ନୂଆପଡା: ରାସ୍ତାରେ ପଡିଛି ହିଡ, ଜମିଛି ୪ ଫୁଟର ପାଣି, ଲୋକେ ହଇରାଣ

ନୂଆପଡା:  ଗାଁ ରାସ୍ତାରେ ଲହଡି ମାରୁଛି ପାଣି। ତେବେ ଏହା କୌଣସି ବନ୍ୟାଞ୍ଚଳର ଦୃଶ୍ୟ ନୁହେଁ। ନୂଆପଡା ସଦର ଏନଏସିର ୧୪ ନମ୍ୱର ୱାର୍ଡ  ମହୁଆଭଟା ଗାଁର ଦୃଶ୍ୟ। କିଛି ଅସାଧୁ ବ୍ୟକ୍ତିଙ୍କ ବ୍ୟକ୍ତିଗତ କାରଣରୁ ଏପରି ସ୍ଥିତି ଉପୁଜିଛି। କିଛି ଲୋକ ରାସ୍ତାରେ ମାଟି ହିଡ ବସାଇ ଥିବାରୁ ବର୍ଷା ପାଣି ପାର ହୋଇ ନ ପାରି ୪ ଫୁଟ ଉଚ୍ଚରେ ପାଣି ଜମି ରହିଛି। ଏହା ସହ ରାସ୍ତା ପାର୍ଶ୍ୱରେ ଥିବା ପ୍ରାୟ ୫୦ […]

nuapda

Rakesh Mallick
  • Published: Friday, 31 July 2015
  • , Updated: 31 July 2015, 09:48 AM IST

ନୂଆପଡା:  ଗାଁ ରାସ୍ତାରେ ଲହଡି ମାରୁଛି ପାଣି। ତେବେ ଏହା କୌଣସି ବନ୍ୟାଞ୍ଚଳର ଦୃଶ୍ୟ ନୁହେଁ। ନୂଆପଡା ସଦର ଏନଏସିର ୧୪ ନମ୍ୱର ୱାର୍ଡ  ମହୁଆଭଟା ଗାଁର ଦୃଶ୍ୟ। କିଛି ଅସାଧୁ ବ୍ୟକ୍ତିଙ୍କ ବ୍ୟକ୍ତିଗତ କାରଣରୁ ଏପରି ସ୍ଥିତି ଉପୁଜିଛି। କିଛି ଲୋକ ରାସ୍ତାରେ ମାଟି ହିଡ ବସାଇ ଥିବାରୁ ବର୍ଷା ପାଣି ପାର ହୋଇ ନ ପାରି ୪ ଫୁଟ ଉଚ୍ଚରେ ପାଣି ଜମି ରହିଛି। ଏହା ସହ ରାସ୍ତା ପାର୍ଶ୍ୱରେ ଥିବା ପ୍ରାୟ ୫୦ ଏକର ଚାଷଜମିରେ ମଧ୍ୟ ପାଣି ବୁଡି ରହିଛି।  ବାରମ୍ୱାର ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୌଣସି ସମାଧାନ ନ ହେବାରୁ ଗୁରୁବାର ଦିନ ଗ୍ରାମବାସୀ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।

ଗ୍ରାମର ମଧୂସୁଦନ ରଣା  ଅଭିଯୋଗ କରିଛନ୍ତି ଯେ, ମାସେରୁ ଅଧିକ ହେବ ଏ ସମ୍ପର୍କରେ ଆମେ ଜିଲ୍ଲା ପ୍ରଶାସନ ଓ ପୋଲିସ ନିକଟରେ ଅଭିଯୋଗ କରି ଆସୁଛୁ। ହେଲେ ପ୍ରତିକାରର କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ। ଅନ୍ୟ ଉପାୟ ନ ପାଇ ଆମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲୁ। ତୁରନ୍ତ ରାସ୍ତାରେ ଜମି ରହିଥିବା ପାଣି ନିଷ୍କାସନ କରାଯିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଓ ରାସ୍ତାରେ ହିଡ ବସାଇଥିବା ଲୋକମାନଙ୍କୁ ଗିରଫ କରିବାକୁ ସମାଜସେବୀ ଘାସୀରାମ ମାଝି ଦାବି କରିଛନ୍ତି ।

ଏନେଇ ନୂଆପଡା ଏଡିଏମ୍ ତ୍ରିଲୋଚନ ମିଞ୍ଜଙ୍କୁ ଯୋଗାଯୋଗ କରାଯିବାରୁ  ସେ କହିଛନ୍ତି, ଥାନାରେ ଏକ ମାମଲା ରୁଜୁ  ହୋଇ ଉପଜିଲ୍ଳାପାଳଙ୍କ ନିର୍ଦ୍ଦେଶରେ ଏହାର  ଶୁଣାଣି ହୋଇଥିଲା।  ପୋଲିସ ଓ ତହସିଲଦାର ମିଳିତ ଭାବେ ମାଟି ହିଡକୁ କାଟି ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗର ତର୍ଜମା କରାଯିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଡିଏମ ମିଞ୍ଜ ପ୍ରକାଶ କରିଛନ୍ତି।

Related story