ରାସନକାର୍ଡଧାରୀଙ୍କୁ ନଗଦ ହଜାରେ ଟଙ୍କା: ଖର୍ଚ୍ଚର ହିସାବ ଦେଉନାହାନ୍ତି ଜଣେ ବି ଜିଲ୍ଲାପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟ କରୋନା ମହାମାରୀବେଳେ ସମସ୍ତ ରାସନକାର୍ଡଧାରୀଙ୍କୁ ନଗଦ ଏକ ହଜାର ଟଙ୍କାର ଜୀବିକା ସହାୟତା ପ୍ରଦାନ ନିମନ୍ତେ ଜିଲ୍ଲାଗୁଡ଼ିକ ଦିଆଯାଇଥିବା ୯୬୦କୋଟି ଟଙ୍କାର ହିସାବ ମିଳୁନି । ରାଜ୍ୟ ଯୋଗାଣ ନିଗମ ଏନେଇ ବାରମ୍ବାର ଚିଠି ଲେଖି ହିସାବ ମାଗୁଥିଲେ ମଧ୍ୟ ଜଣେବି ଜିଲ୍ଲାପାଳ ଏହି ଖର୍ଚ୍ଚର ହିସାବ ଦେଉନଥିବାରୁ ଏହି ଟଙ୍କା ବାସ୍ତବରେ ଗରିବ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି ନା ବାଟମାରଣା ହୋଇଛି, ତାହା ଏବେ ସନ୍ଦେହଘେରରେ । ମିଳିଥିବା ସୂଚନା […]

Money

Money

Ordigital Desk
  • Published: Wednesday, 11 May 2022
  • Updated: 11 May 2022, 10:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟ କରୋନା ମହାମାରୀବେଳେ ସମସ୍ତ ରାସନକାର୍ଡଧାରୀଙ୍କୁ ନଗଦ ଏକ ହଜାର ଟଙ୍କାର ଜୀବିକା ସହାୟତା ପ୍ରଦାନ ନିମନ୍ତେ ଜିଲ୍ଲାଗୁଡ଼ିକ ଦିଆଯାଇଥିବା ୯୬୦କୋଟି ଟଙ୍କାର ହିସାବ ମିଳୁନି । ରାଜ୍ୟ ଯୋଗାଣ ନିଗମ ଏନେଇ ବାରମ୍ବାର ଚିଠି ଲେଖି ହିସାବ ମାଗୁଥିଲେ ମଧ୍ୟ ଜଣେବି ଜିଲ୍ଲାପାଳ ଏହି ଖର୍ଚ୍ଚର ହିସାବ ଦେଉନଥିବାରୁ ଏହି ଟଙ୍କା ବାସ୍ତବରେ ଗରିବ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି ନା ବାଟମାରଣା ହୋଇଛି, ତାହା ଏବେ ସନ୍ଦେହଘେରରେ ।

ମିଳିଥିବା ସୂଚନା ଅନୁସାରେ ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶୁଭମ୍ ସାକସେନା ଆଜି ସମସ୍ତ ଜିଲ୍ଲାକୁ ଚିଠି ଲେଖି ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ରାସନକାର୍ଡଧାରୀଙ୍କୁ ବଂଟନ ପାଇଁ ଦିଆଯାଇଥିବା ନଗଦ ୧୦୦୦ଟଙ୍କାର ସହାୟତାର ହିସାବ ମାଗିଛନ୍ତି । ପୂର୍ବରୁ ଫେବୃୟାରୀ ୨୮ ଓ ମାର୍ଚ୍ଚ ୨୯ତାରିଖରେ ନିର୍ଦ୍ଧାରିତ ଫର୍ମାଟରେ ଏହି କୋଭିଡ୍ ସହାୟତାର ହିସାବ ମାଗିଥିଲେ ମଧ୍ୟ କୌଣସି ଗୋଟିଏ ବି ଜିଲ୍ଲା ଏହି ତଥ୍ୟ ଦେଇନଥିବା ଶ୍ରୀ ସାକସେନା କହିଛନ୍ତି । ଆଜି ତୃତୀୟଥର ଚିଠି ଲେଖି ତୁରନ୍ତ ଏହି ଅର୍ଥ ଖର୍ଚ୍ଚର ବିନିଯୋଗ ପ୍ରମାଣପତ୍ର ଦାଖଲ ସହ ବଳକା ଅର୍ଥକୁ ଫେରସ୍ତ ଓ କାହିଁକି ଏହି ଅର୍ଥ ଖର୍ଚ୍ଚ ହୋଇପାରିଲାନି ତା’ର କାରଣ ନିର୍ଦ୍ଧାରିତ ଫର୍ମାଟରେ ଜଣାଇବାକୁ କହିଛନ୍ତି ।

ରାଜ୍ୟ ସରକାରଙ୍କ କୋଭିଡ୍ ସହାୟତା ଘୋଷଣା ପରେ ନିଗମ ପକ୍ଷରୁ ୨୦୨୧ ଡିସେମ୍ବର ୨୦ରେ ୬୧୦କୋଟି ଓ ଡିସେମ୍ବର ୨୧ରେ ୩୫୦କୋଟି ଟଙ୍କା ସମସ୍ତ ଜିଲ୍ଲାକୁ ପ୍ରଦାନ କରାଯାଇଥିଲା । ଏହି ମୋଟ ୯୬୦କୋଟି ଟଙ୍କାକୁ ରାଜ୍ୟର ୯୬ଲକ୍ଷ ରାସନକାର୍ଡଧାରୀ(ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ) ପରିବାରକୁ ହଜାରେ ଟଙ୍କା ଲେଖାଏଁ ନଗଦ ଆକାରରେ ବଣ୍ଟନ କରିବାକୁ କୁହାଯାଇଥିଲା । କିନ୍ତୁ ଏହି ଅର୍ଥକୁ କେଉଁ ଜିଲ୍ଲା କେତେ ବାଣ୍ଟିଛନ୍ତି ତା’ର ଟେର କେହି ପାଉନାହାନ୍ତି । ବିଶେଷକରି ଡିସେମ୍ବରରେ ଏହି ଅର୍ଥ ପ୍ରଦାନ ପରେ ଜାନୁୟାରୀ ମଧ୍ୟଭାଗରେ ପଂଚାୟତ ନିର୍ବାଚନ ଓ ପରେ ପରେ ପୌର ନିର୍ବାଚନ ଘୋଷଣା ହେବାରୁ ଏହି ଅର୍ଥ ନଗଦ ଆକାରରେ ପ୍ରକୃତ ହିତାଧିକାରୀଙ୍କୁ ଦିଆଯାଇଛି କି ତାହା ବାଟମାରଣା ହୋଇଛି ତାକୁ ନେଇ ଆଶଙ୍କା ଲାଗି ରହିଛି । କାରଣ ରାଜ୍ୟ ଯୋଗାଣ ନିଗମର ବାରମ୍ବାର ଚିଠି ପରେ ବି ଜିଲ୍ଲାପାଳମାନେ ଏଥିପ୍ରତି ଦୃଷ୍ଟି ଦେଉନଥିବା ଓ ୟୁସି ଦାଖଲ କରୁନଥିବାରୁ ୯୬୦କୋଟି ଟଙ୍କାର କୋଭିଡ୍ ସହାୟତା ବଣ୍ଟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ରାଜ୍ୟ ଯୋଗାଣ ନିଗମ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଏହି କୋଭିଡ୍ ସହାୟତା ଖର୍ଚ୍ଚର ହିସାବ ଦେବାକୁ କହିଛି । ଯେଉଁଥିରେ ମୋଟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ସଂଖ୍ୟା, ନଗଦ ସହାୟତା ପାଇଥିବା ହିତାଧିକାରୀଙ୍କ ସଂଖ୍ୟା, କେତେ ଅର୍ଥ ଦିଆଯାଇଛି ଓ କେତେ ବଳକା ଅଛି, ବଳକା ରହିବାର କାରଣ କ’ଣ ଆଦି ତଥ୍ୟ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos