ଏଣିକି ବିବାହ ଓ ମେଳା ମହୋତ୍ସବରେ ଖୁଲମଖୁଲା ବିକ୍ରି ହେବ ମଦ

ଭୁବନେଶ୍ୱର (ପ୍ରକାଶ ସେଠୀ) : ଏଣିକି ମେଳା ମହୋତ୍ସବ, ବିବାହ ଓ ଅନ୍ୟାନ୍ୟ ଘରୋଇ ସାମାଜିକ ଉତ୍ସବ, ରେଜିମେଣ୍ଟାଲ କ୍ୟାମ୍ପ ଓ ଅନ୍ୟାନ୍ୟ ସମାରୋହରେ ସାର୍ବଜନୀନ ସ୍ଥାନରେ ମଦ ଉପଲବ୍ଧ ହୋଇପାରିବ। ତା’ପୁଣି ସରକାରଙ୍କ ଦ୍ୱାରା ଅସ୍ଥାୟୀ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କ ମାଧ୍ୟମରେ। ମଦ ବିକ୍ରି କରି ରାଜସ୍ୱ ଉପାର୍ଜନ କରିବା ନିଶାରେ ମସଗୁଲ୍ ରାଜ୍ୟ ସରକାର ଏବେ ଜିଲ୍ଲାପାଳମାନଙ୍କ ଉପରେ ଏଭଳି ଅସ୍ଥାୟୀ ଲାଇସେନ୍ସ ପ୍ରଦାନ ଦେବା ପାଇଁ ଚାପ ପକାଇଛନ୍ତି। ମିଳିଥିବା ସୂଚନା ଅନୁସାରେ , […]

alocol

Manoranjan Sial
  • Published: Tuesday, 12 November 2019
  • , Updated: 12 November 2019, 05:56 PM IST

ଭୁବନେଶ୍ୱର (ପ୍ରକାଶ ସେଠୀ) : ଏଣିକି ମେଳା ମହୋତ୍ସବ, ବିବାହ ଓ ଅନ୍ୟାନ୍ୟ ଘରୋଇ ସାମାଜିକ ଉତ୍ସବ, ରେଜିମେଣ୍ଟାଲ କ୍ୟାମ୍ପ ଓ ଅନ୍ୟାନ୍ୟ ସମାରୋହରେ ସାର୍ବଜନୀନ ସ୍ଥାନରେ ମଦ ଉପଲବ୍ଧ ହୋଇପାରିବ। ତା’ପୁଣି ସରକାରଙ୍କ ଦ୍ୱାରା ଅସ୍ଥାୟୀ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କ ମାଧ୍ୟମରେ। ମଦ ବିକ୍ରି କରି ରାଜସ୍ୱ ଉପାର୍ଜନ କରିବା ନିଶାରେ ମସଗୁଲ୍ ରାଜ୍ୟ ସରକାର ଏବେ ଜିଲ୍ଲାପାଳମାନଙ୍କ ଉପରେ ଏଭଳି ଅସ୍ଥାୟୀ ଲାଇସେନ୍ସ ପ୍ରଦାନ ଦେବା ପାଇଁ ଚାପ ପକାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ , ରାଜ୍ୟ ଅବକାରୀ ବିଭାଗ ଗତ ୮ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ବିଭିନ୍ନ ସମାରୋହରେ ନିଶା କାରବାର ପାଇଁ ଅସ୍ଥାୟୀ ଲାଇସେନ୍ସ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ମେଳା,ମହୋତ୍ସବ, ବିବାହ ଓ ଅନ୍ୟାନ୍ୟ ଘରୋଇ ସାମାଜିକ ଉତ୍ସବ ଆଦିରେ ମଦ ବିକ୍ରି କରିବା ନିମନ୍ତେ ଯଦି କେହି ବିଧିବଦ୍ଧ ଭାବେ ଆବେଦନ କରୁଛନ୍ତି ତାହା ଉପରେ ଅବିଳମ୍ବେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏବେ ଏଭଳି ଆବେଦନଗୁଡ଼ିକ ଉପରେ ଅଧିକାଂଶ ଜିଲ୍ଲାପାଳ ଗୁରୁତ୍ୱ ଦେଉନଥିବା ବିଭାଗ ଜାଣିବାକୁ ପାଇଛି। ଏନେଇ ବିଭାଗ ଓ ବରିଷ୍ଠ ଅଧିକାରୀଙ୍କୁ ବହୁ ପରିମାଣର ଆପତ୍ତି ଅଭିଯୋଗ ମିଳିଛି ବୋଲି ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ମଧ୍ୟ ଚିଠିରେ ଅବଗତ କରାଯାଇଛି।

ଯଦି କୌଣସି ବ୍ୟକ୍ତି ଏଭଳି ଅସ୍ଥାୟୀ ଲାଇସେନ୍ସ ପାଇଁ ଆବେଦନ କରୁଛନ୍ତି ତାଙ୍କଠୁ ନିର୍ଦ୍ଧାରିତ ଫି’ ରଖି ଅବିଳମ୍ବେ ଲାଇସେନ୍ସ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏଭଳି ଲାଇସେନ୍ସ ଦେବା ପାଇଁ ଜିଲ୍ଲାପାଳମାନେ ମଧ୍ୟ ୨୦୧୯-୨୦ ଅବକାରୀ ନୀତିର ଅନୁଚ୍ଛେଦ ୪.୨.୧(ଘ) ଅନୁସାରେ କ୍ଷମତାପ୍ରାପ୍ତ ବୋଲି ବିଭାଗ କହିଛି।

ଏଭଳି ଲାଇସେନ୍ସ ଦିଆଗଲେ ରାଜ୍ୟରେ ଅବକାରୀ ରାଜସ୍ୱ ବୃଦ୍ଧି ପାଇବା ସହ ନାଗରିକମାନଙ୍କ ମଧ୍ୟରେ ଅବକାରୀ ଆଇନ ପାଳନ କରିବାର ପରମ୍ପରାକୁ ମଧ୍ୟ ପ୍ରୋତ୍ସାହିତ କରାଯାଇପାରିବ ବୋଲି ଅବକାରୀ ବିଭାଗ କହିଛି।

ସୂଚନାଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୪୫୦୦କୋଟି ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି। ୨୦୦୯-୧୦ରେ ରାଜ୍ୟରେ ଅବକାରୀ ରାଜସ୍ୱ ୮୪୯କୋଟି ଟଙ୍କା ଥିବାବେଳେ ଏହା ୨୦୧୮-୧୯ରେ ବୃଦ୍ଧି ପାଇଁ ୩୯୨୫ କୋଟି ଟଙ୍କାରେ ପହଂଚିଛି। ନିଶା ନିବାରଣ ଉପରେ କଟକଣା ପରିବର୍ତ୍ତେ ରାଜ୍ୟ ସରକାର ମଦ ବିକ୍ରିକୁ ବିଭିନ୍ନ ଉପାୟରେ ପ୍ରୋତ୍ସାହିତ କରିବାରେ ଲାଗିଛନ୍ତି। ଏପରିକି ବିଧାନସଭା କମିଟି ମଧ୍ୟ ଅଧିକ ମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ପୁରସ୍କୃତ କରିବା ନିମନ୍ତେ ପରାମର୍ଶ ଦେଇଥିଲା । ଯାହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପରେ ଏଭଳି ପରାମର୍ଶକୁ ଗ୍ରହଣ କରିବାକୁ ସରକାର ପଛଘୁଞ୍ଚା ଦେଇଥିଲେ।

Related story