‘ଓଡ଼ିଶାକୁ ସେତେଟା ବିପଦ ନାହିଁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ସମୁଦ୍ର ମଧ୍ୟରେ ଧୀରେ ଧୀରେ ଦୁର୍ବଳ ହେଉଛି ମହାବାତ୍ୟା ‘ଅମ୍ଫାନ’। ୬ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଏକ୍ସଟ୍ରିମ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ। ଏହା ଅତି ଭୀଷଣ ରୂପ ନେଇ ଉତ୍ତର ଉତ୍ତରପୂର୍ବ ଦିଗକୁ ମୁହାଁଇବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ‘ଅମ୍ଫାନ’ ପାରାଦୀପ ଠାରୁ ୫୨୦ କିମି ଦୂରରେ ରହିଥିବା ବେଳେ ପଶ୍ଚିମବଙ୍ଗ ଦୀଘା ଠାରୁ […]

uuu

Tapaswini Nayak
  • Published: Tuesday, 19 May 2020
  • , Updated: 19 May 2020, 01:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ସମୁଦ୍ର ମଧ୍ୟରେ ଧୀରେ ଧୀରେ ଦୁର୍ବଳ ହେଉଛି ମହାବାତ୍ୟା ‘ଅମ୍ଫାନ’। ୬ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଏକ୍ସଟ୍ରିମ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ। ଏହା ଅତି ଭୀଷଣ ରୂପ ନେଇ ଉତ୍ତର ଉତ୍ତରପୂର୍ବ ଦିଗକୁ ମୁହାଁଇବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ‘ଅମ୍ଫାନ’ ପାରାଦୀପ ଠାରୁ ୫୨୦ କିମି ଦୂରରେ ରହିଥିବା ବେଳେ ପଶ୍ଚିମବଙ୍ଗ ଦୀଘା ଠାରୁ ୬୭୦ କିମି ଦୂରରେ ରହିଛି। ଏହା ଅତି ଭୀଷଣ ବାତ୍ୟା ହୋଇ ଉପକୂଳ ଅତିକ୍ରମ କରିବ। ପୂର୍ବ ସୂଚନା ଅନୁଯାୟୀ ଆସନ୍ତାକାଲି ଅପରାହ୍ନରୁ ସଂଧ୍ୟା ଭିତରେ ଦୀଘା-ହାତିଆ ମଝିରେ ଉପକୂଳ ଛୁଇଁବ।

ଆଇଏମ୍‌ଡି ଡିଜି ଆହୁରି କହିଛନ୍ତି ଯେ, ଓଡ଼ିଶାକୁ ସେତେଟା ବିପଦ ନାହିଁ। ତେବେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ‘ଅମ୍ଫାନ’ ପ୍ରଭାବ ପଡ଼ିବ। ଆସନ୍ତାକାଲି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବ। ବିଶେଷ କରି ଭଦ୍ରକ ଓ ବାଲେଶ୍ୱରରେ ୧୧୦ରୁ ୧୨୦ କିମି ବେଗରେ ପବନ ବହିବ। ସ୍ଥଳବିଶେଷରେ ଘଣ୍ଟାପ୍ରତି ୧୨୫ କିଲୋମିଟର ପର୍ଯ୍ୟନ୍ତ ଏହା ବୃଦ୍ଧି ପାଇପାରେ। ବର୍ତ୍ତମାନ ଓଡ଼ିଶା ଉପକୂଳରେ ୪୦ରୁ ୫୦ କିମି ବେଗରେ ପବନ ବହୁଛି।

ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯାଆନ୍ତୁ ନାହିଁ। ଯଦି କେହି ସମୁଦ୍ରକୁ ଯାଇଥିବେ ତାହାହେଲେ ତୁରନ୍ତ ଫେରିଆସନ୍ତୁ ବୋଲି ଆଇଏମଡି ଡିଜି କହିଛନ୍ତି।

Related story