବେ ବିଜେଡି ରାଜ୍ୟ ପରିଷଦରେ ପ୍ରସ୍ତାବ ପାରିତ ହେବାର ୪୮ଘଣ୍ଟା ମଧ୍ୟରେ ସରକାରୀସ୍ତରରେ ନାମ ପରିବର୍ତ୍ତନ ହେବାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos