ମହାବଳର ମୃତ୍ୟୁର କାରଣ ଖୋଜିବାକୁ ଗଲେ କ୍ରାଇମବ୍ରାଞ୍ଚ ଓ ଏନ୍‌ଟିସିଏ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେବ୍ରିଗଡ଼ ଅଭୟାରଣ୍ୟରେ କିଭଳି ଘଟିଲା ମହାବଳର ମୃତ୍ୟୁ? ସ୍ଥିତି ଅନୁଧ୍ୟାନ ଓ ଅନୁସନ୍ଧାନ ପାଇଁ ଆଜି କ୍ରାଇମ୍‌ବ୍ରାଞ୍ଚର ୪ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ଏହି ଟିମ୍‌ ବିଦ୍ୟୁତ ତାର ବିଛାଯାଇଥିବା ଦାମୋଦରପଡ଼ା ଓ ଖଜୁରିଆ ଗାଁ ସୀମାନ୍ତ, ବାଘକୁ ପୋଡ଼ି ପୋତା ଯାଇଥିବା ସ୍ଥାନ ଏବଂ ଅନ୍ୟ ସ୍ଥାନ ବୁଲି ଅନୁଧ୍ୟାନ କରିଛନ୍ତି। ବାଘ ହତ୍ୟା ସଂପର୍କରେ କ୍ରାଇମବ୍ରାଞ୍ଚ ଟିମ୍ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ […]

tigreroooo-1

tigreroooo-1

Manoranjan Sial
  • Published: Monday, 05 November 2018
  • Updated: 05 November 2018, 07:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେବ୍ରିଗଡ଼ ଅଭୟାରଣ୍ୟରେ କିଭଳି ଘଟିଲା ମହାବଳର ମୃତ୍ୟୁ? ସ୍ଥିତି ଅନୁଧ୍ୟାନ ଓ ଅନୁସନ୍ଧାନ ପାଇଁ ଆଜି କ୍ରାଇମ୍‌ବ୍ରାଞ୍ଚର ୪ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ଏହି ଟିମ୍‌ ବିଦ୍ୟୁତ ତାର ବିଛାଯାଇଥିବା ଦାମୋଦରପଡ଼ା ଓ ଖଜୁରିଆ ଗାଁ ସୀମାନ୍ତ, ବାଘକୁ ପୋଡ଼ି ପୋତା ଯାଇଥିବା ସ୍ଥାନ ଏବଂ ଅନ୍ୟ ସ୍ଥାନ ବୁଲି ଅନୁଧ୍ୟାନ କରିଛନ୍ତି। ବାଘ ହତ୍ୟା ସଂପର୍କରେ କ୍ରାଇମବ୍ରାଞ୍ଚ ଟିମ୍ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ତଥ୍ୟ ସଂଗ୍ରହ କରିଛି।

ତଦନ୍ତର ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ତଦନ୍ତର ନେତୃତ୍ୱ ନେଇଥିବା କ୍ରାଇମବ୍ରାଞ୍ଚ ଅଧିକାରୀ କହିଛନ୍ତି। ସେପଟେ କେନ୍ଦ୍ରରୁ ଆସିଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ)ର ଏକ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ମହାବଳ ହତ୍ୟା ସଂପର୍କରେ ଅନୁଧ୍ୟାନ କରିଛି।
ଧରା ପଡ଼ୁନି 'ସୁନ୍ଦରୀ'
ଏପଟେ ସାତକୋଶିଆରେ ଆତଙ୍କ ଖେଳାଇଥିବା ବାଘୁଣୀ ‘ସୁନ୍ଦରୀ’କୁ ଧରିବା ଲାଗି ଚାଲିଥିବା ପ୍ରୟାସ ସଫଳ ହୋଇନାହିଁ। ଚନ୍ଦକାରୁ ଯାଇଥିବା କୁମ୍‌କୀ ହାତୀ ‘ଯଶୋଦା’ ସହାୟତାରେ ଗତକାଲିଠାରୁ ଅପରେସନ୍ ଚାଲିଥିଲେ ମଧ୍ୟ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରିବାରେ ବିଫଳ ହୋଇଛି ବନବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos