ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ବେଲଟିକିରି ସେଲ୍ଟର୍ ହୋମ୍ଘର ଅର୍ଥନୀତିକ ଦିଗ ସମ୍ପର୍କରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ସଂସ୍ଥାର ଆର୍ଥିକ ନେଣଦେଣ ଓ ବିଦେଶୀ ପୁଞ୍ଜି ନେଇ ଇଡି ତଦନ୍ତ କରିବ। କେଉଁଠୁ ଏବଂ କେତେ ବିଦେଶୀ ପୁଞ୍ଜି ଆସୁଥିଲା ଇଡି ତା’ର ଯାଞ୍ଚ କରିବ।
ଏହି ପ୍ରସଙ୍ଗରେ ଇଡି ପକ୍ଷରୁ ଢେଙ୍କାନାଳ ପୁଲିସକୁ ଏତଲା ଓ ଚାର୍ଜସିଟ୍ ମଗାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବେଲଟିକିରି ସ୍ଥିତ ସେଲ୍ଟର୍ ହୋମ୍ ‘ଡ୍ରିମ୍ ସେଣ୍ଟର’ରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା। ଜଣେ କି ଦୁଇ ଜଣ ନୁହେଁ, ଏକାଧିକ ନାବାଳିକା ଅନ୍ତେବାସୀଙ୍କୁ ଶୋଷଣ କରାଯାଉଥିଲା। ଏହି ଜଘନ୍ୟ କାଣ୍ଡର ମୁଖ୍ୟ ଖଳନାୟକ ଥିଲେ ସଂସ୍ଥାର ମୁଖ୍ୟ ଫୟାଜ୍ ରେହମାନ। ଯାହାଙ୍କୁ ‘ଡାଡି’ ବୋଲି ସମ୍ବୋଧନ କରନ୍ତି ଏହି ସେଲ୍ଟର ହୋମର ନିରୀହ ଅନ୍ତେବାସୀ। ଏପରିକି ଧର୍ମ ପରିବର୍ତ୍ତନ କରାଯାଉଥିବା ମଧ୍ୟ ଅଭିଯୋଗ ଆସିଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅବକାରୀ ବିଭାଗରେ ମାଳମାଳ ମାଫିଆ କର୍ମଚାରୀ
କାହା ନାଁରେ ଏକାଧିକ ମଦ କାଉଣ୍ଟର ତ ଆଉ କିଏ ଜବତ ହୋଇଥିବା କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇକୁ ନେଇ ବେପାର କରୁଛନ୍ତି। ଏପରି ଅଫିସର ମଧ୍ୟ ଅଛନ୍ତି ଯେଉଁମାନେ ଧଳା ଜହର ବେପାରୀଙ୍କଠାରୁ ମାସିକ ସେୟାର ନେଉଥିବା ପ୍ରମାଣ ଅବକାରୀ କମିଶନରଙ୍କ ହାତରେ ଲାଗିଛି।
Miscellaneous
ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଥାନାରେ ଏତଲା
ମୋଟ ୧୦୯ଟି ପ୍ଲଟକୁ ବେଆଇନ୍ ଭାବେ ହାତେଇବା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ କଦାପି ବରଦାସ୍ତ କରାଯିବନି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।
Special
ଜନ୍ମମାଟିର ମୋହ ବର୍ଷାଙ୍କୁ ଇଟାଲୀରୁ ଓଡ଼ିଶା ଟାଣି ଆଣିଛି
ଠିକଣା ଖୋଜୁଥିବା ବର୍ଷା ଶେଷରେ ପାଇଲେ ନୂଆ ଠିକଣା। ଆଉ ବାପା-ମାଆଙ୍କ ସହିତ ଗଲେ ବିଦେଶ। ଇଟାଲୀରେ ପାଠ ପଢ଼ିଲେ। ଏନ୍ରିକୋ ଭୋଲୋପ ଓ ତାଙ୍କ ପତ୍ନୀ ଡକ୍ଟର ପଟ୍ରଜିଆ ଜରଜୋଟି ନିଜର ଝିଅ ବର୍ଷାକୁ ବହୁ ଭଲ ପାଉଥିଲେ।
Crime
ଜିଲ୍ଲା ପରିଷଦ ସଭ୍ୟଙ୍କୁ ଦୁର୍ବ୍ୟବହାର ଘଟଣାରେ ଅମିନ ନିଲମ୍ବିତ, ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ
ବିଭିନ୍ନ ପକ୍ଷର ବୟାନ ଓ ସିସିଟିଭି ଫୁଟେଜ ଆଧାରରେ ଉପ-ଜିଲ୍ଲାପାଳ ତାଙ୍କ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଦେଇଥିଲେ।
Politics
ବିଜେଡିକୁ ଝଟ୍କା, ଅନାସ୍ଥାରେ ହାରିଲେ ବ୍ଲକ୍ ଅଧ୍ୟକ୍ଷା
ଆଜି ବ୍ଲକ୍ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ଅନାସ୍ଥା ଭୋଟିଂ ହୋଇଥିଲା। ୨ ବିଧାୟକ, ଢେଙ୍କାନାଳ ସାଂସଦଙ୍କୁ ମିଶାଇ ୬୨ ଜଣ ଅନାସ୍ଥା ଭୋଟ୍ରେ ଅଂଶ ଗ୍ରହଣ କରିଥିଲେ।