ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ରାସ୍ତାରେ ଟ୍ରାଫିକ୍ ନିୟମ ପାଳନ କରନ୍ତୁ। ସରକାର ଧାର୍ଯ୍ୟ କରିଥିବା ସବୁ ଆଇନକୁ ସମ୍ମାନ ଦିଅନ୍ତୁ। ଏହି ବାର୍ତ୍ତା ନେଇ ନୟାଗଡ଼ର ନୋଟାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏକ ସୁମଧୁର ସଙ୍ଗୀତ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଏହି ସଙ୍ଗୀତ ସାମିଲ ହୋଇଥିବା ବେଳେ ଏହା ସୋଶାଲ୍ ମିଡିଆରେ ଲୋକପ୍ରିୟ ହେବାରେ ଲାଗିଛି। ଛାତ୍ରଛାତ୍ରୀମାନେ ଗାଇଥିବା ଏ ଗୀତରେ ଟ୍ରାଫିକ ସଚେତନତା ପାଇଁ ସରକାରଙ୍କ ପ୍ରତିଟି ବାର୍ତ୍ତା ସ୍ଥାନ ପାଇଛି।
ଏହି ଗୀତ କିନ୍ତୁ ହିନ୍ଦୀ ଓ ଇଂରାଜୀ ଭାଷାରେ ତିଆରି ହୋଇଛି। ଗୀତରେ ଟ୍ରାଫିକ୍ ନିୟମ ବିଷୟରେ ସଚେତନ କରିଛନ୍ତି କୁନିକୁନି ଗାୟକ। ଓବେ ଟ୍ରିଫିକ୍ ରୁଲ୍ ନାମରେ ଏହି ଗୀତ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
https://youtu.be/IZyfBIK_oYw