ଓଏଏସ ଅଫିସର ସ୍ତରରେ ବଦଳି: କିଏ କେଉଁଠି ଗଲେ ପଢ଼ନ୍ତୁ

oas officer resuffel

secretariat-odisha

Manoranjan Sial
  • Published: Wednesday, 22 July 2020
  • , Updated: 22 July 2020, 10:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଓଏଏସ ଅଫିସରସ୍ତରରେ ବଦଳି କରିଛନ୍ତି। ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଓଏଏସ୍ ଭୂବନ କୁମାର ଶତପଥୀଙ୍କୁ ବଲାଙ୍ଗିର ଆଗଲପୁର ବ୍ଲକ ବିଡ଼ିଓ, କରୁଣାକର ଧିଣ୍ଡାଙ୍କୁ ବଡ଼ସାହି ବ୍ଲକ ବିଡ଼ିଓ, ଶିବାନନ୍ଦ ସ୍ୱାଇଁଙ୍କୁ ବରୀ ବ୍ଲକ, ରମେଶ ଚନ୍ଦ୍ର ସେଠୀଙ୍କୁ ଭୁବନେଶ୍ୱର ବ୍ଲକ ବିଡିଓ, ସୁବ୍ରତ କୁମାର ଜେନାଙ୍କୁ ହରିଚନ୍ଦନପୁରୁ ବ୍ଲକ ବିଡିଓ, ଲୋଚନ ଦାସଙ୍କୁ କଣାସ ବ୍ଲକ, ନିଳାମ୍ବର ସୁନାଙ୍କୁ ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ, ଜିତେନ୍ଦ୍ର କୁମାର ନାୟକଙ୍କୁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ବିଡିଓ ଓ ବସନ୍ତ କୁମାର ସାହାଣୀଙ୍କୁ ତିହିଡ଼ି ବ୍ଲକ ବିଡିଓ ଭାବେ ବଦଳି କରାଯାଇଛି। ସେହିପରି ବରିଷ୍ଠ ଓଏଏସ୍ ଅଫିସର ଦିଲ୍ଲୀପ କୁମାର ବଳଙ୍କୁ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ ବଦଳି କରାଯାଇଛି। ସେହିପରି ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ ଅନୁଗୋଳସ୍ଥିତ ଓଏମସି ଆଂଚଳିକ ମ୍ୟାନେଜର ନିଯୁକ୍ତି ମିଳିଛି।

Related story