୧୦ ଜିଲ୍ଲାର କୃଷି ଉପନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିମ୍ନମାନର କୀଟନାଶକ ପ୍ରସ୍ତୁତକାରୀ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଟାଳଟୂଳ ନୀତି ଅବଲମ୍ବନ କରିଥିବା ୧୦ଟି ଜିଲ୍ଲାର କୃଷି ଉପନିର୍ଦ୍ଦେଶକଙ୍କୁ ଆଜି କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି। ଅନୁଗୋଳ, ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ବରଗଡ଼, ସମ୍ବଲପୁର, ନୂଆପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କୃଷି ଉପନିର୍ଦ୍ଦେଶକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୃଷି ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ମନ୍ତ୍ରୀ ଶ୍ରୀ ସାହୁ ଆଜି ଭୁବନେଶ୍ୱରରେ ଥିବା […]

Sambalpur-Farmer-protest-1

Tapas Behera
  • Published: Tuesday, 17 September 2019
  • , Updated: 17 September 2019, 09:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିମ୍ନମାନର କୀଟନାଶକ ପ୍ରସ୍ତୁତକାରୀ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଟାଳଟୂଳ ନୀତି ଅବଲମ୍ବନ କରିଥିବା ୧୦ଟି ଜିଲ୍ଲାର କୃଷି ଉପନିର୍ଦ୍ଦେଶକଙ୍କୁ ଆଜି କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି।
ଅନୁଗୋଳ, ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ବରଗଡ଼, ସମ୍ବଲପୁର, ନୂଆପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କୃଷି ଉପନିର୍ଦ୍ଦେଶକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୃଷି ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ମନ୍ତ୍ରୀ ଶ୍ରୀ ସାହୁ ଆଜି ଭୁବନେଶ୍ୱରରେ ଥିବା ବିଭାଗର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରିବାପରେ ଏହି ନିର୍ଦ୍ଦେଶ ଦେଇଥିଲେ।

ମନ୍ତ୍ରୀ ଶ୍ରୀ ସାହୁ ଆଜି ରାଜ୍ୟ ସାର ମାନ ନିୟନ୍ତ୍ରଣ ପରୀକ୍ଷାଗାର, ରାଜ୍ୟ କୀଟନାଶକ ପରୀକ୍ଷାଗାର, ରାଜ୍ୟ ମୃତ୍ତିକା ପରୀକ୍ଷାଗାର ଓ ଭୁବନେଶ୍ୱର ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ବୁଲି ଦେଖିବା ସହ କର୍ମଚାରୀଙ୍କୁ ‘ଫାଇଭ-ଟି’ ପାଠ ପଢ଼ାଇଥିବା ଜଣାପଡ଼ିଛି।

Related story