ରାଜ୍ୟରେ କାଳବୈଶାଖୀ ବର୍ଷା, ବଜ୍ରପାତରେ ୮ଟି ଗୋରୁ ମୃତ  

ଭୁବନେଶ୍ୱର/ପୁରୀ(ଓଡ଼ିଶା ରିପୋର୍ଟର): ତାତିରୁ ମିଳିଛି ଆଶ୍ୱସ୍ତି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧା, ବାଲେଶ୍ୱର ଓ ମୟୂରଭଞ୍ଜ ସହ ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲାରେ ଅପରାହ୍ଣରୁ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ରାଜଧାନୀରେ ସନ୍ଧ୍ୟାରୁ ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ବଡ଼ ଗୁଡ଼ତାରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କରୁଣାକର ମୁର୍ମୁ। ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ […]

death

Jyoshna Pradhan
  • Published: Thursday, 06 June 2019
  • , Updated: 06 June 2019, 01:41 PM IST

ଭୁବନେଶ୍ୱର/ପୁରୀ(ଓଡ଼ିଶା ରିପୋର୍ଟର): ତାତିରୁ ମିଳିଛି ଆଶ୍ୱସ୍ତି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧା, ବାଲେଶ୍ୱର ଓ ମୟୂରଭଞ୍ଜ ସହ ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲାରେ ଅପରାହ୍ଣରୁ ପବନ ସାଙ୍ଗକୁ ବର୍ଷା ହୋଇଥିଲା।

ରାଜଧାନୀରେ ସନ୍ଧ୍ୟାରୁ ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ବଡ଼ ଗୁଡ଼ତାରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କରୁଣାକର ମୁର୍ମୁ।

ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଗୁରୁବାଇ ଗାଁରେ ବଜ୍ରପାତରେ ୮ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ଗଛମୂଳେ ଛିଡ଼ା ହୋଇଥିବା ଗୋରୁ ପଲଙ୍କ ଉପରେ ବଜ୍ରପାତ ହୋଇଥିଲା।  ଘଟଣାସ୍ଥଳରେ ହିଁ ୮ଟି ଗୋରୁଙ୍କ ମୃତ୍ୟୁ ଘଟିଥିଲା।

ଗତକାଲି ୧୧ ସହର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା। ତେବେ ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା। ଏଠାରେ ପାରଦ ୪୫.୨ ଡିଗ୍ରୀ ଛୁଇଁଥିଲା।

Related story