‘ଗାଁରେ ଉଚ୍ଚା ଘର କଲେ ଦରକାର ଅନୁମତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ସହର ପରି ଗାଁରେ ମନଇଚ୍ଛା ଘର କରି ହେବନାହିଁ। ସେଥିପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ  ଗେଜେଟରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଜି+୨ ବା ତିନି ମହଲାର ଘର କରିବା ପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ। ୫୦୦ ବର୍ଗ ମିଟର ଅଞ୍ଚଳର ଘର କରୁଥିଲେ ଅନୁମତି […]

Pratap Jena

Tapaswini Nayak
  • Published: Tuesday, 12 November 2019
  • , Updated: 12 November 2019, 01:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ସହର ପରି ଗାଁରେ ମନଇଚ୍ଛା ଘର କରି ହେବନାହିଁ। ସେଥିପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ  ଗେଜେଟରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଜି+୨ ବା ତିନି ମହଲାର ଘର କରିବା ପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ। ୫୦୦ ବର୍ଗ ମିଟର ଅଞ୍ଚଳର ଘର କରୁଥିଲେ ଅନୁମତି ନେବାକୁ ପଡ଼ିବ। ଏଥିପାଇଁ ଉପଯୁକ୍ତ ପ୍ଲାନିଂ ସହ ପଞ୍ଚାୟତ ସମିତି ପାଖରେ ଆବେଦନ କରିବାକୁ ପଡ଼ିବ। ଏହାର ଆପ୍ରୁଭାଲ୍ ପାଇଁ ପଞ୍ଚାୟତ ପକ୍ଷରୁ ଜିଲ୍ଲା ପ୍ଲାନିଂ ୟୁନିଟକୁ ପଠାଯିବ। ଜିଲ୍ଲା ପ୍ଲାନିଂ ୟୁନିଟ ଅନୁମୋଦନ କଲେ ଘର ନିର୍ମାଣ କରାଯାଇପାରିବ।”

ମନ୍ତ୍ରୀ ଆହୁରି କହିଛନ୍ତି, ‘ଗାଁଗୁଡ଼ିକ  ଯେଉଁ ଘର କରାଯାଉଛି, ସେଥିରେ ଡ୍ରେନେଜ ଓ ସ୍ୱେରେଜ ପ୍ଲାନିଂ କରାଯାଉ ନାହିଁ। ସେଥିପାଇଁ ଏହି ନିୟମ ଲାଗୁ କରାଯାଇଛି। ଯଦି କେହି ଲୋକ ସରକାରୀ ନିୟମ ମୁତାବକ ଘର ନ କରନ୍ତି, କାର୍ଯ୍ୟାନୁଷ୍ଠାନ ନିଆଯିବ।”

ଗେଜେଟ୍ ନୋଟିଫିକେସନ ପ୍ରସ୍ତୁତ ପରେ ନିର୍ମାଣାଧୀନ ଥିବା ଘରଗୁଡ଼ିକ କ୍ଷେତ୍ରରେ କଂପାଉଣ୍ଡିଂ ଫି ଲାଗୁ ହେବ। କଂପାଉଣ୍ଡିଂ ଫି ଦାଖଲ କରି ଆପ୍ରୁଭାଲ୍ କରି ହେବ ବୋଲି  ନଗର ଉନ୍ନୟନ ମନ୍ତ୍ରୀସୂଚନା ଦେଇଛନ୍ତି।

 

Related story