୨ଟି ଗାଁରୁ ଚିହ୍ନଟ ହେଲେଣି ୧୧୫ ପଜିଟିଭ, ରହିଛି ଛତିଶଗଡ଼ ଲିଙ୍କ୍‌

ନୂଆପଡା(ମାୟାଧର ସରାଫ): କିଛି ଦିନ ହେବ ନୂଆପଡା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଗତ ସପ୍ତାହ ମଧ୍ୟରେ ଜିଲ୍ଲାର ୨ଟି ଗାଁରୁ ୧୧୫ଟି ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏହି ୨ଟି ଗାଁ ଛତିଶଗଡ଼ ସୀମାରେ ଥିବାରୁ  ପ୍ରାୟତଃ ଚିହ୍ନଟ ସମସ୍ତ ପଜିଟିଭଙ୍କର ଛତିଶଗଡ଼କୁ ଟ୍ରାଭେଲ ହିଷ୍ଟ୍ରି ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ। କିଛି ଦିନ ତଳେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଛତିଶଗଡ ସୀମାନ୍ତ ଏକ ଗାଁରୁ ଏକାଦିନେ ୨୯ […]

corona

corona

Niharika Rout
  • Published: Saturday, 27 March 2021
  • Updated: 27 March 2021, 10:54 AM IST

Sports

Latest News

ନୂଆପଡା(ମାୟାଧର ସରାଫ): କିଛି ଦିନ ହେବ ନୂଆପଡା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଗତ ସପ୍ତାହ ମଧ୍ୟରେ ଜିଲ୍ଲାର ୨ଟି ଗାଁରୁ ୧୧୫ଟି ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏହି ୨ଟି ଗାଁ ଛତିଶଗଡ଼ ସୀମାରେ ଥିବାରୁ  ପ୍ରାୟତଃ ଚିହ୍ନଟ ସମସ୍ତ ପଜିଟିଭଙ୍କର ଛତିଶଗଡ଼କୁ ଟ୍ରାଭେଲ ହିଷ୍ଟ୍ରି ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ।

କିଛି ଦିନ ତଳେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଛତିଶଗଡ ସୀମାନ୍ତ ଏକ ଗାଁରୁ ଏକାଦିନେ ୨୯ ପଜିଟିଭ ଚିହ୍ନଟ ହୋଇଥିଲେ। ସେପରି ଗତ ୨ ଦିନରେ କୋମନା ବ୍ଲକର ଏକ ଗାଁରେ ୨୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗାଁର ଜଣେ ବ୍ୟକ୍ତି କୋମନା ମେଡିକାଲରେ ଟେଷ୍ଟ କଲା ପରେ ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ସଂପର୍କରେ ଥିବା ଲୋକଙ୍କୁ ଟେଷ୍ଟ କଲା ପରେ ଗାଁରେ ୨୪ ଜଣ ପଜିଟିଭ ଚିହ୍ନଟ  ହୋଇଛନ୍ତି। ଏହାପରେ ସ୍ଥାନୀୟ ସରପଂଚ ଗାଁକୁ ସାତ ଦିନ ପର୍ଯ୍ୟନ୍ତ ଲକ‌୍‍ଡାଉନ ଘୋଷଣା କରିଛନ୍ତି।

ଲକ୍‌ଡାଉନ୍‌ ଯୋଗୁ ଗାଁ ଲୋକଙ୍କ ବାହାରକୁ ଯିବା ଉପରେ କଟକଣା ଜାରି କରାଯାଇଛି। ଗାଁ ଲୋକଙ୍କୁ ବାହାରକୁ ଛଡା ଯାଉ ନ ଥିବା ବେଳେ ବାହାର ଲୋକଙ୍କୁ ମଧ୍ୟ ଗାଁକୁ ଛଡା ଯାଉ ନାହିଁ। ଗାଁରେ ଥିବ ଦୋକାନ ବଜାର ବନ୍ଦ ରହିଛି।  ଅପରପକ୍ଷେ ସେହି ଗାଁର ହାଇସ୍କୁଲର ଜଣେ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେଲା ପରେ ସ୍କୁଲକୁ ୩ ଦିନ ପାଇଁ ବନ୍ଦ କରିଛନ୍ତି ସରପଂଚ।

ଏପରି ଅଚାନକ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବା ପଛରେ  ଛତିଶଗଡ ଲିଙ୍କ ଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏନେଇ ଜିଲ୍ଲାପାଳ କହିଛନ୍ତି, ଏହାକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି। ଗତ ସପ୍ତାହରେ ଚିହ୍ନଟ ସମସ୍ତ ପଜିଟିଭଙ୍କର ଟ୍ରାଭେଲ ହିଷ୍ଟ୍ରି ଅଛି। ସମସ୍ତଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯିବା ସହ ଟେଷ୍ଟିଂ କରାଯିବ। ସ୍ଥାନୀୟ ଅଞ୍ଚଳରେ ଏକାଠି ଲୋକ ଗହଳିକୁ ବାରଣ କରାଯାଉଛି।

ସୂଚନାଯୋଗ୍ୟ, ରାଜ୍ୟରେ ମଧ୍ୟ କରୋନା ଗ୍ରାଫ ଏବେ ଉପରମୁହାଁ ରହିଛି। ଚାରି ଦିନ ପର୍ଯ୍ୟନ୍ତ ଏହି ସଂଖ୍ୟା ୧୦୦ ଉପରେ ରହିବା ପରେ ଗତ ଗୁରୁବାର ଏହି ସଂଖ୍ୟା ୨୦୦ ଟପିଥିବା ବେଳେ ଶନିବାର ୨୩୪ ଛୁଇଁଥିଲା। ଏହି ଚେନ୍‌କୁ ଭାଙ୍ଗିବାକୁ ବିଭିନ୍ନ ସ୍ଥାନରେ ଲୋକ ଗହଳିକୁ ବାରଣ କରାଯିବା ସହ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story