ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ପ୍ରଫେସର ରଜତ କର

ପୁରୀ(ଓଡ଼ିଶା ରିପୋର୍ଟର): ପଦ୍ମଶ୍ରୀ ପ୍ରଫେସର ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ଆଜି ସମ୍ପନ୍ନ ହୋଇଯାଇଛି। ପ୍ରଫେସର କରଙ୍କ ଜ୍ୟେଷ୍ଠପୁତ୍ର ରଞ୍ଜିତ କର ମୁଖାଗ୍ନି ଦେଇଛନ୍ତି । ସ୍ୱର୍ଗତ କର ଜଣେ ବାଗ୍ନୀ, ପ୍ରବଚକ, ସାହିତ୍ୟିକ, ଗବେଷକ, ଶିକ୍ଷାବିତ ଓ ନାଟ୍ୟକାର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ପ୍ରଫେସର  କରଙ୍କ ଶେଷକୃତ ସମ୍ପନ୍ନ ବେଳେ ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ […]

puri

puri

Niharika Rout
  • Published: Monday, 09 May 2022
  • Updated: 09 May 2022, 03:43 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପଦ୍ମଶ୍ରୀ ପ୍ରଫେସର ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ଆଜି ସମ୍ପନ୍ନ ହୋଇଯାଇଛି। ପ୍ରଫେସର କରଙ୍କ ଜ୍ୟେଷ୍ଠପୁତ୍ର ରଞ୍ଜିତ କର ମୁଖାଗ୍ନି ଦେଇଛନ୍ତି । ସ୍ୱର୍ଗତ କର ଜଣେ ବାଗ୍ନୀ, ପ୍ରବଚକ, ସାହିତ୍ୟିକ, ଗବେଷକ, ଶିକ୍ଷାବିତ ଓ ନାଟ୍ୟକାର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

ପୁରୀ ସ୍ୱର୍ଗଦ୍ୱାରରେ ପ୍ରଫେସର  କରଙ୍କ ଶେଷକୃତ ସମ୍ପନ୍ନ ବେଳେ ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ଵାଇଁ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ଡା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଏନେଇ ପ୍ରତାପ ଜେନା କହିଛନ୍ତି,  ଭଞ୍ଜ ସାହିତ୍ୟର ପ୍ରଚାର, ପ୍ରସାର ପାଇଁ ପଦ୍ମଶ୍ରୀ ପ୍ରଫେସର ରଜତ କର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜୀବନ ତମାମ ଜଗନ୍ନାଥଙ୍କ ସଂସ୍କୃତିକୁ ସେ ସବୁଆଡ଼େ ପ୍ରଚାର କରିଥିଲେ। ସେ ଜଣେ ନାଟ୍ୟକାର, ପ୍ରବଚକ, ଗାଳ୍ପିକ, ଲେଖକ ଓ କବି ଥିଲେ। ତାଙ୍କ ଅବର୍ତ୍ତମାନରେ ଯାହା କ୍ଷତି ହୋଇଛି ତାହା ଅପୂରଣୀୟ । ସେ ସବୁବେଳେ ଚିର ସ୍ମରଣୀୟ ହୋଇ ରହିବେ।

ସୂଚନାଯୋଗ୍ୟ, ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ତଥା ପଦ୍ମଶ୍ରୀ ରଜତ କର ଗତକାଲି ରାଜଧାନୀର ଗୋଟିଏ ଘରୋଇ ହସ୍ପିଟାଲରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos