ଅଡୁଆ ବଢ଼ିଲା: ଠିକା ନର୍ସଙ୍କ ଆନ୍ଦୋଳକୁ ସମର୍ଥନ ଦେଲା ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ

କଟକ (ଓଡ଼ିଶା ରିପୋର୍ଟର): ତେଜିଲା ଠିକା ନର୍ସଙ୍କ ଆନ୍ଦୋଳନ। ଠିକା ନର୍ସଙ୍କ ଆନ୍ଦୋଳନକୁ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସମର୍ଥନ ଜଣାଇଲା। ଆସନ୍ତା ୨୮ରୁ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍ ପରିଧାନ କରିବ ସଂଘ। ଦାବି ପୂରଣ ନହେଲେ ୫ ତାରିଖରୁ ଡ୍ୟୁଟି କରି ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିବୁ ସଂଘ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏପଟେ ଏନ୍ଏଚ୍ଏମ୍ ନର୍ସଙ୍କ ଆନ୍ଦୋଳନକୁ ସପ୍ତାହେ ପୂରିଲାଣିା ଦାବି ପୂରଣର ଜିଦ୍‌ରେ ଅଟଳ ରହି ଲୋୟର ପିଏମ୍‌ଜିରେ […]

nursh-ptotest-cuttack-and-bbsr

Rakesh Mallick
  • Published: Sunday, 24 December 2017
  • , Updated: 24 December 2017, 08:34 PM IST

କଟକ (ଓଡ଼ିଶା ରିପୋର୍ଟର): ତେଜିଲା ଠିକା ନର୍ସଙ୍କ ଆନ୍ଦୋଳନ। ଠିକା ନର୍ସଙ୍କ ଆନ୍ଦୋଳନକୁ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସମର୍ଥନ ଜଣାଇଲା। ଆସନ୍ତା ୨୮ରୁ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍ ପରିଧାନ କରିବ ସଂଘ। ଦାବି ପୂରଣ ନହେଲେ ୫ ତାରିଖରୁ ଡ୍ୟୁଟି କରି ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିବୁ ସଂଘ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ଏପଟେ ଏନ୍ଏଚ୍ଏମ୍ ନର୍ସଙ୍କ ଆନ୍ଦୋଳନକୁ ସପ୍ତାହେ ପୂରିଲାଣିା ଦାବି ପୂରଣର ଜିଦ୍‌ରେ ଅଟଳ ରହି ଲୋୟର ପିଏମ୍‌ଜିରେ ଧାରଣା ଜାରି ରଖିଛନ୍ତି ଏନ୍ଏଚ୍ଏମ୍ ସେବିକା। ଫଳରେ ରାଜ୍ୟର ବିଭିନ୍ନ ମେଡିକାଲ୍‌ରେ ପ୍ରଭାବିତ ହୋଇଛି ରୋଗୀସେବା। ସଂଘର ସଭାପତି ଓ ସମ୍ପାଦିକା ଓହରିଯିବା ପରେ ଏବେ ନୂଆ କର୍ମକର୍ତ୍ତା ଚୟନ କରିବାକୁ ଯୋଜନା ଥିବା ଆନ୍ଦୋଳନକାରୀ କହିଛନ୍ତି। ୨୪ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗନଦେଲେ ଚୁକ୍ତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗତକାଲି ଏନ୍ଏଚ୍ଏମ୍ ଏମ୍ଡ଼ି ଚେତାବନୀ ଦେଇଥିଲେ। ଏହା ସତ୍ତ୍ୱେ ଆନ୍ଦୋଳନ ଜାରି ରହିଛି।

Related story