ଓଏଏସ୍‌ ସ୍ତରରେ ବଦଳି: ସରିତା ଧନୱର ରାଜ୍ୟ ଯୋଗାଣ ନିଗମ ଜିଏମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଓଏଏସସ୍ତରରେ ଅଦଳବଦଳ କରିଛନ୍ତି । ବରିଷ୍ଠ ଓଏଏସ୍ ସରିତା ଧନୱରଙ୍କୁ ରାଜ୍ୟ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ମିଳିଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଓଏଏସ୍ ସୁଧାକର ଶବରଙ୍କୁ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନର ଜେନେରାଲ ମ୍ୟାନେଜର ଭାବେ ବଦଳି କରାଯାଇଛି । ଶ୍ରୀ ଶବର ରାଜ୍ୟ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ସେହିପରି […]

loka

loka

Ordigital Desk
  • Published: Wednesday, 07 December 2022
  • Updated: 07 December 2022, 09:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଓଏଏସସ୍ତରରେ ଅଦଳବଦଳ କରିଛନ୍ତି । ବରିଷ୍ଠ ଓଏଏସ୍ ସରିତା ଧନୱରଙ୍କୁ ରାଜ୍ୟ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ମିଳିଛି।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଓଏଏସ୍ ସୁଧାକର ଶବରଙ୍କୁ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନର ଜେନେରାଲ ମ୍ୟାନେଜର ଭାବେ ବଦଳି କରାଯାଇଛି । ଶ୍ରୀ ଶବର ରାଜ୍ୟ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ସେହିପରି ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନର ଜେନେରାଲ ମ୍ୟାନେଜର ଥିବା ସରିତା ଧନୱରଙ୍କୁ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର ଭାବେ ବଦଳି ହୋଇଛି।

ଓଡ଼ିଶା କ୍ଷୁଦ୍ର ଖଣିଜ ନିର୍ଦ୍ଦେଶାଳୟର ଯୁଗ୍ମ ପ୍ରଶାସନିକ ଅଧିକାରୀ ଦେବାଶୀଷ ପଟ୍ଟନାୟକଙ୍କୁ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ, ବ୍ରହ୍ମପୁର ଉନ୍ନୟନ ପ୍ରାଧିକରଣର ସଚିବ ସମ୍ବିତ କୁମାର ରାଉତଙ୍କୁ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି । ଶ୍ରୀ ରାଉତ ଅତିରିକ୍ତ ଭାବେ ବ୍ରହ୍ମପୁର ଉନ୍ନୟନ ପ୍ରାଧିକରଣର ସଚିବ ଭାବେ ଦାୟିତ୍ୱ ସମ୍ଭାଳିବେ।

ସେହିପରି ବ୍ରହ୍ମପୁର ମହାନଗରର ଅତିରିକ୍ତ କମିଶନର ନୀଳମାଧବ ଭୋଇଙ୍କୁ ଗଞ୍ଜାମ ଡିୟୁଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ମହିଳା ଓ ଶିଶୁବିକାଶ ବିଭାଗର ଯୁଗ୍ମ ସଚିବ କଲ୍ୟାଣୀ ପଟ୍ଟନାୟକଙ୍କୁ ହସ୍ତତନ୍ତ ଓ ବୟନ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ସେ ଭୁବନେଶ୍ୱର ଉତ୍କଳିକାର ମ୍ୟାନେଜର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଯୋଡ଼ା ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କୁ ସମବାୟ ବିଭାଗର ଉପ ସଚିବ ଓ ପୁରୀ ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ରଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ବଦଳି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos