ଡି-ବ୍ରଦର୍ସଙ୍କ ୧୫ ସହଯୋଗୀଙ୍କୁ ଧରିବାକୁ ୱାରେଣ୍ଟ ଜାରି କରିବ ପୋଲିସ

  ଭୁବନେଶ୍ୱର: ଧଳସାମନ୍ତଙ୍କ ହାତ ବାରିସୀ ସାଜିଥିବା ୧୫ କୁଖ୍ୟାତ ସହଯୋଗୀଙ୍କୁ ଧରିବାକୁ ପୋଲିସ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ପୋଲିସର ବାରମ୍ବାର ନୋଟିସ୍‌ ସତ୍ତ୍ୱେ ଏହି ଅପରାଧୀମାନେ ହାଜର ହେଉ ନ ଥିବାରୁ କୋର୍ଟଙ୍କ ଜରିଆରେ ୱାରେଣ୍ଟ ଜାରି ଲାଗି ପ୍ରସ୍ତୁତି ଚାଲିଛି। ୱାରେଣ୍ଟ ଜାରି ହେବାର ମାସକ ମଧ୍ୟରେ ସମ୍ପୃକ୍ତ ଅପରାଧୀ କୋର୍ଟରେ ହାଜର ନ ହେଲେ ଏମାନଙ୍କୁ ପଳାତକ ଘୋଷଣା କରାଯିବ। ଏହା ସହ ସେମାନଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରାଯିବ। ଆଜି […]

dbros and his allys

Rakesh Mallick
  • Published: Wednesday, 16 March 2016
  • , Updated: 16 March 2016, 03:53 PM IST

 

ଭୁବନେଶ୍ୱର: ଧଳସାମନ୍ତଙ୍କ ହାତ ବାରିସୀ ସାଜିଥିବା ୧୫ କୁଖ୍ୟାତ ସହଯୋଗୀଙ୍କୁ ଧରିବାକୁ ପୋଲିସ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ପୋଲିସର ବାରମ୍ବାର ନୋଟିସ୍‌ ସତ୍ତ୍ୱେ ଏହି ଅପରାଧୀମାନେ ହାଜର ହେଉ ନ ଥିବାରୁ କୋର୍ଟଙ୍କ ଜରିଆରେ ୱାରେଣ୍ଟ ଜାରି ଲାଗି ପ୍ରସ୍ତୁତି ଚାଲିଛି। ୱାରେଣ୍ଟ ଜାରି ହେବାର ମାସକ ମଧ୍ୟରେ ସମ୍ପୃକ୍ତ ଅପରାଧୀ କୋର୍ଟରେ ହାଜର ନ ହେଲେ ଏମାନଙ୍କୁ ପଳାତକ ଘୋଷଣା କରାଯିବ। ଏହା ସହ ସେମାନଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରାଯିବ। ଆଜି ଏହି ସୂଚନା ଦେଇଛନ୍ତି ପୋଲିସ୍ କମିଶନର ଯୋଗେଶ ବାହାଦୂର ଖୂରାନିଆ।

ସେ କହିଛନ୍ତି,“ଆମ ରାଡାର ମଧ୍ୟରେ ଡି-ବ୍ରଦର୍ସଙ୍କ ସହ ଜଡିତ ୧୫ ଜଣ ଅପରାଧୀ ରହିଛନ୍ତି। ସେମାନଙ୍କୁ ଏବେ ବିଭିନ୍ନ ସ୍ଥାନରେ ଖୋଜା ଚାଲିଛି। ଯଦି ଏହି ଅପରାଧୀ ମାନେ କୋର୍ଟ ଜରିଆରେ ପୋଲିସ ନିକଟରେ ହାଜର ନ ହୁଅନ୍ତି ତେବେ ସିଆରପିସିର ୮୨, ୮୩ ଧାରା ଅନୁଯାୟୀ ସେମାନଙ୍କୁ ପଳାତକ ଘୋଷଣା କରାଯିବ। ଏହା ସହ ତାଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରାଯିବ। ଏହି ଅପରାଧୀଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତିର ତାଲିକା ଦେବା ପାଇଁ ତଦନ୍ତକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସ୍ଥାବର, ଅସ୍ଥାବର ସମ୍ପତ୍ତି କେଉଁ କେଉଁ ସ୍ଥାନରେ ରହିଛି ସେହି ସମ୍ପର୍କିତ ତଥ୍ୟ ମଧ୍ୟ ଦେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅପରାଧୀଙ୍କ ନାମରେ ଟେଣ୍ଡର ଫିକ୍ସିଂ, ହତ୍ୟା ସହ ଅନ୍ୟାନ୍ୟ ମାମଲା ରହିଛି।”

ଅନ୍ୟପକ୍ଷରେ କଟକ ଡିସିପି ସଞ୍ଜୀବ ଆରୋରା କହିଛନ୍ତି,“ବେଆଇନ୍‌ ବନ୍ଧୁକ କାରବାର ଚଳାଉଥିବା ଅଭିଯୋଗରେ କଟକର ସଂଗ୍ରାମ ପାତ୍ରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବହୁ ଦିନରୁ ତା’ ଗତିବିଧି ଉପରେ ପୋଲିସ ଦୃଷ୍ଟି ରଖିଥିଲା। ଡି-ବ୍ରଦର୍ସ ମାମଲାରେ ତାକୁ ଆଜି ଗିରଫ କରାଯାଇଛି।”

ମିଳିଥିବା ସୂଚନା ଅନୁଯାୟୀ ଏହି ଅପରାଧୀଙ୍କ ମଧ୍ୟରେ ରହିଛନ୍ତି ଡି-ବ୍ରଦର୍ସଙ୍କ ବ୍ୟବସାୟିକ ଭାଗୀଦାର ଭୋଲା ଭଗତ୍, କୁଲୁ ଓ ଆରିଫ୍‌। ଅନ୍ୟ ଅଭିଯୁକ୍ତମାନେ କିଏ ତାହା ପୋଲିସ ସ୍ପଷ୍ଟ କରିନାହିଁ।

Related story