୩ ନୁହେଁ ଜଣକର କରୋନାରେ ମୃତ୍ୟୁ: ସରପଞ୍ଚ ଜାଣନ୍ତିନି କୋଭିଡ୍ ମୃତ୍ୟୁ କ’ଣ: ଜିଲ୍ଲାପାଳ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ  ଗତ ୩ ଦିନରେ ୩ ଜଣଙ୍କ କରୋନାରେ  ମୃତ୍ୟୁ ହୋଇଥିବା ଖବର ଆସିଥିଲା। ତେବେ ୩ ଜଣ ନୁହେଁ ଉକ୍ତ ବ୍ଲକରେ ଜଣକର କରୋନାରେ ମୃତ୍ୟୁ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲେଙ୍ଗେ ସ୍ପଷ୍ଟ କରିଛନ୍ତି। କରୋନାରେ ୩ ଜଣଙ୍କ ମୃତ୍ୟୁ ଖବର ମିଛ ବୋଲି ଜିଲ୍ଲାପାଳ ଟ୍ୱିଟ୍‌ କରି କହିଛନ୍ତି।  କେବଳ ଧରାକୋଟ ବ୍ଲକର ଜାହାଡ଼ା ପଞ୍ଚାୟତରେ  ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା କହିଛନ୍ତି ଜିଲ୍ଲପାଳ। […]

ganjam-collector-1

Tapas Behera
  • Published: Saturday, 27 June 2020
  • , Updated: 27 June 2020, 04:35 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ  ଗତ ୩ ଦିନରେ ୩ ଜଣଙ୍କ କରୋନାରେ  ମୃତ୍ୟୁ ହୋଇଥିବା ଖବର ଆସିଥିଲା। ତେବେ ୩ ଜଣ ନୁହେଁ ଉକ୍ତ ବ୍ଲକରେ ଜଣକର କରୋନାରେ ମୃତ୍ୟୁ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲେଙ୍ଗେ ସ୍ପଷ୍ଟ କରିଛନ୍ତି। କରୋନାରେ ୩ ଜଣଙ୍କ ମୃତ୍ୟୁ ଖବର ମିଛ ବୋଲି ଜିଲ୍ଲାପାଳ ଟ୍ୱିଟ୍‌ କରି କହିଛନ୍ତି।  କେବଳ ଧରାକୋଟ ବ୍ଲକର ଜାହାଡ଼ା ପଞ୍ଚାୟତରେ  ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା କହିଛନ୍ତି ଜିଲ୍ଲପାଳ। ସରପଞ୍ଚଙ୍କ ରିପୋର୍ଟ ଆଧାରରେ ପ୍ରଥମେ ଏହି ତଥ୍ୟ ସାମ୍ନାକୁ ଆସିଥିଲା। ଏନେଇ OTVକୁ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ, ଜାହାଡ଼ା ପଞ୍ଚାୟତରେ କରୋନାରେ ଜଣଙ୍କର ମୃତ୍ୟୁ ଘଟିଛି। ସରପଞ୍ଚ ଜାଣିନାହାନ୍ତି, କୋଭିଡ୍ ମୃତ୍ୟୁମାନେ କଣ। ବିଭାଗୀୟ ସୂତ୍ରରୁ ଯାହା ଘୋଷଣା ହେଉଛି, ତାହା ହିଁ ଠିକ୍। ଅନ୍ୟ ୨ ଜଣଙ୍କ ମୃତ୍ୟୁ ଅନ୍ୟ କିଛି କାରଣରୁ ହୋଇଥାଇପାରେ। ସରପଞ୍ଚମାନଙ୍କୁ ଜଣାଉଛୁ, ସ୍ପଷ୍ଟ ହେଲା ପରେ କିଛି କହନ୍ତୁ। ଏ ନେଇ ସରପଞ୍ଚମାନଙ୍କ ସହ ଆଲୋଚନା କରିବୁ ବୋଲି ଜିଲ୍ଲାପାଳ କହିଛନ୍ତି।

ଜାହାଡ଼ା ପଞ୍ଚାୟତରେ କରୋନା ଦିନକୁ ଦିନ ବେକାବୁ ହେବା ସହ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ଜାହାଡ଼ା ପଞ୍ଚାୟତକୁ ଆଜିଠାରୁ ୬ ଦିନ ପାଇଁ ଶଟଡାଉନ୍‌ ଘୋଷଣା କଲେ ସରପଞ୍ଚ। ଏହି କଟକଣା ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫ରେ ପହଞ୍ଚିଥିବା ବେଳେ ଆଖି ବୁଜି ସାରିଲେଣି ୯ ଜଣ। ଦିନକୁ ଦିନ ପରିସ୍ଥିତି ବିଗୁଡ଼ୁଥିବାରୁ ବ୍ରହ୍ମପୁର ସହରକୁ  ଆଜିଠୁ ୪ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ।

Related story