ରାଜ୍ୟରେ ୫୦ ହଜାର ତଳକୁ ଖସିଲା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁହିକ ଟିକାକରଣ ଓ ଲକଡାଉନ୍ ଏବଂ ଶଟଡାଉନ୍ କଟକଣା ଯୋଗୁ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ଆଜି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୦ହଜାରରୁ ତଳକୁ ଖସିଥିବାବେଳେ ମାତ୍ର ୪ଟି ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଅଢ଼େଇ ହଜାର ଉପରେ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,ଟେଷ୍ଟିଂ, ଟ୍ରାକିଂ ଓ ଆଇସୋଲେସନ ସହ ଘରକୁ ଘର ସର୍ଭେ କରାଯାଉଛି। ହସ୍ପିଟାଲ ଉପରୁ […]

Corona

Corona

Ordigital Desk
  • Published: Tuesday, 15 June 2021
  • Updated: 15 June 2021, 08:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁହିକ ଟିକାକରଣ ଓ ଲକଡାଉନ୍ ଏବଂ ଶଟଡାଉନ୍ କଟକଣା ଯୋଗୁ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ଆଜି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୦ହଜାରରୁ ତଳକୁ ଖସିଥିବାବେଳେ ମାତ୍ର ୪ଟି ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଅଢ଼େଇ ହଜାର ଉପରେ ରହିଛି।

ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,ଟେଷ୍ଟିଂ, ଟ୍ରାକିଂ ଓ ଆଇସୋଲେସନ ସହ ଘରକୁ ଘର ସର୍ଭେ କରାଯାଉଛି। ହସ୍ପିଟାଲ ଉପରୁ ଧିରେ ଧିରେ ଚାପ କମୁଛି। ପର୍ଯ୍ୟାପ୍ତ ପରିମାଣର ବେଡ୍ ରହିଛି। ଆଇସିୟୁ ଓ ଭେଣ୍ଟିଲେଟରରେ ୫୬ପ୍ରତିଶତ ରୋଗୀ ଅଛନ୍ତି। ସାଧାରଣ ବେଡର ବ୍ୟବହାର ବହୁତ କମିଛି। ଯେଉଁଠି ଅଧିକ ସଂକ୍ରମିତ ବାହାରୁଛନ୍ତି ସେଠାରେ ସର୍ଭେଲାନ୍ସ କରାଯାଉଛି। ଅଧିକ ଟେଷ୍ଟ କରି ଆଇସୋଲେନ୍ କରାଯାଉଛି। ପଜେଟିଭ ହାର ଅଧିକ ଥିବା ଜିଲ୍ଲାରେ ସମାନ ପ୍ରଣାଳୀ ଉପଯୋଗ କରାଯାଉଛି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଆଜି ୩୪୦୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ୪୪୩୦୫ ଜଣ ସକ୍ରିୟ ସଂକ୍ରମିତ ଏବେ ଚିକିତ୍ସିତ ହେଉଛନ୍ତି। ଆରମ୍ଭରୁ ଗତକାଲି ମଧ୍ୟରାତ୍ରି ସୁଦ୍ଧା ରାଜ୍ୟରେ ମୋଟ ୮ଲକ୍ଷ ୫୯ହଜାର ୫୨୬ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୮.୧୧ଲକ୍ଷ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟରେ ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ୪.୫୭ଲକ୍ଷ ହେଉଛନ୍ତି ୧୫ରୁ ୪୦ବର୍ଷ ବୟସର। ରାଜ୍ୟର ୦ରୁ ୧୪ବର୍ଷ ବୟସର ୪୪୫୬୪ଜଣ ଶିଶୁ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ହୋଇଛନ୍ତି।

ସେପଟେ ରାଜ୍ୟରେ ଖୋର୍ଦ୍ଧା ୬୫୬୩ ଜଣ,କଟକରେ ୩୯୧୫ଜଣ, ଯାଜପୁରରେ ୩୫୬୧ଜଣ ଓ ବାଲେଶ୍ୱରରେ ୩୧୭୧ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ଏହି ସବୁ ଜିଲ୍ଲା ରେଡ୍ ଜୋନରେ ରହିଛି। ମୋଟ ୧୫ଟି ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ରୁ ଅଧିକ ରହିଛି। ସରକାର ୧୦୦୦ ପରିବର୍ତ୍ତେ ୨୫୦୦ ସଂକ୍ରମିତ ଥିବା ଜିଲ୍ଲାକୁ ରେଡ୍‌ ଜୋନ୍‌ ଘୋଷଣା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story