ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ। ଆସନ୍ତା ଅଗଷ୍ଟ ୨୩ ତାରିଖ ଭାଦ୍ରବ ମାସ ପଞ୍ଚମୀ ତିଥିରେ ନବାନ୍ନ ଭକ୍ଷଣ ହେବ। ୨୩ ତାରିଖ ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ନିକଟରେ ପ୍ରଥମ ନୂଆ ଅନ୍ନ ଲାଗି ହେବ। ତା’ପରେ ସାଧାରଣ ଲୋକେ ନୂଆଁ ଖାଇବେ।
ନୂଆଁଖାଇ ଲଗ୍ନ ସ୍ଥିର କରିବାକୁ ଆଜି ସମ୍ବଲପୁର ଝାଡୁଆ ପଡ଼ା ଆରଣ୍ୟକ କଲ୍ୟାଣ ମଣ୍ଡପରେ ବସିଥିଲା ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା। ପାରମ୍ପରିକ ପୂଜା ପରେ ପାଞ୍ଜି ଦେଖି ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ନୂଆଁଖାଇ ଲଗ୍ନ ଘୋଷଣା ହୋଇଛି। କରୋନା ପାଇଁ ସମସ୍ତ ସଦସ୍ୟ ଆସିନଥିଲେ ଏବଂ ସାମାଜିକ ଦୂରତ୍ୱ ମଧ୍ୟରେ ଆଲୋଚନା କରାଯାଇ ନୂଆଁଖାଇର ଲଗ୍ନ ବାହାର କରାଯାଇଛି।
କରୋନା ପାଇଁ ଏ ବର୍ଷ କଟକଣା ଭିତରେ ନୂଆଁଖାଇ ହେବ। ମାତ୍ର ଭେଟଘାଟକୁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସଞ୍ଜ ବେଳେ ମହିଳାଙ୍କ ହାତ ଓ ଗୋଡ଼ ବାନ୍ଧି ଘରୁ ନେଇ ଗଲେ ୨୦ ଲକ୍ଷ ଟଙ୍କା
ଅମିତାଙ୍କୁ ଲୁଟିବା ପରେ ଆଲମାରୀରେ ଥିବା ୨୦ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଅଳଙ୍କାର ଧରି ଚମ୍ପଟ ମାରିଥିଲେ। ଆଉ ଗଲା ବେଳେ ବାହାର ପାର୍ଶ୍ୱରୁ କବାଟ ବନ୍ଦ କରିଦେଇଥିଲେ।
Crime
କ’ଣ ପାଇଁ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ଯାଇଥିଲେ ହଂସିକା ଓ ଅନୀଲ?
ଅପରପକ୍ଷେ ଏହି ଠକ ଯୋଡ଼ିଙ୍କ କେଳେଙ୍କାରୀ ରାଜ୍ୟ ବାହାରକୁ ବି ଲମ୍ବିଛି। ଝାଡଖଣ୍ଡର ଇଏସଏଲ ବୋକାରୋ କଂପାନୀ ସହ ଏକ ୩୦୦ କୋଟି ଟଙ୍କାର ଡିଲ୍ ମଧ୍ୟ ସାମ୍ନାକୁ ଆସିଛି। ଆୟକର ବିଭାଗ ଏସବୁ ତଥ୍ୟ ପାଇବା ପରେ ଖୋଳତାଡ ଚଳାଇଛି।
Politics
ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବା ପରେ କ’ଣ ଫାଇଦା ମିଳିବ? ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ପ୍ରାୟ ୩୦ ହଜାର ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ।
Crime
ବାଘ ମାରି ଖାଇଥିଲେ, ବାସନ୍ଦ ହେଲେ ୪ ପରିବାର
ବନ ବିଭାଗ ଏ ସମ୍ପର୍କରେ ଜାଣିପାରି ଜଗବନ୍ଧୁଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ଏବେ ତାଙ୍କର ଚିକିତ୍ସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଉଛି। ଗିରଫ ବେଳେ ୩ ଅଭିଯୁକ୍ତ ବାଘ ଶିକାର କରି ଖାଇଥିବା ସ୍ୱୀକାର କରିଥିଲେ।
Crime
ଅଫିସ୍ରେ ମାତାଲ RI କହୁଛନ୍ତି- ମୋଦି ମୋର ଫ୍ରେଣ୍ଡ, ଚାହିଁଲେ ପ୍ରଧାନମନ୍ତ୍ରୀ ହୋଇଯିବି
ଖଜଣା ଦେଇ ପାଉତି କାଟିଲେ ଚାଷୀମାନେ ଫସଲ କ୍ଷୟକ୍ଷତି ପାଇଁ ଆବେଦନ କରିବେ। ହେଲେ ଦୁର୍ଭାଗ୍ୟର ବିଷୟ ବୌଲାଙ୍ଗ ଆର୍ଆଇ ଅଫିସ୍ରେ ନାହାଁନ୍ତି। ତେଣୁ ଚାଷୀମାନେ ପଟା ଓ ପାଉତି ଧରି ଆର୍ଆଇ ଅଫିସ୍ ଆଗରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିଲେ।