ନୋଟ୍‌ବନ୍ଦୀକୁ ନେଇ ଆସନ୍ତା ୧୦ରେ ଟିଏମ୍‌ସିର ସମାବେଶ

ଭୁବନେଶ୍ୱର: ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଦୁଇ ସାଂସଦଙ୍କୁ ସିବିଆଇ ଗିରଫ କରି ଓଡ଼ିଶା ଜେଲରେ ରଖି ପଚରାଉଚରା ଚଳାଇଛି। ଏପରି ସମୟରେ ଓଡ଼ିଶାରେ ନୋଟ୍‌ବନ୍ଦୀ ପ୍ରତିବାଦରେ ଦଳ ବିକ୍ଷୋଭ କରିବା ପାଇଁ ପ୍ରସ୍ତୁତ ହେଉଛି। ସେଥିପାଇଁ ଟିଏମ୍‌ସିର ନେତାମାନେ  ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦଳର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ, ଶକ୍ତିମନ୍ତ୍ରୀ ମନିଷ ଗୁପ୍ତା ଓ ପୂର୍ବତନ ମନ୍ତ୍ରୀ ସୁବ୍ରତ ବକ୍ସି। ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ପ୍ରତିକ୍ରିୟା ରଖି ପାର୍ଥ […]

tmc

Rakesh Mallick
  • Published: Sunday, 08 January 2017
  • , Updated: 08 January 2017, 10:13 PM IST

ଭୁବନେଶ୍ୱର: ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଦୁଇ ସାଂସଦଙ୍କୁ ସିବିଆଇ ଗିରଫ କରି ଓଡ଼ିଶା ଜେଲରେ ରଖି ପଚରାଉଚରା ଚଳାଇଛି। ଏପରି ସମୟରେ ଓଡ଼ିଶାରେ ନୋଟ୍‌ବନ୍ଦୀ ପ୍ରତିବାଦରେ ଦଳ ବିକ୍ଷୋଭ କରିବା ପାଇଁ ପ୍ରସ୍ତୁତ ହେଉଛି। ସେଥିପାଇଁ ଟିଏମ୍‌ସିର ନେତାମାନେ  ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦଳର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ, ଶକ୍ତିମନ୍ତ୍ରୀ ମନିଷ ଗୁପ୍ତା ଓ ପୂର୍ବତନ ମନ୍ତ୍ରୀ ସୁବ୍ରତ ବକ୍ସି।

ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ପ୍ରତିକ୍ରିୟା ରଖି ପାର୍ଥ ଚାଟାର୍ଜୀ କହିଛନ୍ତି,’‘ଟିଏମ୍‌ସିରେ ଆତଙ୍କ ଖେଳାଇବା ପାଇଁ ସିବିଆଇ ଟିଏମ୍‌ସି ସାଂସଦ ତାପସ ପାଲ ଓ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଗିରଫ କରିଛି। କାରଣ ସାରା ଦେଶରେ ନୋଟ୍‌ବନ୍ଦୀକୁ ନେଇ ମମତା ବାନାର୍ଜୀଙ୍କ ନେତୃତ୍ୱରେ ବିରୋଧ କରାଯାଇଥିବାରୁ ଏପରି ଯୋଜନା କରାଯାଉଛି।”

ନୋଟ୍‌ବନ୍ଦୀକୁ ନେଇ ଆସନ୍ତା ୧୦ ତାରିଖରେ ରାଜଧାନୀର ଲୋୟର ପିଏମ୍‌ଜିରେ ଟିଏମ୍‌ସି ପକ୍ଷରୁ ସମାବେଶ କରାଯିବ। ଯେଉଁଥିରେ ଟିଏମ୍‌ସିର ପ୍ରମୁଖ ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Related story