ସାରଥି ସସ୍‌ପେନ୍ସ ଉପରୁ ପରଦା ହଟିଲା ! ଜାଣନ୍ତୁ ରହୁଛନ୍ତି କେଉଁଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାରଥି ଓରଫ ସନ୍ତୋଷ ରାଉଳଙ୍କୁ ନେଇ ଆସିଲା ବଡ଼ଖବର। ଜେଲରୁ ମୁକୁଳିବା ପରେ ସାରଥି କେଉଁଠି ରହୁଛନ୍ତି ତାକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଏବେ ତା’ଉପରୁ ପରଦା ହଟିଛି। ସାରଥି ଏବେ ଓଡ଼ିଶା ବାହାରେ ରହୁଥିବା ଜଣାପଡ଼ିଛି। ଏନେଇ ସାରଥିଙ୍କ ଓକିଲ ମାନସ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ରାଜ୍ୟ ବାହାରକୁ ଯିବା ନେଇ କୋର୍ଟଙ୍କ ବାରଣ ନଥିବା କହିଛନ୍ତି ମାନସ। ଆଇଓଙ୍କୁ ଜଣାଇ ସାରଥି ରାଜ୍ୟ ବାହାରକୁ ଯାଇପାରିବେ ବୋଲି କୋର୍ଟ […]

vc-21

vc-21

Tapas Behera
  • Published: Saturday, 27 July 2019
  • Updated: 27 July 2019, 05:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାରଥି ଓରଫ ସନ୍ତୋଷ ରାଉଳଙ୍କୁ ନେଇ ଆସିଲା ବଡ଼ଖବର। ଜେଲରୁ ମୁକୁଳିବା ପରେ ସାରଥି କେଉଁଠି ରହୁଛନ୍ତି ତାକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଏବେ ତା’ଉପରୁ ପରଦା ହଟିଛି। ସାରଥି ଏବେ ଓଡ଼ିଶା ବାହାରେ ରହୁଥିବା ଜଣାପଡ଼ିଛି। ଏନେଇ ସାରଥିଙ୍କ ଓକିଲ ମାନସ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ରାଜ୍ୟ ବାହାରକୁ ଯିବା ନେଇ କୋର୍ଟଙ୍କ ବାରଣ ନଥିବା କହିଛନ୍ତି ମାନସ। ଆଇଓଙ୍କୁ ଜଣାଇ ସାରଥି ରାଜ୍ୟ ବାହାରକୁ ଯାଇପାରିବେ ବୋଲି କୋର୍ଟ କହିଥିବା ମାନସ କହିଛନ୍ତି।

ତେବେ ଏଥିପାଇଁ ସେ ଯାଉଥିବା ଜାଗାର ଠିକଣା, ଟେଲିଫୋନ ନମ୍ବର ପୁଲିସକୁ ଦେଇ ଯାଇପାରିବେ। ତେବେ ସାରଥି କେଉଁ ରାଜ୍ୟରେ ଅଛନ୍ତି, ତାହା କହିବାକୁ ମାନସ ମନା କରିଛନ୍ତି। ସୂଚନା ଅନୁଯାୟୀ ଜେଲରେ ଦୀର୍ଘ ୪ ବର୍ଷ ରହିବା ପରେ ଗତ ଗୁରୁବାର ମୁକୁଳିଥିଲେ ସାରଥି।

ହାଇକୋର୍ଟରୁ ଜାମିନ୍‌ ପାଇଥିବା ସାରଥିଙ୍କ ପାଇଁ କୋର୍ଟ କିଛି ସର୍ତ୍ତ ରଖିଥିଲେ। ସଭାସମିତି କିମ୍ବା ବାରିମୂଳ ଆଶ୍ରମକୁ ସେ ଯାଇପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। ତେବେ ଜେଲରୁ ମୁକୁଳିବା ପରେ ସାରଥି କେଉଁଠି ରହୁଛନ୍ତି ତାକୁ ନେଇ ଚର୍ଚ୍ଚା ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos