ନୂଆପଡା ଏସଓଜି କ୍ୟାମ୍ପରେ ଯୁବକଙ୍କ ମୃତ୍ୟୁ ମାମଲା:  କ୍ଷତିପୂରଣ ଦାବିରେ କୋମନା, ଖଡିଆଳ ବନ୍ଦ

ନୂଆପଡା:  ସୁନାବେଡ଼ା ଅଭୟାରଣ୍ୟ ଏସ୍ଓଜି କ୍ୟାମ୍ପରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଘଟଣା ନେଇ ନୂଆପଡ଼ା ଜିଲ୍ଲାରେ ଅସନ୍ତୋଷ ତେଜିବାରେ ଲାଗିଛି। ଗତ ବୁଧବାର ଘଟଣାକୁ କେନ୍ଦ୍ର କରି  ଉତ୍ତ୍ୟକ୍ତ ଲୋକେ କୋମନା ଥାନା ଘେରାଉ କରିବା ପରେ ଆଜି କୋମନା ଏବଂ ଖଡ଼ିଆଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ପାଳନ କରାଯାଇଛି। ଫଳରେ ଆଜି ଉଭୟ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ସହିତ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।

nuapara 2

Rakesh Mallick
  • Published: Friday, 21 August 2015
  • , Updated: 21 August 2015, 07:35 AM IST

ନୂଆପଡା:  ସୁନାବେଡ଼ା ଅଭୟାରଣ୍ୟ ଏସ୍ଓଜି କ୍ୟାମ୍ପରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଘଟଣା ନେଇ ନୂଆପଡ଼ା ଜିଲ୍ଲାରେ ଅସନ୍ତୋଷ ତେଜିବାରେ ଲାଗିଛି। ଗତ ବୁଧବାର ଘଟଣାକୁ କେନ୍ଦ୍ର କରି  ଉତ୍ତ୍ୟକ୍ତ ଲୋକେ କୋମନା ଥାନା ଘେରାଉ କରିବା ପରେ ଆଜି କୋମନା ଏବଂ ଖଡ଼ିଆଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ପାଳନ କରାଯାଇଛି। ଫଳରେ ଆଜି ଉଭୟ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ସହିତ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।



ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ଓ ଚାକିରି ପ୍ରଦାନ,  ଗୁରୁତରଙ୍କ ଅସୁସ୍ଥଙ୍କ ଚିକିତ୍ସା ଖର୍ଚ୍ଚ ଓ  ଅଭିଯୁକ୍ତ ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦି ୫ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ଆନ୍ଦୋଳନରେ ବିଭିନ୍ନ ରାଜନୈତିକ ଦଳ  ମଧ୍ୟ  ସାମିଲ ହୋଇଛନ୍ତି। ସେପଟେ ବନ୍ଦକୁ ଦୃଷ୍ଟିରେ ରଖି କୋମନାରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଯୁବକ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏସ୍. ସାଇନି ଏବଂ ଏସ୍ଓଜି ରାଜ୍ୟ କମାଣ୍ଡାଣ୍ଟ ନୂଆପଡ଼ାରେ ପହଞ୍ଚିଛନ୍ତି ।

Related story