ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାରର ବରିଷ୍ଠ OAS ଅଫିସର ଦେବ ପ୍ରସାଦ ଦାଶଙ୍କୁ ନିଲମ୍ବନ ମାମଲାରେ ସସ୍ପେଣ୍ଡ ଆଦେଶର ମୂଳ ଫାଇଲ ମାଗିଛନ୍ତି ସ୍ୟାଟ୍। ଏଥିସହ ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିରଣ ବିଭାଗରେ ଯୁଗ୍ମ ସଚିବ ଥିବା ଦେବ ପ୍ରସାଦ ଦାସଙ୍କୁ କୌଣସି କାରଣ ନ ଦର୍ଶାଇ ହଠାତ ଗତ ୨୮ ତାରିଖରେ ନିଲମ୍ବନ କରିଥିଲେ ରାଜ୍ୟ ସରକାର। ସରକାରଙ୍କ ଅସହିଷ୍ଣୁତା ଓ ଅଣଓଡିଆ ଅଫିସରଙ୍କ ପ୍ରାଦୁର୍ଭାବକୁ ଏହା ପଛର କାରଣ ଭାବେ ଦାୟୀ କରିଥିଲେ ଦେବ ପ୍ରସାଦ। ଏମିତିକି ଆଇଏଏସ ସଂଘ ପାଇଁ ଓକିଲାତି କରୁଥିବା ଓଏଏସ ସଂଘ ଏବେ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ବେଳେ କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।