ହାଇଦ୍ରାବାଦରେ ମହା ଆଡ଼ମ୍ବରରେ ଆୟୋଜିତ ହେଲା ତ୍ରୟୋଦଶ ନୂଆଁଖାଇ ଭେଟଘାଟ

ହାଇଦ୍ରାବାଦ(ଓଡ଼ିଶା ରିପୋର୍ଟର): ହାଇଦ୍ରାବାଦର ବଞ୍ଜାରା ହିଲ୍‌ସ ସ୍ଥିତ କଳିଙ୍ଗ କଲଚରାଲ ଟ୍ରଷ୍ଟ ଭବନରେ ତ୍ରୟୋଦଶ ନୂଆଁଖାଇ ଭେଟଘାଟ ଆୟୋଜିତ ହୋଇଯାଇଛି ।  ଏଥିରେ ପଶ୍ଚିମ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ବର୍ଗରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଭାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଚଳଚ୍ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ପରେ ଆସି ଢାପ ଓ ନୂଆ ଖାଇ ପରି ନୃତ୍ୟ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏଥିରେ ପଶ୍ଟିମ ଓଡ଼ିଶାର ସ୍ୱନାମଧନ୍ୟ ବ୍ୟକ୍ତିତ୍ଵ ଅଭିନେତା  ଅଟଳ ବିହାରୀ ପଣ୍ଡା, କଣ୍ଠଶିଳ୍ପୀ ଶାଶ୍ଵତ ତ୍ରିପାଠୀ, ଶତୃଘ୍ନ ଲୁହା ଓ ଓଟିଭି ଫି’ଦିନର ଆଙ୍କର ପଲ୍ଲବୀ ହୋତାଙ୍କୁ ‘ଜୁହାର ଗୌରବ’ ଉପାଧିରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଫିଲ୍ମ ପ୍ରଯୋଜକ ଜିତେନ୍ଦ୍ର ମିଶ୍ରଙ୍କୁ ‘ୟୁଥ ଆଇକନ’ ଓ ଭାରତ ଗୌରବଙ୍କୁ ‘ପବ୍ଲିକ ରିଲେସନ’ ଉପାଧି ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ

ପୁଅର ମୃତ୍ୟୁ ଖବର ପାଇ ଜୀବନ ହାରିଲେ ବାପା-ମାଆ

କରୋନା ମୁକାବିଲା: ଶ୍ରେଷ୍ଠ ୧୦ ରାଜ୍ୟରେ ନାହିଁ ଓଡ଼ିଶା

ସରିଲା ମହାପ୍ରଭୁଙ୍କ ଅଧରପଣା ନୀତି

କୋଭିଡ୍ ନିୟମର ଖୋଲା ଉଲ୍ଲଘଂନ: କଂଗ୍ରେସ ଓ ବିଜେପିକୁ ଜୋରିମାନା, ବିଜେଡି ବେଳକୁ ଚୁପ୍‌

କାଳିଆ ପରେ ବଳିଆ ଯୋଜନା,ଆଉ ଏକ ନିର୍ବାଚନୀ ଧୂଆଁବାଣ: କଂଗ୍ରେସ

କେବେ ଆରମ୍ଭ ହେବ ପାଇକ ବିଦ୍ରୋହର ସ୍ମାରକୀ?

ରାଜଧାନୀ ବାହାରୁ ଶ୍ରମିକଙ୍କୁ ଆଣିବାକୁ ବାରଣ କଲା ବିଏମସି

ଆଦିବାସୀ ନାବାଳିକା ଦୁଷ୍କର୍ମ: ସମସ୍ତ ଅପରାଧୀଙ୍କ ଗିରଫ ଦାବି କଲା ବିଜେପି

୨୦ ଦିନର ଛୁଆକୁ ମାରି ନାଳକୁ ଫିଙ୍ଗିଦେଲା ବାପା!

ଧ୍ୱଂସାବଶେଷ ତଳୁ ମିଳିଲା ଶିବ ତୀର୍ଥ ମଠର ୧୬ ସମାଧୀ

‘ଟାଇମ୍ ପାସ୍ ଚକ୍କରରେ ହୋଇଯିବ ଲାଇଫ୍ ଫେଲ୍’

୨୦୩ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ