ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦାକୁ ଆସିଲା ହାଇଟେକ ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ପଛର ସାଂଘାତିକ ସତ। ଛାତ୍ରୀ ଜଣକ ହଷ୍ଟେଲ ଛାତ ଉପରେ ଫୋନ୍‌ରେ କଥା ହେଉଥିଲେ। ଏହି ସମୟରେ ତାଙ୍କୁ ଅସଦାଚରଣ କରାଯାଇଥିଲା। କିଚେନ ବୟ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣକ କଲେଜ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଛାତ୍ରୀଙ୍କୁ ଗାଳି ଦେଇଥିଲେ। ଏହି ଘଟଣା ପରେ ଛାତ୍ରୀଙ୍କ ପରିବାର ଲୋକ ତାଙ୍କୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ସେ ୩ ମହଲାରୁ ଡେଇଁ ପଡିଥିଲେ। ସୌଭ୍ୟଗ୍ୟବଶତଃ ଜୀବନ ସିନା ବଞ୍ଚିଯାଇଛି। ହେଲେ ଆଇସିୟୁରେ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ କିଚେନ ବୟ ଲକ୍ଷ୍ମଣ ବଳକୁ ଗିରଫ କରିବା ସହ ଘଟଣାର ଖୋଳତାଡ଼ ଜାରି ରଖିଛି।</p> <p>ଏହି ଘଟଣାରେ କଲେଜ ଅଧ୍ୟକ୍ଷଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। କାରଣ ଅସଦାଚରଣ ନେଇ ଛାତ୍ରୀ ଜଣଙ୍କ ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ତେବେ ସେ ଘଟଣାକୁ ଅତି ଖାମଖିଆଲ ଭାବେ ନେବା ସହ ଓଲଟା ଛାତ୍ରୀ ଜଣଙ୍କୁ ଗାଳି ଦେଇଥିଲେ। ଛାତ୍ରୀ ଜଣଙ୍କ ନିଜ ସଂପର୍କୀୟଙ୍କୁ ଏନେଇ ଅବଗତ କରିଥିଲେ। ହ୍ୱାଟ୍ସ ଆପ୍ ମେସେଜ୍ ହେଉଛି ଏହାର ପ୍ରମାଣ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।